Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ବିଧାନସଭା ଆଗରେ ଧାରଣା ଦେଲେ ପ୍ରଥା ଚଳଚ୍ଚିତ୍ରର ପ୍ରଯୋଜିକା ସନଲିଶା
ଆଜିର ଖବର

ଆଜିଠୁ ବିଧାନସଭା ଆଗରେ ଧାରଣା ଦେଲେ ପ୍ରଥା ଚଳଚ୍ଚିତ୍ରର ପ୍ରଯୋଜିକା ସନଲିଶା

November 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜିଠୁ ବିଧାନସଭା ଆଗରେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ ଧାରଣାରେ ବସିଛନ୍ତି। ତାଙ୍କର ଏକମାତ୍ର ଦାବି ଓଡ଼ିଆ ଫିଲ୍ମକୁ ବଞ୍ଚାଅ ଦାବିରେ ସେ ଧାରଣାରେ ବସିଛନ୍ତି।

ଲୋୟର ପିଏମ୍‌ଜିସ୍ଥିତ ଧାରଣା ସ୍ଥଳରେ ଆଜି ସକାଳ ସାଢ଼େ ୧୦ଟାରୁ ସେ ଧାରଣା ଦେବା ଆରମ୍ଭ କରିଛନ୍ତି। ଏହା ଅନିର୍ଦ୍ଧିଷ୍ଠ ଦିନ ପାଇଁ ଚାଲିବ। ଏହି ସମୟରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ସେ ଦାବିଗୁଡିକ ହେଲା

୧) ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। (ସରକାର ୨୦୧୯ ରୁ ପ୍ରତିଶୃତି ଦେଇ ଥିଲେ ବର୍ତ୍ତମାନ ଯାଏ କିଛି ଅଗ୍ରଗତି ହୋଇନାହିଁ)

୨) ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

୩) ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ।

୪) ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ।

୫) ଏହାସହ ସମସ୍ତଙ୍କର ଫିଲ୍ମ ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍‌ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ
ଏବଂ ସେଥିରୁ ନିବୃତ୍ତ ରହିବେ। ଓ ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ଦିଆଯାଉ।

ଶିଳ୍ପ ଵିଭାଗର GOSWIFT ଯୋଜନାରେ ଶିଳ୍ପାନୁଷ୍ଠାନ ଏବଂ ଶିଳ୍ପୋଦ୍ୟୋଗୀ ମାନଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ସ୍ଥଳେ ଚଳଚ୍ଚିତ୍ର ଶିଳ୍ପକୁ ଏଥିରୁ ବଞ୍ଚିତ କରାଯାଇଛି କାହିଁକି? ଏକଥା ମଧ୍ୟ ଦ୍ବନ୍ଦ ସୃଷ୍ଟି କରେଯେ ଓଡିଆ ଚଳଚ୍ଚିତ୍ର ଓଡିଶା ସରକାରଙ୍କର କେଉଁ ବିଭାଗ ଅଧିନରେ ରହିଛି?

କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କିଛି ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ମତେ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଲେ ବୋଲି କହିଛନ୍ତି।

ଏହି ଅବସରେ ଅଭିନେତା ବୁଦ୍ଧାଦିତ୍ୟ, ପପୁ ପମ୍ ପମ୍, ଅଖିଳ ପଟ୍ଟନାୟକ, ପ୍ରଯୋଜକ ପ୍ରିତମ ମହାନ୍ତି, ସଂଳାପକାର ଡଃ ରଜନୀ ୟଞ୍ଜନ, ସତୀଶ ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ।
କାଲିଠାରୁ ପ୍ରଯୋଜକ, କଳାକାର, ଟେକନିସିଆନ, ନିର୍ଦ୍ଦେଶକମାନେ ଯୋଗ ଦେବେ ବୋଲି ପ୍ରଯୋଜିକା ସନଲିଶା ଜଣେଇଛନ୍ତି।

‘'ପ୍ରଥା'’ ଓଡ଼ିଆ ଫିଲ୍ମ
Share. Facebook Twitter LinkedIn Email WhatsApp Copy Link

Related Posts

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.