Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଜିଠୁ ବିଧାନସଭା ଆଗରେ ଧାରଣା ଦେଲେ ପ୍ରଥା ଚଳଚ୍ଚିତ୍ରର ପ୍ରଯୋଜିକା ସନଲିଶା

ଭୁବନେଶ୍ଵର: ଆଜିଠୁ ବିଧାନସଭା ଆଗରେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ ଧାରଣାରେ ବସିଛନ୍ତି। ତାଙ୍କର ଏକମାତ୍ର ଦାବି ଓଡ଼ିଆ ଫିଲ୍ମକୁ ବଞ୍ଚାଅ ଦାବିରେ ସେ ଧାରଣାରେ ବସିଛନ୍ତି।

ଲୋୟର ପିଏମ୍‌ଜିସ୍ଥିତ ଧାରଣା ସ୍ଥଳରେ ଆଜି ସକାଳ ସାଢ଼େ ୧୦ଟାରୁ ସେ ଧାରଣା ଦେବା ଆରମ୍ଭ କରିଛନ୍ତି। ଏହା ଅନିର୍ଦ୍ଧିଷ୍ଠ ଦିନ ପାଇଁ ଚାଲିବ। ଏହି ସମୟରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ସେ ଦାବିଗୁଡିକ ହେଲା

୧) ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। (ସରକାର ୨୦୧୯ ରୁ ପ୍ରତିଶୃତି ଦେଇ ଥିଲେ ବର୍ତ୍ତମାନ ଯାଏ କିଛି ଅଗ୍ରଗତି ହୋଇନାହିଁ)

୨) ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

୩) ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ।

୪) ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ।

୫) ଏହାସହ ସମସ୍ତଙ୍କର ଫିଲ୍ମ ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍‌ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ
ଏବଂ ସେଥିରୁ ନିବୃତ୍ତ ରହିବେ। ଓ ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ଦିଆଯାଉ।

ଶିଳ୍ପ ଵିଭାଗର GOSWIFT ଯୋଜନାରେ ଶିଳ୍ପାନୁଷ୍ଠାନ ଏବଂ ଶିଳ୍ପୋଦ୍ୟୋଗୀ ମାନଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ସ୍ଥଳେ ଚଳଚ୍ଚିତ୍ର ଶିଳ୍ପକୁ ଏଥିରୁ ବଞ୍ଚିତ କରାଯାଇଛି କାହିଁକି? ଏକଥା ମଧ୍ୟ ଦ୍ବନ୍ଦ ସୃଷ୍ଟି କରେଯେ ଓଡିଆ ଚଳଚ୍ଚିତ୍ର ଓଡିଶା ସରକାରଙ୍କର କେଉଁ ବିଭାଗ ଅଧିନରେ ରହିଛି?

କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କିଛି ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ମତେ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଲେ ବୋଲି କହିଛନ୍ତି।

ଏହି ଅବସରେ ଅଭିନେତା ବୁଦ୍ଧାଦିତ୍ୟ, ପପୁ ପମ୍ ପମ୍, ଅଖିଳ ପଟ୍ଟନାୟକ, ପ୍ରଯୋଜକ ପ୍ରିତମ ମହାନ୍ତି, ସଂଳାପକାର ଡଃ ରଜନୀ ୟଞ୍ଜନ, ସତୀଶ ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ।
କାଲିଠାରୁ ପ୍ରଯୋଜକ, କଳାକାର, ଟେକନିସିଆନ, ନିର୍ଦ୍ଦେଶକମାନେ ଯୋଗ ଦେବେ ବୋଲି ପ୍ରଯୋଜିକା ସନଲିଶା ଜଣେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ଆସୁଛି ନୂଆ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’

ଭୁବନେଶ୍ଵର: ଜୀ-ସାର୍ଥକରେ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ମି ରେ ଆସୁଛି ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’ । ମ୍ୟାନଜେମେଣ୍ଟରେ ଗୋଲ୍ଡ ମେଡାଲିଷ୍ଟ ବିକାଶ ନିଜର ପାଠ ପଢା ସାରିଲା ପରେ ଚାହିଁଚି ନିଜର ଶିକ୍ଷା ମୋବାଇଲ ଆପ୍ ତିଆରି କରିବାକୁ କିନ୍ତୁ ବିକାଶର ବାପା, କେଦାର ମିଶ୍ର ଯିଏକି ଜଣେ ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଚାହୁଁଛନ୍ତି ଯେ ଏହା ବଦଳରେ ତାଙ୍କ ପୁଅ ଏକ ସୁରକ୍ଷିତ ଚାକିରି କରୁ। ବିକାଶ ତା ଷ୍ଟାର୍ଟଅପ୍ ପାଇଁ ନିଜ ମା’ଙ୍କୁ ବାଧ୍ୟ କରନ୍ତି ଟଙ୍କା ଦେବା ପାଇଁ କିନ୍ତୁ ସେ ଟଙ୍କାକୁ ଏକ ଚିଟ୍ ଫଣ୍ଡ୍ କମ୍ପାନୀରେ ବିନିଯୋଗ କରି ସବୁ ପଇସା ହରେଇ ବସନ୍ତି ହେଲେ କାହାଣୀ ଏହିଠାରୁ ଆରମ୍ଭ ମାତ୍ର। ମୁଖ୍ୟ ଚରିତ୍ରରେ ଅଛନ୍ତି ଶାଶ୍ବତ ଓ ତାଙ୍କ ସାଥିରେ ଅଛନ୍ତି ଚୁଲବୁଲି ନାୟିକା ନିଲାଖି। ଭେଟେରାନ କଳାକାର କୁନା ତ୍ରିପାଠୀ ଓ‌ ମଧୁମିତା ମହାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ସଂଗ୍ରାମ ମହାନ୍ତି ନିର୍ଦ୍ଦେଶୀତ ଓ ପ୍ରିୟବ୍ରତଙ୍କ ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀକୁ ନେଇ ତିଆରି ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ମିହିର ମହାନ୍ତି। ଗୀତଗୁଡିକୁ ଲେଖିଛନ୍ତି ପଞ୍ଚାନନ ନାୟକ ଓ ଗାଇଛନ୍ତି ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଗାୟକ ସତ୍ୟଜିତ, ଗୌରବ ଆନନ୍ଦ, ଏସ ଜିତୁ ଓ ଗାୟିକା ଦେବାଂଶୀ।

ବିକାଶ ବାହାହେବା ପାଇଁ ଏକ ଝିଅକୁ ମଧ୍ୟ କିଡନ୍ଯାପ କରିଛି ଆଉ ଯେତେବେଳ ଘରେ ବିରୋଧ କରିଛନ୍ତି ସେ ବାହା ହେବା ପରେ ଅଲଗା ହେବା ପାଇଁ କହିଛି ଓ ନିଜ ଭାଗର ସମ୍ପତି ବି ମାଗିଛି, ଏ ସବୁ ଶୁଣି ତା ପରିବାର ଚିନ୍ତାରେ। ତେବେ କେମିତି ବାଟକୁ ଆସିବ ବିକାଶ ? କ’ଣ ହେବ ତାର ସ୍ଵପ୍ନର ଷ୍ଟାର୍ଟଅପ୍, ଶିକ୍ଷା ମୋବାଇଲ ଆପ୍ ? କଣ ସେ ଭଲ ବାଟକୁ ଫେରିବ ? ସେ ପରିବାର ଆଉ ଏକାଠି ହୋଇପାରିବ ତ ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିବ ଫିଲ୍ମ ‘କୁଳାଙ୍ଗାର ୨’, ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ମି ରେ କେବଳ ଜୀ-ସାର୍ଥକରେ। ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସାରା‌ ଓଡିଶାରେ ମୁକ୍ତିଲାଭ କଲା ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’

ଭୁବନେଶ୍ଵର: ନୂଆ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’ ଚଳଚ୍ଚିତ୍ର ଅଗଷ୍ଟ ୪ ରେ ୩୫ଟି ହଲ୍ ରେ ଶୁଭମୁକ୍ତି ହୋଇଛି। ବିନି ପଟ୍ଟନାୟକ ଫିଲ୍ମସ ନିଵେଦିତ ନୂଆ ଚଳଚ୍ଚିତ୍ର ନୀଳନୟନାର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡ‍ଃ ରଜନୀ ରଞ୍ଜନ।

ଅଗଷ୍ଟ ୪ରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେଲା ଭିନ୍ନ ଏକ ପ୍ରେମ କାହାଣୀ କୁ ନେଇ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’। ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ। ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ‘ତୁ ସେଇ ନୀଳ ନୟନା’।

ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ। ବିନି ପଟ୍ଟନାୟକ ପ୍ରଯୋଜିତ ଏହି ଫିଲ୍ମର ସହ ପ୍ରଯୋଜକ ହେଉଛନ୍ତି ମୋହିତ ପଟ୍ଟନାୟକ। ଫିଲ୍ମର ମୁଖ୍ୟ ଊପଦେଷ୍ଟା ତ୍ରିନାଥ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ ଥିବା ବେଳେ ଊପଦେଷ୍ଟା ଭାବରେ ମନସା ମୟୁରୀ, ବୃନ୍ଦାବନ ମିଶ୍ର, ସଞ୍ଜିତ ନାୟକ ଓ ମନୋଜ ସ୍ବାଇଁ ଅଛନ୍ତି ଓ ଏଥିରେ ବିଶେଷ ସହଯୋଗ କରିଛନ୍ତି ସଚ୍ଚିକାନ୍ତ ଜେନା।

ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ। ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ “ତୁ ସେଇ ନୀଳନୟନା” ନିଶ୍ଚିତ ଭାବରେ ଓଡିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଯୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ତ୍ରିପତୀ ସାହୁ। ଫିଲ୍ମର ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ସ୍ବର ଦେଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢୀ, ସ୍ୱୟଂ ପାଢୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ।

ପ୍ରେମ, ପ୍ରଣୟ ଓ ଭଲପାଇବାର ସ୍ପର୍ଶରେ ପଥର କିପରି କୋମଳ ଫୁଲରେ ପରିବର୍ତ୍ତନ ହୁଏ ତାହା ଏହି ଫିଲ୍ମରେ ଦର୍ଶକ ଦେଖିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍। ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ,ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି।

ଓଡ଼ିଶାର ଅଗଣିତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ଚାହିଦା ପୂରଣ କରିବ ଫିଲ୍ମ ‘ତୁ ସେଇ ନୀଳ ନୟନା’ ବୋଲି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ବ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା‌ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ହଲରୁ ଓଡ଼ିଆ ଫିଲ୍ମ ହଟିବାକୁ ନେଇ ବିବାଦ: ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଲେ ପ୍ରଯୋଜକ

ଭୁବନେଶ୍ଵର: ମହାରାଜା ସିନେମା ହଲରୁ ହଟିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ। ହିନ୍ଦୀ ଫିଲ୍ମ ଚଲାଇବା ପାଇଁ ଓଡ଼ିଆ ଫିଲ୍ମ ହଟାଇ ଥିବା ଅଭିଯୋଗ ଆଣିଲେ ଡେଲିଭରି ବୟର ପ୍ରଯୋଜକ।

ଡେଲିଭରୀ ବୟ ଭଲ ଚାଲିଥିବା ବେଳେ ମହାରାଜା ହଲ୍ ଆକ୍ରୋଶମୂଳକ ଭାବେ ଏହାର ପ୍ରଦର୍ଶନ ବନ୍ଦ କରିଥିବାରୁ ସୋମବାର ଦିନ ଭୁବନେଶ଼୍ବର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀ କରି ଡେଲିଭରୀ ବୟ ଚଳଚ୍ଚିତ୍ରର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସହ ପ୍ରଯୋଜକ ରଜତ ମିଶ୍ର ଘୋର ନିନ୍ଦା ପ୍ରକଟ କରିଥିଲେ।

ଅପର ପକ୍ଷେ ପ୍ରଯୋଜକଙ୍କ ମନ୍ତବ୍ୟ ପାଇଁ ସିନେମା ହଟେଇଲୁ ବୋଲି ମହାରାଜା ହଲ୍ ମ୍ୟାନେଜର ମତବ୍ୟକ୍ତ କରିଛନ୍ତି। ସିନେମା ସଫଳତାରର ସହ ଚାଲୁଥିବା ବେଳେ ହଲରୁ କାହିଁକି ହଟିଲା ଚଳଚ୍ଚିତ୍ର ଏନେଇ ମହାରାଜା ହଲ ନାଁରେ ଅଭଯୋଗ ଆଣିଛନ୍ତି ଡେଲିଭରି ବୟ ଚଳଚ୍ଚିତ୍ର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି। ଫିଲ୍ମ ପାଇଁ ରାଜ୍ୟସରକାର ଟାକ୍ସ ଛାଡ଼ ଘୋଷଣା କରିଥିବା ବେଳେ ମହାରାଜା ପକ୍ଷରୁ ପ୍ରଥମ ତିନି ଦିନ କୌଣସି ଟାକ୍ସ ଛାଡ଼ କରାଯାଇନଥିବା ସେ କହିଛନ୍ତି।

ଅନ୍ୟପଟେ ମହାରାଜା ହଲ ହେଉଛି ଦିବ୍ୟାଙ୍ଗ ହଲ, ଯେଉଁଠି ସିନେମା ଚାଲିବା ପାଇଁ ଭିତିଭୂମି ନାହିଁ। ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନାହିଁ ବୋଲି ପୂର୍ବରୁ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଫିଲ୍ମ ପ୍ରଯୋଜକ। ଏହି ମନ୍ତବ୍ୟକୁ ନେଇ ହଲରୁ ସିନେମା ହଟାଯାଇଥିବା ବେଳେ ହଲ ସହ ୭ ଦିନ ପାଇଁ ହୋଇଥିବା ଚୁକ୍ତି ସରିବା ପରେ ୩ଦିନ ଅଧିକ ଚଲାଯାଇ ସିନେମାକୁ ହଟା ଯାଇଥିବା ମହାରାଜା ହଲ ପକ୍ଷରୁ କୁହାଯାଇଛି।

ହଲ୍ ମ୍ୟାନେଜରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଓଡ଼ିଆ ଫିଲ୍ମ ଡେଲିଭରୀ ବୟ ହୋଲ୍ଡ ଓଭର ଥିବା ବେଳେ କେଉଁ କାରଣରୁ ହଲ୍ ରୁ ଚଳଚ୍ଚିତ୍ରଟିକୁ ଉଠାଗଲା ଏଥିପାଇଁ ସିଣ୍ଡିକେଟ୍ ଓ ଆଇନ୍ ର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ପ୍ରଯୋଜକ ଶ୍ରୀ ମହାନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଚଳଚ୍ଚିତ୍ର “ପ୍ରତୀକ୍ଷା” ଦକ୍ଷିଣ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନିତ

ଭୁବନେଶ୍ଵର: ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା। ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ ୧୧.୩୦ ମିନିଟରେ ଅନୁଷ୍ଠିତ ହେବ ପ୍ରତୀକ୍ଷାର ୱାର୍ଲ୍ଡ ପ୍ରିମିଅର୍। ତେଣୁ କେବଳ ଫିଲ୍ମ କ୍ରୁ ମେମ୍ବରଙ୍କ ପାଇଁ ନୁହେଁ ସମଗ୍ର ଓଡ଼ିଶା ଓ ଓଡ଼ିଆଙ୍କ ଏହା ଗର୍ବ ଗୌରବର ମୁହୂର୍ତ୍ତ।

ୱାଶିଂଟନ୍ ଡିସିରେ ଆସନ୍ତା ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷୀଣ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ପ୍ରତୀକ୍ଷା । ଏଥିରେ ଦକ୍ଷୀଣ ଏସିଆ ଉପମହାଦେଶ ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ମଧ୍ୟରୁ ଅନ୍ୟତମ ଚଳଚ୍ଚିତ୍ର ପ୍ରତୀକ୍ଷା।

ତେଣୁ ବିଶ୍ବର ଯେ କୌଣସି ସ୍ଥାନରେ ଥିବା ପ୍ରତ୍ୟେକ ଓଡ଼ିଆ ଭାଇ-ଭଉଣୀଙ୍କୁ ମୋର ଆନ୍ତରିକ ଅନୁରୋଧ ଯେ ପ୍ରତୀକ୍ଷା ଫିଲ୍ମକୁ ଦେଖନ୍ତୁ ଓ ଓଡ଼ିଆ ସିନେ ଶିଳ୍ପର ଉତ୍କର୍ଷ ପାଇଁ ଆଗେଇ ଆସନ୍ତୁ। ଆସନ୍ତା ଡ଼ିସେମ୍ବର ରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ପ୍ରତୀକ୍ଷା।