Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ଆସୁଛି ନୂଆ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’
ଆଜିର ଖବର

ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ଆସୁଛି ନୂଆ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’

September 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକରେ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ମି ରେ ଆସୁଛି ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’ । ମ୍ୟାନଜେମେଣ୍ଟରେ ଗୋଲ୍ଡ ମେଡାଲିଷ୍ଟ ବିକାଶ ନିଜର ପାଠ ପଢା ସାରିଲା ପରେ ଚାହିଁଚି ନିଜର ଶିକ୍ଷା ମୋବାଇଲ ଆପ୍ ତିଆରି କରିବାକୁ କିନ୍ତୁ ବିକାଶର ବାପା, କେଦାର ମିଶ୍ର ଯିଏକି ଜଣେ ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଚାହୁଁଛନ୍ତି ଯେ ଏହା ବଦଳରେ ତାଙ୍କ ପୁଅ ଏକ ସୁରକ୍ଷିତ ଚାକିରି କରୁ। ବିକାଶ ତା ଷ୍ଟାର୍ଟଅପ୍ ପାଇଁ ନିଜ ମା’ଙ୍କୁ ବାଧ୍ୟ କରନ୍ତି ଟଙ୍କା ଦେବା ପାଇଁ କିନ୍ତୁ ସେ ଟଙ୍କାକୁ ଏକ ଚିଟ୍ ଫଣ୍ଡ୍ କମ୍ପାନୀରେ ବିନିଯୋଗ କରି ସବୁ ପଇସା ହରେଇ ବସନ୍ତି ହେଲେ କାହାଣୀ ଏହିଠାରୁ ଆରମ୍ଭ ମାତ୍ର। ମୁଖ୍ୟ ଚରିତ୍ରରେ ଅଛନ୍ତି ଶାଶ୍ବତ ଓ ତାଙ୍କ ସାଥିରେ ଅଛନ୍ତି ଚୁଲବୁଲି ନାୟିକା ନିଲାଖି। ଭେଟେରାନ କଳାକାର କୁନା ତ୍ରିପାଠୀ ଓ‌ ମଧୁମିତା ମହାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ସଂଗ୍ରାମ ମହାନ୍ତି ନିର୍ଦ୍ଦେଶୀତ ଓ ପ୍ରିୟବ୍ରତଙ୍କ ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀକୁ ନେଇ ତିଆରି ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ମିହିର ମହାନ୍ତି। ଗୀତଗୁଡିକୁ ଲେଖିଛନ୍ତି ପଞ୍ଚାନନ ନାୟକ ଓ ଗାଇଛନ୍ତି ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଗାୟକ ସତ୍ୟଜିତ, ଗୌରବ ଆନନ୍ଦ, ଏସ ଜିତୁ ଓ ଗାୟିକା ଦେବାଂଶୀ।

ବିକାଶ ବାହାହେବା ପାଇଁ ଏକ ଝିଅକୁ ମଧ୍ୟ କିଡନ୍ଯାପ କରିଛି ଆଉ ଯେତେବେଳ ଘରେ ବିରୋଧ କରିଛନ୍ତି ସେ ବାହା ହେବା ପରେ ଅଲଗା ହେବା ପାଇଁ କହିଛି ଓ ନିଜ ଭାଗର ସମ୍ପତି ବି ମାଗିଛି, ଏ ସବୁ ଶୁଣି ତା ପରିବାର ଚିନ୍ତାରେ। ତେବେ କେମିତି ବାଟକୁ ଆସିବ ବିକାଶ ? କ’ଣ ହେବ ତାର ସ୍ଵପ୍ନର ଷ୍ଟାର୍ଟଅପ୍, ଶିକ୍ଷା ମୋବାଇଲ ଆପ୍ ? କଣ ସେ ଭଲ ବାଟକୁ ଫେରିବ ? ସେ ପରିବାର ଆଉ ଏକାଠି ହୋଇପାରିବ ତ ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିବ ଫିଲ୍ମ ‘କୁଳାଙ୍ଗାର ୨’, ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ମି ରେ କେବଳ ଜୀ-ସାର୍ଥକରେ। ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

ଓଡ଼ିଆ ଫିଲ୍ମ ଜୀ ସାର୍ଥକ ସନ୍ଧ୍ୟା ୬:୩୦ ସେପ୍ଟେମ୍ବର ୧୭ ତାରିଖ
Share. Facebook Twitter LinkedIn Email WhatsApp Copy Link

Related Posts

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026
Latest News

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.