Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗା ଘଟଣା: ନଷ୍ଟ ହେଲା କୋଚ ର ୱିଣ୍ଡୋ ପେନ୍
ଆଜିର ଖବର

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗା ଘଟଣା: ନଷ୍ଟ ହେଲା କୋଚ ର ୱିଣ୍ଡୋ ପେନ୍

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: 20835 ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର-ସମ୍ବଲପୁର ରେଳ ଲାଇନର ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ ଏବଂ ବୁଢ଼ାପଙ୍କ ମଧ୍ୟରେ ପଥର ଫିଙ୍ଗିବା ଘଟଣା ଯୋଗୁଁ ଏହାର ଏଜୁକ୍ୟୁଟିଭ୍ କ୍ଲାସ୍ କୋଚ୍ ର ଝରକା ଖରାପ ହୋଇଯାଇଛି।

ଦେଶରେ ଏହା ପ୍ରଥମ ନୁହେଁ ଯେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରାଯାଇଛି।  ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ଘଟଣା ଘଟିଛି। ତେବେ ଏପର୍ଯ୍ୟନ୍ତ କୌଣସି ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନାହିଁ।

କର୍ତ୍ତବ୍ୟରତ ଆରପିଏଫ୍ ଏସକର୍ଟିଂ ଷ୍ଟାଫ୍ ଦ୍ୱାରା ଏହି ଘଟଣା ଜଣାଯାଇଛି। ପୂର୍ବ ତଟ ରେଳପଥ ର ସୁରକ୍ଷା ୱିଙ୍ଗ ଏହାକୁ ଗୁରୁତର ସହ ନେଇ ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) କୁ ସତର୍କ କରାଇଛି। କଟକରୁ ଆରପିଏଫର ସହକାରୀ ସୁରକ୍ଷା ଆୟୁକ୍ତଙ୍କୁ ଘଟଣାସ୍ଥଳକୁ ପଠା ଯାଇଛି।

ଭାରତୀୟ ରେଳ, ବିଶେଷକରି ପୂର୍ବ ତଟ ରେଳପଥର କ୍ରମାଗତ ଭାବରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିରନ୍ତର ସଚେତନତା ଅଭିଯାନ କରାଯାଇ ରେଳ ଲାଇନର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅଧିବାସୀ ମାନଙ୍କୁ ଟ୍ରେନ ଉପରକୁ ପଥର ନପକାଇବା ପାଇଁ ଏବଂ ଯାତ୍ରୀମାନଙ୍କୁ କ୍ଷତି ନପହଞ୍ଚାଇବା ପାଇଁ ପ୍ରବର୍ତା ଯାଉଅଛି।

ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି। ପଥର ଫିଙ୍ଗିବା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଅଛି। ସ୍ଥାନୀୟ ପୋଲିସ ସହ ସମନ୍ୱୟ ରକ୍ଷା କରି ପୂର୍ବତଟ ରେଳପଥର ଉଭୟ ସୁରକ୍ଷା ୱିଙ୍ଗ ଅପରାଧୀଙ୍କୁ ଖୋଜିବା ପାଇଁ କାର୍ଯ୍ୟରେ ଅଛନ୍ତି।

ତେବେ ରେଳବାଇରେ ପଥର ଫିଙ୍ଗିବା ଘଟଣାକୁ ଏଡ଼ାଇବା ପାଇଁ ଭାରତୀୟ ରେଳବାଇ ତଥା ଆଇନ ଶୃଙ୍ଖଳାକାରୀ ସଂସ୍ଥାର ନିରନ୍ତର ଉଦ୍ୟମ ସତ୍ୱେ ଜାରି ରହିଛି।

ଯାତ୍ରୀମାନଙ୍କ ଜୀବନ ରକ୍ଷା କରିବା ଏବଂ ଅସାମାଜିକ ତତ୍ୱଙ୍କ ଦ୍ୱାରା ଭଙ୍ଗାରୁଜା ଯୋଗୁଁ ରେଲୱେ ସମ୍ପତ୍ତିର କ୍ଷତି ପାଇଁ, ନିଆଯାଇଥିବା କେତେକ ପଦକ୍ଷେପ ନିମ୍ନରେ ଅନ୍ତର୍ଭୁକ୍ତ:

୧. ଅପରେସନ୍ ସାଥୀ ସମେତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବରେ ରେଳ ଟ୍ରାକ୍ ନିକଟରେ ଥିବା ଜନବହୁଳ ଅଞ୍ଚଳରେ କ୍ରମାଗତ ଭାବେ ଚାଲୁରହିଅଛି ଏବଂ ଲୋକଙ୍କୁ ପଥର ଫିଙ୍ଗିବା ଏବଂ ଏହାର ପରିଣାମ ପ୍ରତି ସଚେତନ ମଧ୍ୟ କରାଯାଉଅଛି।

୨. ପ୍ରଭାବିତ ସ୍ଥାନ ଗୁଡିକରେ ମଦ୍ୟପ, ଦୁଷ୍କର୍ମକାରୀ ଇତ୍ୟାଦି ଅସାମାଜିକ ତତ୍ୱଙ୍କ ବିରୁଦ୍ଧରେ ନିୟମିତ ଅଭିଯାନ କରାଯାଉଅଛି ଏବଂ ଧରାଯାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି।

୩. ତୁରନ୍ତ ସହାୟତା ପାଇଁ ଯାତ୍ରୀମାନେ ରେଳ ମଦଦ ପୋର୍ଟାଲରେ ସିଧାସଳଖ କିମ୍ବା ହେଲ୍ପଲାଇନ ନମ୍ବର 139 ମାଧ୍ୟମରେ ଅଭିଯୋଗ କରିପାରିବେ (ଜାତୀୟ ଜରୁରୀକାଳୀନ ନମ୍ବର 112 ସହିତ ସଂଯୁକ୍ତ)।

୪. ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ରେଳବାଇ ଯାତ୍ରୀମାନଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛି ଏବଂ ସତର୍କତା ବିଷୟରେ ସୂଚନା ପ୍ରଦାନ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.