ବିହାର ବ୍ୟତୀତ ଅନ୍ୟ ୪ ରାଜ୍ୟରେ ବିନା ମେଣ୍ଟରେ ନିର୍ବାଚନ ଲଢିବ ଜେଡିୟୁ

Published: Jun 9, 2019, 5:08 pm IST

ରବିବାର ଦିନ ବିହାରର ରାଜଧାନୀ ପାଟନାଠାରେ ଜନତା ଦଳ (ୟୁ) (ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜେଡ଼ିୟୁ ବିହାର ବାହାରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ (ଏନ୍‌ଡିଏ)ର ଅଂଶୀଦାର ହେବ ନାହିଁ ବୋଲି ଘୋଷଣା କରିଛି । ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର, ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର୍‌, ବଶିଷ୍ଠ ନାରାୟଣ ସିଂ ଓ ଆର କେ ସି ତ୍ୟାଗୀ ଉପସ୍ଥିତ ରହିଥିଲେ । ଜେଡିୟୁର ନିଷ୍ପତ୍ତି କ୍ରମେ ଜମ୍ମୁ-କାଶ୍ମୀର, ଝାରଖଣ୍ଡ, ହରିୟାଣା ଓ ଦିଲ୍ଲୀରେ ଆଗାମୀ ନିର୍ବାଚନ ସମୟରେ ଏକଲା ନିର୍ବାଚନ ଲଢିବ । ଜେଡିୟୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମଧ୍ୟ ଭାଗ ନେଇନାହିଁ  ଏବଂ ନିକଟରେ ବିହାରରରେ ବିସ୍ତାରିତ ମନ୍ତ୍ରିମଣ୍ଡଳରେ ଜେଡିୟୁର ୮ଜଣ ମନ୍ତ୍ରୀ ସ୍ଥାନ ପାଇଥିବାବେଳେ ବିଜେପିର କୌଣସି ନେତା ଶପଥ ନେଇନାହାନ୍ତି । ତେବେ ବିଜେପି ସହିତ ଜେଡିୟୁର ସମ୍ବନ୍ଧ ଉପରେ ନୀତିଶ୍‌ କହିଛନ୍ତି ଯେ, ଆମେ ପୁରା ମଜବୁତ୍‌ ସହକାରେ ଏନ୍‌ଡିଏ ସହ ରହିଛି ।  ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ଓ ଭାଜପା ମିଶି କରି କାମ କରିବେ । ଏଥିରେ କୌଣସି ଭ୍ରମ ନାହିଁ । ଏହି ବୈଠକରେ ଜେଡିୟୁ ସଂଗଠନର ନିର୍ବାଚନ ବହୁତ ଶୀଘ୍ର ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

Related posts