Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ସଂକଳ୍ପ ଯାତ୍ରା: ୨ ସପ୍ତାହରୁ କମ୍ ସମୟ ମଧ୍ୟରେ ୨୦ ଲକ୍ଷ ଲୋକଙ୍କ ଅଂଶଗ୍ରହଣ
ଆଜିର ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରା: ୨ ସପ୍ତାହରୁ କମ୍ ସମୟ ମଧ୍ୟରେ ୨୦ ଲକ୍ଷ ଲୋକଙ୍କ ଅଂଶଗ୍ରହଣ

November 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବିକଶିତ ଭାରତ ସଂକଳ୍ପ ଯାତ୍ରା ସମଗ୍ର ଭାରତରେ ଜାତୀୟ ବିକାଶ ଦିଗରେ ରୂପାନ୍ତରଣକାରୀ ପରିବର୍ତ୍ତନର ପ୍ରତୀକ ଭାବେ ଉଭା ହୋଇଛି। ମାନନୀୟ ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ ରେ ଝାଡ଼ଖଣ୍ଡର ଖୁଣ୍ଟିରୁ ଶୁଭାରମ୍ଭ କରିଥିବା ଏହି ମହତ୍ୱାକାଂକ୍ଷୀ ଅଭିଯାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ଏହାର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ବ୍ୟାପକ ପ୍ରଶଂସା ଲାଭ କରିଛି।

ଦୁଇ ସପ୍ତାହ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ୨୦ ଲକ୍ଷ ଲୋକ ଏହି ଦେଶବ୍ୟାପୀ ଯାତ୍ରାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି, ଯାହା ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଏବଂ ଉତ୍ସାହଜନକ ପ୍ରତିନିଧିତ୍ୱକୁ ପ୍ରତିଫଳିତ କରୁଛି। ସେମାନଙ୍କର ସମ୍ପୃକ୍ତି ରାଷ୍ଟ୍ରର ପ୍ରଗତିରେ ନାଗରିକଙ୍କ ସମର୍ପଣ ଓ ସଂକଳ୍ପବଦ୍ଧତା ଉପରେ ଆଲୋକପାତ କରୁଛି।

ବର୍ତ୍ତମାନ ସୁଦ୍ଧା ୭,୮୦୦ରୁ ଅଧିକ ଗ୍ରାମ ପଞ୍ଚାୟତ ପରିକ୍ରମା କରି ସାରିଥିବା ଏହି ଯାତ୍ରା ଜନ ସମାଜ ମଧ୍ୟରେ ସାମୂହିକ ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତାର ଭାବନା ସୃଷ୍ଟି କରୁଛି। ୧୬.୨୩ ଲକ୍ଷରୁ ଅଧିକ ଜନସାଧାରଣ ଏକ ବିକଶିତ ରାଷ୍ଟ୍ର ପାଇଁ କାମ କରିବାକୁ ଶପଥ ନେଇଛନ୍ତି।

ଏହି ଯାତ୍ରାର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ସ୍ୱାସ୍ଥ୍ୟସେବା ଉପରେ ଏହାର ଗଭୀର ପ୍ରଭାବ। ୯୯୫ଟି ଗ୍ରାମ ପଞ୍ଚାୟତରେ ୫,୪୭୦ଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ୭,୮୨,୦୦୦ ରୁ ଅଧିକ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଫଳତା ଏହି ଶିବିର ସମୟରେ ନିଆଯାଇଥିବା ସକ୍ରିୟ ଆଭିମୁଖ୍ୟର ପ୍ରମାଣ ଭାବରେ ଉଭା ହୋଇଛି। ଯାତ୍ରା ଆରମ୍ଭ ହେବା ପରଠାରୁ ପାଖାପାଖି ୧୦ ଲକ୍ଷ ଆୟୁଷ୍ମାନ କାର୍ଡ ତିଆରି ହୋଇଛି, ଯାହା ଅନେକଙ୍କୁ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱପୂର୍ଣ୍ଣ ସୁବିଧା ପ୍ରଦାନ କରୁଛି। ଏହାବ୍ୟତୀତ ଯକ୍ଷ୍ମା (ଟିବି), ସିକଲ୍ ସେଲ୍ ଡିଜିଜ୍ (ଏସସିଡି), ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଯାଞ୍ଚ ସଂଖ୍ୟା ପ୍ରଶଂସନୀୟ ସ୍ଥିତିରେ ପହଞ୍ଚିଛି ଏବଂ ଅଧିକ ମୂଲ୍ୟାୟନ ଓ ଯତ୍ନ ପାଇଁ ଗୁରୁତ୍ୱପୂର୍ଣ୍ଣ ରେଫରାଲ କରାଯାଇଛି।

ସ୍ୱାସ୍ଥ୍ୟ ସେବା ବ୍ୟତୀତ କଲ୍ୟାଣକାରୀ ଯୋଜନା ଓ ନୀତି ଉପରେ ପ୍ରଚାର କରିବା ଲାଗି ଯାତ୍ରାର ଧ୍ୟାନ ମଧ୍ୟ ଅନୁରୂପ ପ୍ରଭାବଶାଳୀ ହୋଇଛି। ଉଦ୍‌ଘାଟନୀ ଦିନରେ ହିଁ ୨୧,୦୦୦ରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହୋଇ ସୂଚନା ପ୍ରସାରରେ ସଫଳତା ଉପରେ ଗୁରୁତ୍ୱାରୋପ କରିବା ସହ ସରକାରୀ ପଦକ୍ଷେପରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥିଲେ।

ଆହୁରି, “ମେରୀ କାହାନୀ, ମେରୀ ଜୁବାନୀ” ଜରିଆରେ ୫୦,୦୦୦ରୁ ଅଧିକ ଲୋକଙ୍କ ଦ୍ୱାରା ଅନୁଭୂତି ବର୍ଣ୍ଣନା ସେମାନଙ୍କ ଜୀବନରେ ସରକାରୀ ଯୋଜନାର ରୂପାନ୍ତରଣକାରୀ ପ୍ରଭାବର ମାର୍ମିକ ପ୍ରଶଂସା ଭାବରେ ପ୍ରତିଫଳିତ ହୋଇଛି।

ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି ବିକଶିତ ଭାରତ ସଂକଳ୍ପ ଯାତ୍ରା ନାଗରିକ ଓ ସରକାରଙ୍କ ସହଭାଗୀ ପ୍ରୟାସକୁ ପ୍ରତିଫଳିତ କରୁଛି। ଏହି ଯାତ୍ରା ଜାରି ରହିବା ସହିତ, ପ୍ରଗତି ଓ ସମୃଦ୍ଧି ଦିଗରେ ସ୍ଥିର ଭାବେ ଗତି କରୁଥିବା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଙ୍କେତ ଦେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025
Latest News

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.