ବିହାରର ଏଟାଓ୍ବାରେ ଚାରି ଜଣଙ୍କ ଉପରେ ରାଜଧାନୀ ଏକ୍ସପ୍ରେସ୍ ମାଡିଯାଇଛି । ନୂଆଦିଲ୍ଳୀରୁ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ଏଟାଓ୍ବାର ବଲରାଇ ଷ୍ଟେସନ ନିକଟରେ 4 ଜଣଙ୍କ ଉପରେ ଚଢିଯାଇଥିଲା । କାନପୁର-ଦିଲ୍ଲୀ ରୁଟ୍ରେ ସୋମବାର ଏହି ଅଘଟଣ ଘଟିଥିଲା । 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସାଇଫାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ୍ ମୁଖ୍ୟ ରାମବଦନ ସିଂ ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତି ମାନେ ଅବଧ ଏକ୍ସପ୍ରେସ୍ରେ ମୁମ୍ବାଇ ଯାଉଥିଲେ ମାତ୍ର ଖରାରୁ ବର୍ତ୍ତିବା ପାଇଁ ଟ୍ରାକ୍ରେ ବସିଥିବା ବେଳେ ହଠାତ ଟ୍ରେନ୍ ମାଡି ଯାଇଥିଲା । ମୃତକଙ୍କ ପରିଚୟ ମିଳିନାହିଁ ମାତ୍ର ସମସ୍ତେ ବିହାରର ବୋଲି କୁହାଯାଉଛି ।