Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷୋଡ଼ଶ ଅର୍ଥ ଆୟୋଗ ପାଇଁ ଟର୍ମସ ଅଫ୍ ରେଫରେନ୍ସକୁ କ୍ୟାବିନେଟ୍ ମଞ୍ଜୁରି
ଆଜିର ଖବର

ଷୋଡ଼ଶ ଅର୍ଥ ଆୟୋଗ ପାଇଁ ଟର୍ମସ ଅଫ୍ ରେଫରେନ୍ସକୁ କ୍ୟାବିନେଟ୍ ମଞ୍ଜୁରି

November 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କ୍ୟାବିନେଟ
ଭାରତର ରପ୍ତାନି ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ପାଇଁ 25,060 କୋଟି ବ୍ୟୟବରାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଷୋଡ଼ଶ ଅର୍ଥ ଆୟୋଗର ଟର୍ମସ ଅଫ୍ ରେଫରେନ୍ସକୁ ମଞ୍ଜୁରି ମିଳିଛି।

ଷୋଡ଼ଶ ଅର୍ଥ ଆୟୋଗପାଇଁ ଟର୍ମସ ଅଫ୍ ରେଫରେନ୍ସ ଠିକ୍ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିସକୁ ସରକାର ଗ୍ରହଣ କରିବା ପରେ ୨୦୨୬ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ପାଞ୍ଚ (୫) ବର୍ଷର ଅବଧିକୁ ଅନ୍ତର୍ଭୁକ୍ତ କରାଯିବ।

ସମ୍ବିଧାନର ଧାରା ୨୮୦(୧)ରେ ଦର୍ଶାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସର ନେଟ୍ ଆୟ ବଣ୍ଟନ, ସେହି ଆୟର ସମ୍ପୃକ୍ତ ଅଂଶର ରାଜ୍ୟମାନଙ୍କ ମଧ୍ୟରେ ଆବଣ୍ଟନ ଉପରେ ସୁପାରିସ କରିବା ପାଇଁ ଏକ ଅର୍ଥ ଆୟୋଗ ଗଠନ କରିବାର ପଦ୍ଧତି; ଅନୁଦାନ- ସହାୟତା ଏବଂ ରାଜ୍ୟଗୁଡ଼ିକର ରାଜସ୍ୱ ଏବଂ ଆୱାର୍ଡ଼ ଅବଧି ରେ ପଞ୍ଚାୟତଗୁଡ଼ିକର ସମ୍ବଳକୁ ପୂରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ।

୨୦୧୭ ନଭେମ୍ବର ୨୭ତାରିଖରେ ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରାଯାଇଥିଲା। ୨୦୨୦ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ୬ ବର୍ଷର ଅବଧିକୁ ନେଇ ଅନ୍ତରୀଣ ଓ ଚୂଡ଼ାନ୍ତ ରିପୋର୍ଟ ଜରିଆରେ ସୁପାରିସ କରାଯାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା।

ଷୋଡ଼ଶ ଅର୍ଥ ଆୟୋଗପାଇଁ ଟର୍ମସ ଅଫ୍ ରେଫରେନ୍ସ:

ଅର୍ଥ ଆୟୋଗ ନିମ୍ନଲିଖିତ ବିଷୟଗୁଡିକ ଉପରେ ସୁପାରିସ କରିବେ, ଯଥା:

ସମ୍ବିଧାନର ପ୍ରଥମ ଅଧ୍ୟାୟ, ଦ୍ୱାଦଶ ଭାଗ ଅଧୀନରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ଟିକସର ନେଟ୍ ଆୟର ବଣ୍ଟନ ଏବଂ ସେହି ଆୟର ସମ୍ପୃକ୍ତ ଅଂଶର ରାଜ୍ୟମାନଙ୍କ ମଧ୍ୟରେ ଆବଣ୍ଟନ;

ଯେଉଁ ନୀତିଗୁଡ଼ିକ ଭାରତର ସଂଯୁକ୍ତ ପାଣ୍ଠିରୁ ରାଜ୍ୟଗୁଡ଼ିକର ରାଜସ୍ୱର ଅନୁଦାନ କୁ ନିୟନ୍ତ୍ରଣ କରିବା ଉଚିତ  ଏବଂ ସମ୍ବିଧାନର ଧାରା ୨୭୫ ଅଧୀନରେ ସେହି ଧାରା (୧)ର ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟ ପାଇଁ ରାଜ୍ୟମାନଙ୍କୁ ସେମାନଙ୍କ ରାଜସ୍ୱ ଅନୁଦାନ ମାଧ୍ୟମରେ ପ୍ରଦାନ କରାଯାଉଥିବା ରାଶି; ଏବଂ

ରାଜ୍ୟର ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ ରାଜ୍ୟର ପଞ୍ଚାୟତ ଓ ପୌରପାଳିକାଗୁଡ଼ିକର ସମ୍ବଳକୁ ପୂରଣ କରିବା ପାଇଁ ଏକ ରାଜ୍ୟର ସମନ୍ୱିତ ପାଣ୍ଠିକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ।

ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ (୨୦୦୫ର ୫୩) ଅଧୀନରେ ଗଠିତ ପାଣ୍ଠି ସମ୍ପର୍କରେ କମିଶନ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବର୍ତ୍ତମାନର ବ୍ୟବସ୍ଥାର ସମୀକ୍ଷା କରିପାରିବେ ଏବଂ ଏହା ଉପରେ ଉପଯୁକ୍ତ ସୁପାରିସ କରିପାରିବେ।

ଆୟୋଗ ୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହାର ରିପୋର୍ଟ ଉପଲବ୍ଧ କରାଇବେ, ଯେଉଁଥିରେ ୨୦୨୬ ଏପ୍ରିଲ ପହିଲାଠାରୁ ଆରମ୍ଭ ହୋଇଥିବା ପାଞ୍ଚ ବର୍ଷର ଅବଧି କୁ ଅନ୍ତର୍ଭୁକ୍ତ କରାଯିବ।

ପୃଷ୍ଠଭୂମି:

୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ସୁପାରିସ କରିବା ପାଇଁ ପଞ୍ଚଦଶ ଅର୍ଥ ଆୟୋଗ (ପଞ୍ଚଦଶ ଏଫସି) ୨୭.୧୧.୨୦୧୭ରେ ଗଠନ କରାଯାଇଥିଲା। ୨୯.୧୧.୨୦୧୯ରେ ପଞ୍ଚଦଶ ଏଫସିର ଟିଓଆରରେ ସଂଶୋଧନ କରାଯାଇ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ ରିପୋର୍ଟ ଏବଂ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ବର୍ଦ୍ଧିତ ଅବଧି ପାଇଁ ଚୂଡ଼ାନ୍ତ ରିପୋର୍ଟ ଭଳି ଦୁଇଟି ରିପୋର୍ଟ ଦାଖଲ କରିବାକୁ ଆୟୋଗଙ୍କୁ କୁହାଯାଇଥିଲା। ଫଳରେ ପଞ୍ଚଦଶ ଏଫସି ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ସୁପାରିସ କରିଥିଲା।

ଅର୍ଥ ଆୟୋଗ ସାଧାରଣତଃ ସେମାନଙ୍କ ସୁପାରିସ କରିବାକୁ ପ୍ରାୟ ୨ ବର୍ଷ ସମୟ ନେଇଥାନ୍ତି। ସମ୍ବିଧାନର ଧାରା ୨୮୦ର ଧାରା (୧) ଅନୁଯାୟୀ ପ୍ରତି ପଞ୍ଚମ ବର୍ଷ କିମ୍ବା ତା’ପୂର୍ବରୁ ଅର୍ଥ ଆୟୋଗ ଗଠନ ହେବାର ଅଛି। ତେବେ ପଞ୍ଚଦଶ ଏଫସିର ସୁପାରିସରେ ୨୦୨୬ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୬ ବର୍ଷର ଅବଧି କୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏବେ ୧୬ତମ ଏଫସି ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାଦ୍ୱାରା ଅର୍ଥ ଆୟୋଗ ନିଜ ସୁପାରିସ ଅବଧି ପୂର୍ବରୁ ତୁରନ୍ତ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ବିଚାର କରିବା ସହ ମୂଲ୍ୟାଙ୍କନ କରିପାରିବେ । ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦଶମ ଅର୍ଥ ଆୟୋଗର ୬ ବର୍ଷ ପରେ ଏକାଦଶ ଅର୍ଥ ଆୟୋଗ ଗଠନ ହେବାର ଉଦାହରଣ ରହିଛି। ସେହିପରି ତ୍ରୟୋଦଶ ଅର୍ଥ ଆୟୋଗର ୫ ବର୍ଷ ୨ ମାସ ପରେ ଚତୁର୍ଦ୍ଦଶ ଅର୍ଥ ଆୟୋଗ ଗଠନ କରାଯାଇଥିଲା।

ଆୟୋଗର ଆନୁଷ୍ଠାନିକ ଗଠନ ହେବା ପର୍ଯ୍ୟନ୍ତ ପ୍ରାଥମିକ କାର୍ଯ୍ୟର ତଦାରଖ ପାଇଁ ଅର୍ଥ ମନ୍ତ୍ରଣାଳୟରେ ୨୧.୧୧.୨୦୨୨ରେ ୧୬ତମ ଏଫସି ର ଆଡଭାନ୍ସ ସେଲ୍ ଗଠନ କରାଯାଇଥିଲା।

ଏହାପରେ ଅର୍ଥ ସଚିବ ଓ ସଚିବ (ବ୍ୟୟ) ଙ୍କ ଅଧ୍ୟକ୍ଷତାରେ ସଚିବ (ଅର୍ଥନୈତିକ ବ୍ୟାପାର), ସଚିବ (ରାଜସ୍ବ), ସଚିବ (ଆର୍ଥିକ ସେବା), ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, ନୀତି ଆୟୋଗର ପରାମର୍ଶଦାତା ଏବଂ ଅତିରିକ୍ତ ସଚିବ (ବଜେଟ୍) ଙ୍କୁ ନେଇ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା। ପରାମର୍ଶ ପ୍ରକ୍ରିୟାର ଏକ ଅଂଶ ଭାବରେ, ଟିଓଆର ଉପରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଠାରୁ ମତାମତ ଏବଂ ପରାମର୍ଶ ଲୋଡ଼ାଯାଇଥିଲା ଏବଂ ଗୋଷ୍ଠୀ ଦ୍ୱାରା ଉପଯୁକ୍ତ ଭାବରେ ବିଚାର ବିମର୍ଶ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.