Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ପାଇଁ ଗୁଣାତ୍ମକ ଉତ୍ପାଦର ଆବଶ୍ୟକତା ରହିଛି: ପ୍ରତିରକ୍ଷା ମନ୍ତ୍ରୀ
ଆଜିର ଖବର

ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ପାଇଁ ଗୁଣାତ୍ମକ ଉତ୍ପାଦର ଆବଶ୍ୟକତା ରହିଛି: ପ୍ରତିରକ୍ଷା ମନ୍ତ୍ରୀ

November 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ପ୍ରତିରକ୍ଷା ନିର୍ମାତାମାନଙ୍କୁ ପ୍ରତିରକ୍ଷା ଉତ୍ପାଦନରେ ଗୁଣାତ୍ମକ ସଂସ୍କୃତି ବିକଶିତ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଏହା ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ପାଇଁ ଏକ ପ୍ରାଥମିକ ଆବଶ୍ୟକତା ବୋଲି କହିଛନ୍ତି । ନଭେମ୍ବର 29, 2023ରେ ନୂଆଦିଲ୍ଲୀଠାରେ ‘ପ୍ରତିରକ୍ଷା ଉତ୍ପାଦରେ ଆତ୍ମନିର୍ଭରଶୀଳତା ପାଇଁ ଗୁଣବତ୍ତା’ ଶୀର୍ଷକ ଡିଆରଡିଓ ଗୁଣବତ୍ତା ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ରାଜନାଥ ସିଂହ କହିଥିଲେ ଯେ, କେବଳ ଗୁଣାତ୍ମକ ଉତ୍ପାଦ ହିଁ ବିଶ୍ୱରେ ଚାହିଦା ସୃଷ୍ଟି କରିଥାଏ ଏବଂ ଭାରତକୁ ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ କେନ୍ଦ୍ର ଓ ଏକ ପ୍ରକୃତ ପ୍ରତିରକ୍ଷା ରପ୍ତାନିକାରୀରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଗୁଣାତ୍ମକ ଉତ୍ପାଦ ତିଆରି କରୁଥିବା ଦେଶଗୁଡ଼ିକ ସେମାନଙ୍କର ଉପକରଣ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନି କରନ୍ତି । ଉତ୍ତମ ଗୁଣବତ୍ତା କାରଣରୁ ଏହି ପ୍ଲାଟଫର୍ମ ଗୁଡ଼ିକର ମୂଲ୍ୟ ଯଥେଷ୍ଟ ଅଧିକ; କିନ୍ତୁ ଏହା ମନେ ରଖିବା ଉଚିତ ଯେ ଆମଦାନୀକାରୀ ଦେଶମାନେ ମଧ୍ୟ ଅତ୍ୟାଧୁନିକ ଉତ୍ପାଦ ପାଇଁ ସର୍ବାଧିକ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ଉଚ୍ଚମାନର ଗୁଣାତ୍ମକ ଉତ୍ପାଦ ଘରୋଇ ପ୍ରତିରକ୍ଷା ଶିଳ୍ପରେ ବିଶ୍ୱସନୀୟତା ଆଣିବ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଦେଶ ଭିତରେ ଏଭଳି ଉପକରଣ ଉତ୍ପାଦନ ବିଶ୍ୱର ଚାହିଦା ବୃଦ୍ଧି କରିବ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରତର ବିଶ୍ୱସନୀୟତା ବୃଦ୍ଧି କରିବ । ଗୁଣାତ୍ମକ ପ୍ରତିରକ୍ଷା ଉତ୍ପାଦ ଉତ୍ପାଦନରେ ମୂଲ୍ୟ ନିୟନ୍ତ୍ରଣ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ରାଜନାଥ ସିଂହ କହିଛନ୍ତି, ମୂଲ୍ୟ ନିୟନ୍ତ୍ରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଦରକାର। ତେବେ ଏହା ଗୁଣବତ୍ତା ମୂଲ୍ୟରେ ହେବା ଉଚିତ ନୁହେଁ । ଆମକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ, କିନ୍ତୁ ଏହା ସର୍ବୋଚ୍ଚ ଗୁଣବତ୍ତା ବର୍ଗରେ ରହି କରିବାକୁ ପଡିବ । ଆମକୁ ଏହି ଧାରଣାରେ ଆଗକୁ ବଢ଼ିବା ଉଚିତ୍ । ପ୍ରଭାବଶାଳୀ, ବିଶ୍ୱସନୀୟ ଓ ସୁରକ୍ଷିତ ଏବଂ ସଶସ୍ତ୍ର ବାହିନୀକୁ ସଫଳତାର ସହ ମିଶନ କାର୍ଯ୍ୟକାରୀ କରିବାରେ ସକ୍ଷମ କରିବା ପାଇଁ ଉଚ୍ଚମାନର ସାମରିକ ବ୍ୟବସ୍ଥା ନିର୍ମାଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ଗୁଣାତ୍ମକ ଉଦ୍ୟୋଗର ପ୍ରତିନିଧି ମାନଙ୍କୁ ଉନ୍ନତ ମାନୁଫାକ୍ଚରିଂ ଆସେସମେଣ୍ଟ ଆଣ୍ଡ ରାଙ୍କିଙ୍ଗ ସିଷ୍ଟମ (ସମର) ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ସମୀର ଭି. କାମତ ଗୁଣାତ୍ମକ ବ୍ୟବସ୍ଥା ଯୋଗାଇଦେବା ଦିଗରେ ଡିଆରଡିଓର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ। ଉଚ୍ଚମାନର ସ୍ୱଦେଶୀ ସାମରିକ ବ୍ୟବସ୍ଥାରେ ଆତ୍ମନିର୍ଭରଶୀଳତା ଦିଗରେ ସଂକଳ୍ପ ଓ ସମନ୍ୱୟ ରଖିବାକୁ ସେ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସଚିବ ରାଜେଶ କୁମାର ସିଂହ ଏବଂ କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଜକ୍ଷ ଶାହା ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ ଡିଆରଡିଓର ମହାନିର୍ଦ୍ଦେଶକ, ନିର୍ଦ୍ଦେଶକ, ଡିଆରଡିଓ ପରୀକ୍ଷାଗାରର ଗୁଣବତ୍ତା ମୁଖ୍ୟ, ଶିଳ୍ପ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀ ପ୍ରତିରକ୍ଷା କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନଙ୍କୁ ସେମାନଙ୍କ ଦୃଷ୍ଟିକୋଣ ବିନିମୟ କରିବା ଏବଂ ଆତ୍ମନିର୍ଭରଶୀଳତା ଏବଂ ରପ୍ତାନିର ଦୁଇଟି ଲକ୍ଷ୍ୟ ହାସଲ କରିବା ଉପରେ ବିଚାର ବିମର୍ଶ କରିବା ପାଇଁ ଏକ ସାଧାରଣ ପ୍ଲାଟଫର୍ମ ବା ମଂଚ ପ୍ରଦାନ କରିଥିଲା ।

‘ପ୍ରତିରକ୍ଷା ଉତ୍ପାଦନ ଏବଂ ଗୁଣାତ୍ମକ ସଂସ୍କୃତିରେ ଆତ୍ମନିର୍ଭରଶୀଳତା’ ଏବଂ ‘ପ୍ରତିରକ୍ଷା ଏବଂ ଏରୋସ୍ପେସର ଗୁଣାତ୍ମକ ନିଶ୍ଚିତତା’ ଶୀର୍ଷକ ଦୁଇଟି ଅଧିବେଶନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ ଅଧିବେଶନରେ ଶିଳ୍ପ, ସରକାରୀ ଗୁଣବତ୍ତା ନିଶ୍ଚିତତା ଏଜେନ୍ସି ଏବଂ ଉପଭୋକ୍ତା ସେବାର ବିଶେଷଜ୍ଞମାନେ ସେମାନଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ।

ଉଚ୍ଚମାନର ସ୍ୱଦେଶୀ ପ୍ରଣାଳୀ ଉତ୍ପାଦନ, ମାନକ, ନୀତି ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ପାଇଁ ଦେଶରେ ଏକ ଇକୋ-ସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ସମ୍ମିଳନୀ ଅଂଶୀଦାରମାନଙ୍କୁ ବିଶେଷଜ୍ଞମାନଙ୍କ ସହିତ ନେଟୱାର୍କ ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଥିଲା । ଅଂଶଗ୍ରହଣକାରୀମାନେ ‘ଆତ୍ମନିର୍ଭର ଭାରତ’ ପାଇଁ ଭାରତରେ ପ୍ରତିରକ୍ଷା ଉତ୍ପାଦନ ବିପ୍ଳବ ଲାଗି ଗୁଣବତ୍ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025
Latest News

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.