ବଙ୍ଗୋପସାଗରରେ ସକ୍ରିୟ ଅବପାତ, ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି

Published: Dec 1, 2023, 6:18 pm IST

ଭୁବନେଶ୍ୱର: ଦକ୍ଷିଣ – ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି
ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି।

ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେ ଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପ୧⁄୨ିମ ଦିଗରେ ଗତି କରିବା ସହ ଡିସେମ୍ବର ୪ ତାରିଖ ରାତି କିମ୍ବା ଡିସେମ୍ବର ୫ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରେ ଉପକୂଳ ଅତିକ୍ରମ କରିବ ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି।

ପରବର୍ତୀ ସମୟରେ ଏହା ନିଜର ଗତିପଥ ବଦଳାଇ ଉତର-ଉତରପୂର୍ବ ଦିଗରେ ସ୍ଥଳ ଭାଗରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ୍‌ରେ ଡିସେମ୍ବର ୫ ତାରିଖରେ ପବନର ବେଗ ଘଂଟା ପ୍ରତି ୭୫ କିମି ରହିବାର ସମ୍ଭାବନା ରହିଛି ।

ଏଥି ସହିତ ଏହି ସବୁ ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି କହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଡିସେମ୍ବର ୫ ଓ ୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ଡିସେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକ ଜିଲ୍ଲା ସମେତ ଏହାର ନିକଟବର୍ତୀ ଅଂଚଳଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ, ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସିଇସି କହିଛି।

Related posts