Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଓ ଟିଏମ୍ ଫୋରମ୍ ପକ୍ଷରୁ ମୁମ୍ବାଇରେ ପ୍ରଥମ ଇନୋଭେସନ ହବ୍‌‌ର ଶୁଭାରମ୍ଭ
ଆଜିର ଖବର

ଜିଓ ଓ ଟିଏମ୍ ଫୋରମ୍ ପକ୍ଷରୁ ମୁମ୍ବାଇରେ ପ୍ରଥମ ଇନୋଭେସନ ହବ୍‌‌ର ଶୁଭାରମ୍ଭ

December 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଜିଓ ଓ ଟିଏମ୍ ଫୋରମ୍‌‌ର ମିଳିତ ସହଯୋଗରେ ନଭି ମୁମ୍ବାଇ ସ୍ଥିତ ରିଲାଏନ୍ସ କର୍ପୋରେଟ୍ ଆଇଟି ପାର୍କଠାରେ ପ୍ରଥମ ଟିଏମ୍ ଫୋରମ୍ ଇନୋଭେସନ୍ ହବ୍‌‌ର ଶୁଭାରମ୍ଭ କରାଯାଇଛି। ଏହି ଶିଳ୍ପର ପ୍ରଥମ ଧରଣର ଏହି ଇନୋଭେସନ ହବ୍ ଜେନେରେଟିଭ୍ ଏଆଇ (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (ଏଲ୍‌‌ଏଲ୍‌‌ଏମ୍‌‌) ଓ ଓପନ୍ ଡିଜିଟାଲ୍ ଆର୍କିଟେକ୍‌‌ଚର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିବ ଯାହା ଦ୍ୱାରା ସମଗ୍ର ଶିଳ୍ପ ଜଗତ ଉପକୃତ ହେବ।

ଏହ କାର୍ଯ୍ୟକ୍ରମରେ ଆସେଂଚର, ଡ୍ୟୁସ୍ ଟେଲିକମ୍‌‌, ଗୁଗୁଲ କ୍ଲାଉଡ ଅରେଂଜ୍‌‌, ଟେଲିନର ଓ ଭୋଡାଫୋନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ୱସ୍ତରରୀୟ ସଫ୍ଟୱେର ପ୍ରତିଭାଙ୍କ କେନ୍ଦ୍ର ସ୍ଥଳ ହୋଇଥିବାରୁ ପ୍ରଥମ ଇନୋଭେସନ ହବ୍ ଲାଗି ମୁମ୍ବାଇକୁ ଚୟନ କରାଯାଇଥିଲା। ଏହି ହବ୍‌‌ରେ ଟେଲିକମ୍ ଓ ପ୍ରଯୁକ୍ତି ଶିଳ୍ପର ପ୍ରତିଭାମାନେ ହାଇବ୍ରିଡ୍ ଟିମ୍ ଭାବେ କାମ କରି ଶିଳ୍ପର ଏହି ସବୁଠୁ ବଡ଼ ଆହ୍ୱାନ ଲାଗି ଉପାୟ ଓ ସମାଧାନ ବିକାଶ କରିବେ। ଭାରତରେ ଟିଏମ୍ ଫୋରମ୍‌‌ର ୩୭୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି।

ଏହି ଇନୋଭେସନ ହବ୍ ଜେନେରେଟିଭ୍ ଏଆଇ ଓ ଲାର୍ଜ ଲାଙ୍ଗୁଏଜ ମଡେଲ୍‌‌କୁ ଟେଲିକମ୍ ଶିଳ୍ପରେ ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ନିରାପତ୍ତା, ଗୋପନୀୟତା, ସଠିକତା, ପ୍ରଦର୍ଶନ ଓ ବ୍ୟାପକତା ଉପରେ ଗୁରୁତ୍ୱାରୋପ କରିବ। ଏହା ବ୍ୟତୀତ ଟିଏମ୍ ଫୋରମ୍‌‌ର ଓପନ୍ ଡିଜିଟାଲ ଆର୍କିଟେକ୍‌‌ଚ‌ର୍କୁ ତ୍ୱରାନ୍ୱିତ କରିବା ଏବଂ ବିକାଶ କରିବା ଉପରେ ଏହା ଗୁରୁତ୍ୱାରୋପ କରିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌‌ଫୋକମ୍ ଲିମିଟେଡ୍‌‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଟିଏମ୍ ଫୋରମ୍ ଇନୋଭେସନ ହବ୍ ବାସ୍ତବ ଦୁନିଆର ସମାଧାନ ପ୍ରଦାନ କରିବ ଯାହା ଶିଳ୍ପରେ ବ୍ୟାପକ ପରିବର୍ତନ ଆଣିବ। ଆହ୍ୱାନଗୁଡ଼ିକର ମୁକାବିଲା କରିବା ସହିତ ଭବିଷ୍ୟତର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିବା ଲାଗି ଉତ୍ତମ ଉପାୟ ବାହାର କରିବା ପାଇଁ ସମଗ୍ର ଶିଳ୍ପ ଜଗତର ପ୍ରତିଭାମାନଙ୍କୁ ବ୍ୟବହାର କରିବାଠାରୁ ଭଲ ବାଟ ଆଉ କଣ ହୋଇପାରେ। ଆମ ମୁମ୍ବାଇ କ୍ୟାମ୍ପସରେ ପ୍ରଥମ ଇନୋଭେସନ ହବ୍ ଖୋଲାଯାଇଥିବାରୁ ଆମେ ଉଲ୍ଲସିତ କାରଣ ଆମର ବିଶ୍ୱାସ ରହିଛି ଯେ ନବସୃଜନକୁ ସୁଦୃଢ଼ କରିବା ଲାଗି ମୁମ୍ବାଇ ହେଉଛି ଉପଯୁକ୍ତ ସ୍ଥାନ। ଜିଓ, ଟିଏମ୍ ଫୋରମ୍ ଓ ସମଗ୍ର ଟେଲିକମ୍ ଶିଳ୍ପ ପାଇଁ ଏହା ହେଉଛି ଏକ ଆକର୍ଷଣୀୟ ସମୟ ଏବଂ ଏହି ପ୍ରକଳ୍ପର ଏକ ଅଂଶ ହୋଇଥିବାରୁ ଆମେ ବେଶ ଗର୍ବିତ।’’

ପ୍ରଥମ ଇନୋଭେସନ ହବ୍ ଶୁଭାରମ୍ଭକୁ ନେଇ ଟିଏମ୍ ଫୋରମ୍‌‌ର ଅଧ୍ୟକ୍ଷ ଡକ୍ଟର ଷ୍ଟିଫେନ୍ ରୋହେନ ଓ ସିଇଓ ନିକ୍ ୱିଲେଟ୍ ଉତ୍ସାହ ପ୍ରକଟ କରିଛନ୍ତି।

ଜିଓ ମୁମ୍ବାଇ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026
Latest News

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.