Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘୋଷରାମାଳ ଜିଆରଏସ୍ ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା: ନାକଟିଦେଉଳରେ ୧୨ ଘଣ୍ଟିଆ ବନ୍ଦ ପାଳନ
ଆଜିର ଖବର

ଘୋଷରାମାଳ ଜିଆରଏସ୍ ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା: ନାକଟିଦେଉଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

December 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଗ୍ରାମପଞ୍ଚାୟତର ଜିଆରଏସ୍ ପ୍ରଦୁମ୍ନ ଦାସ୍ ଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଆଜି ନାକଟିଦେଉଳ ମନ୍ଦିର ଛକ ନିକଟରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ମଧ୍ୟ ପୋଲିସ୍ ମୁତୟନ କରାଯାଇଥିଲା।

ସୂଚନା ଥାଉକି ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ଦାସ୍ ଗତ ୨୨ ନଭେମ୍ବରରେ ଘୋଷରାମାଳ ପଂଚାୟତକୁ ଡ୍ୟୁଟିକୁ ଯାଇ ଲାଣ୍ଡିମାଳ ନିକଟ ଏକ ନାଳ ନିକଟରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଦ୍ୟୁମ୍ନକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ରେଢାଖୋଲ ଥାନାରେ ଅଭିଯୋଗ ହୋଇଥିଲା।

ତେବେ ଏହାକୁ ନେଇ ଆଜି ଗ୍ରାମବାସୀ ୧୨ ଘଣ୍ଟିଆ ରାସ୍ତା ରୋକ କରିଥିଲେ। ୧୩ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀକୁ ଗିରଫ ନ କରିବା, ମୃତକର ପତ୍ନୀକୁ ସରକାରୀ ଚାକିରୀ ନିଯୁକ୍ତ, ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ, ନାକଟିଦେଉଳ ବ୍ଲକ୍ ରେ ଆଇନ୍ ଶ୍ରୁଙ୍ଖଳା ପରିସ୍ଥିତି ସୁଧାରିବା, ଏହି ହତ୍ୟା କାଣ୍ଡର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବା ଆଦି ଗ୍ରାମବାସୀ ଦାବୀ ରଖିଥିଲେ।

ନାକଟିଦେଉଳ ତହସିଲଦାର୍ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ପତ୍ନୀକୁ ୧୦ ଦିନ ଭିତରେ ନିଯୁକ୍ତି ଦେବା, କ୍ଷତିପୂରଣ ପଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ୧୦ ଦିନ ମଧ୍ୟରେ ଟଙ୍କା ପ୍ରଦାନ କରାଯିବା ସହ ତିନିଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତଦନ୍ତ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗ୍ରାମବାସୀ ଦୋଷୀକୁ ଶିଘ୍ର ଗିରଫ କରିବାକୁ ଅଡି ବସିବାରୁ ଖବର ଲେଖାଯିବା ପର୍ଯନ୍ତ ରାସ୍ତାରୋକ ବନ୍ଦ ହୋଇ ନଥିଲା। ଏହି ରାସ୍ତା ରୋକରେ ମଧ୍ୟ ମୃତକଙ୍କ ବିଧଵା ପତ୍ନୀ ସାମିଲ୍ ହୋଇଥିଲେ।

ଏହି ରାସ୍ତା ରୋକ ଯୋଗୁଁ ନାକଟିଦେଉଳ ମନ୍ଦିର ଛକର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିଲା। ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଥିଲେ। ସରକାରୀ ଅଫିସ୍, ଦୋକାନ ବଜାର ଆଦି ବନ୍ଦ ରହିଥିଲା।

ଏହି ରାସ୍ତାରୋକରେ କଂଗ୍ରେସର ଆସଫ୍ ଅଲ୍ଲୀଖାନ୍ ଓ ବିଜେପିର ପ୍ରମୋଦ କୁମାର ପ୍ରଧାନ, ନାରୀ ନେତ୍ରୀ ଗୀତାଞଳୀ ପ୍ରଧାନ ପ୍ରମୁଖ ଧାରଣାରେ ବସିଥିଲେ।

ଘଟଣାକୁ ଦୃଷ୍ଟିରେ ରଖି ରେଢାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେରଙ୍କ ସମେତ ରେଢାଖୋଲ ଥାନାଧିକାରୀ, ଚାରମାଳ ଥାନାଧିକାରୀ, ନାକଟିଦେଉଳ ପୋଲିସ୍ ଆଦି ଉପସ୍ଥିତ ଥିଲେ।

ନାକଟିଦେଉଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Latest News

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.