Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଚାଲିବନି ଯୁବିଙ୍କ ବ୍ୟାଟ୍‌
ଆଜିର ଖବର

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଚାଲିବନି ଯୁବିଙ୍କ ବ୍ୟାଟ୍‌

June 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
yuvraj singh retirement
yuvraj singh retirement

ଭାରତୀୟ ଭେଟେରାନ କ୍ରିକେଟର ତଥା ଭାରତର ବିଶ୍ବକପ୍‌ ହିରୋ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ପ୍ରେସ୍‌ମିଟ୍‌ ଜରିଆରେ ନିଜର ଅବସର ଘୋଷଣା କରିଛନ୍ତି ଯୁବରାଜ ସିଂ । ଭାରତ ପକ୍ଷରୁ 304ଟି ଦିନିକିଆ, 58 ଟି20 ଏବଂ 40ଟି ଟେଷ୍ଟ ଖେଳିଥିବା ଯୁବରାଜ ଭାରତକୁ ଦୁଇଟି ବିଶ୍ବକପ୍‌ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅବସର ଗ୍ରହଣ ଘୋଷଣା ପୂର୍ବରୁ ଯୁବରାଜ ନିଜ ପିତା ଯୋଗରାଜଙ୍କ ସହିତ ଏକ ସର୍ଟ ଫିଲ୍ମ ଦେଖାଇଥିଲେ । ମୋର କ୍ରିକେଟ କ୍ୟାରିୟର ଏକ ସୁନ୍ଦର କାହାଣୀ ରହିଥିଲା ମାତ୍ର ବର୍ତ୍ତମାନ ଏହାକୁ ବିଦାୟ ଜଣାଇ ଆଗକୁ ବଢିବାକୁ ପଡିବ ବୋଲି ଭାବବିହ୍ବଳ ଯୁବରାଜ କହିଥିଲେ । ଏହି ଅବସରରେ ଯୁବରାଜ ବିସିସିଆଇ, ଆଇସିସି, ପଞ୍ଜାବ କ୍ରିକେଟ ଆସୋସିଏସନ୍‌, ସାଥୀ ଖେଳାଳି ଏବଂ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ଭାରତର ପ୍ରଥମ ଟି 20 ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ 6ଟି ବଲ୍‌ରୁ 6ଟି ଛକ୍କା ମାରିବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ 36 ବଲ୍‌ରୁ 70 ରନ୍‌ ସଂଗ୍ରହ କରି ଭାରତକୁ ବିଜୟୀ କରାଇଥିଲେ । ସେହିପରି 2011 ଦିନିକିଆ ବିଶ୍ବକପ୍‌ରେ କ୍ୟାନ୍‌ସରରେ ପୀଡିତ ହୋଇଥିବା ସତ୍ତ୍ବେ ଲଢୁଆ ପ୍ରଦର୍ଶନ କରି 341 ରନ୍‌ ଏବଂ 15ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ 304 ଦିନିକିଆରୁ 14 ଶତକ ଏବଂ 52 ଅର୍ଦ୍ଧଶତକ ସହିତ 8701 ରନ୍‌ ସଂଗ୍ରହ କରିଥିବା ବେଳେ 111ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ସେହିପରି 40ଟି ଟେଷ୍ଟରୁ 1900 ରନ୍‌ ସଂଗ୍ରହ କରିବା ସହିତ 9ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ଟି 20ରେ 58ଟି ମ୍ୟାଚ୍‌ ଖେଳି ଯୁବି 1177 ରନ୍‌ ସଂଗ୍ରହ କରିବା ସହିତ 28ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ସମୁଦାୟ 137ଟି କ୍ୟାଚ୍‌ ନେଇଛନ୍ତି ଯୁବରାଜ । 2000 ମସିହା ଚାମ୍ପିୟନ୍ସ ଟ୍ରଫିରୁ କ୍ୟାରିୟର ଆରମ୍ଭ କରିଥିବା ଯୁବରାଜ ଶେଷ ଥର ପାଇଁ ଜୁନ୍‌ 30, 2017ରେ ଭାରତୀୟ ଜର୍ସିରେ ନଜର ଆସିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.