ପ୍ରଥମାଷ୍ଟମୀ ପାଇଁ ଭୁବନେଶ୍ବରରେ ଆରମ୍ଭ ହେଲା ସମ୍ବଲପୁରୀ ବସ୍ତ୍ରାଳୟର ସ୍ଵତନ୍ତ୍ର ହସ୍ତତନ୍ତ ମେଳା

Published: Dec 5, 2023, 5:56 pm IST
ପ୍ରଥମାଷ୍ଟମୀ

ଭୁବନେଶ୍ଵର: ଭୁବନେଶ୍ଵର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ସମ୍ବଲପୁରୀ ବସ୍ତ୍ରାଳୟ ଦ୍ଵାରା ଆୟୋଜିତ ପ୍ରଥମାଷ୍ଟମୀ, ସ୍ଵତନ୍ତ୍ର ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ଭୁବନେଶ୍ବରର ଏକାମ୍ର ହାଟରେ ଆୟୋଜିତ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମମତା ନାୟକ ଉଦଘାଟନ କରିଛନ୍ତି।

ଏହି  ଉଦଘାଟନି ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସହକାରୀ ବିତ ପରାମର୍ଶଦାତା ତଥା ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବୀଣାପାଣି ନାୟକ,  ମ୍ୟାନେଜିଂ ଡିରେକ୍ଟର ସମ୍ବଲପୁରୀ ବସ୍ତ୍ର।ଳୟ, ମାର୍କେଟିଙ୍ଗ ଅଫିସର, ସମ୍ବଲପୁରୀ ବସ୍ତ୍ର।ଳୟ,  ତଥା ବିଭାଗର ଅନ୍ୟାନ୍ୟ ଅଧିକାରୀ  ଓ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ସ୍ଵତନ୍ତ୍ର ହସ୍ତତନ୍ତ ମେଳା ତା.୧୫.୧୨.୨୦୨୩ ରିଖ ପର୍ଯ୍ୟନ୍ତ ଚାଲିବ।

Related posts