ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଛନ୍ତି । ଏୟାର ବସ୍ ରୁଟ୍ ପ୍ରଦାନ ଦୁର୍ନୀତିରେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି ପଟେଲ । ପଟେଲ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ଭାଳୁଥିବା ବେଳେ ଏହି ଦୁର୍ନୀତି ହୋଇଥିଲା । ଗତ ସପ୍ତାହରେ ପଟେଲଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ନିଜ ମନ୍ତ୍ରୀତ୍ବ ସମୟରେ 43ଟି ଏୟାରବସ୍କୁ ବିଭିନ୍ନ ଅନ୍ତର୍ଜାତୀୟ ରୁଟ୍ରେ ଭଡାରେ ଲଗାଇ ଦେଇଥିଲେ । ଏ ନେଇ ଇଡି ପକ୍ଷରୁ ତାଙ୍କୁ ଜୁନ୍ 6 ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଇଡି ପକ୍ଷରୁ ତାଙ୍କୁ 10 ଏବଂ 11 ତାରିଖରେ ହାଜର ହେବାକୁ ସମୟ ଦିଆଯାଇଥିଲା । ଏହି ସମୟରେ ପଟେଲଙ୍କୁ ଏମିରେଟ୍ସ, ଏୟାର ଆରବିଆ ଏବଂ କାତାର ଏୟାର ଲାଇନ୍ସର ଭୂମିକା ନେଇ ପ୍ରଶ୍ନ କରାଯାଇଥିଲା । ଏହା ସହିତ ମଧ୍ୟସ୍ଥି ଦୀପକ ତଲଓ୍ବାରଙ୍କୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ଇଡି ।
Tags: