ଲଶ୍କର-ଏ-ତୋଇବା ଆତଙ୍କବାଦୀକୁ ପାକିସ୍ତାନରେ ଗୁଳି କରି ହତ୍ୟା: ୨୦୧୫ ଉଧମପୁର ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

Published: Dec 6, 2023, 12:25 pm IST

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ଶତ୍ରୁମାନଙ୍କୁ ସଫା କରିବା ଜାରି ରହିଛି। କରାଚିରେ ଭାରତର ଆଉ ଏକ ବଡ ଶତ୍ରୁ ନିହତ ହୋଇଛି। ବାସ୍ତବରେ ୨୦୧୫ ମସିହାରେ ଜମ୍ମୁ-କଶ୍ମୀରର ଉଧମପୁର ଠାରେ ବିଏସ୍ଏଫ୍ ବାହନ ଉପରେ ଆକ୍ରମଣ ଯୋଜନା କରିଥିବା ଲଶ୍କର-ଏ-ତୋଇବା (ଲେଟି) ଆତଙ୍କବାଦୀ ଅଦନାନ୍ ଅହମ୍ମଦକୁ ହତ୍ୟା କରାଯାଇଛି। ଖବର ଅନୁଯାୟୀ, ତାଙ୍କୁ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨ ଏବଂ ୩ ତାରିଖର ମଧ୍ୟବର୍ତ୍ତୀ ରାତିରେ ଅଜ୍ଞାତ ବନ୍ଧୁକଧାରୀଙ୍କଦ୍ଵାରା ଅଦନାନ୍ ଉପରକୁ ଗୁଳି ଚଳାଇଥିଲେ। ଅଦନାନ୍ ଉପରେ ସମୁଦାୟ ୪ ଟି ଗୁଳି ଲାଗିଥିଲା, ଯେଉଁଥିପାଇଁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ରିପୋର୍ଟ ଅନୁଯାୟୀ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କରର ମୁଖ୍ୟ ହାଫିଜ ସଇଦଙ୍କ ସହ ଅଦନାନର ଘନିଷ୍ଠ ସମ୍ପର୍କ ରହିଛି ବୋଲି ବିବେଚନା କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ, ଅଦନାନଙ୍କୁ ତାଙ୍କ ଘର ବାହାରେ ଗୁଳି କରାଯାଇଥିଲା, ପରେ ତାଙ୍କୁ ପାକିସ୍ତାନୀ ସେନା ଗୁପ୍ତ ଭାବରେ କରାଚି ଡାକ୍ତରଖାନାକୁ ନେଇଥିଲେ। ଯେଉଁଠାରେ ସେ ଡିସେମ୍ବର ୫ ତାରିଖରେ ମୃତ୍ୟୁ ବରଣ କରିଥିଲା। ସୂଚନାଯୋଗ୍ୟ ଯେ ଉଧମପୁରର ବିଏସଏଫ ବାହନ ଉପରେ ଲଶ୍କର ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଥିଲେ। ୧୩ ଜଣ ବିଏସଏଫ ଯବାନ ଆହତ ହୋଇଥିଲେ।

Related posts