ଜମ୍ମୁ କାଶ୍ମୀରର କଠୁଆରେ ୮ ବର୍ଷୀୟ ବାଳିକାର ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପଠାନକୋର୍ଟର ତଳ କୋର୍ଟରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୭ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଦୋଷୀମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଆଜୀବନ କାରାଦଣ୍ଡ ଓ ଅନ୍ୟ ତିନିଜଣଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡର ଦଣ୍ଡାଦେଶ ଦିଆଯାଇଛି । ତିଲକରାଜ୍ ସାଞ୍ଜିରାମ୍, ପାରଭିସ୍ କୁମାର୍ ଦୀପକ୍ ଖାଜୁରିଆଙ୍କୁ ଆଜୀବନ କାରାଦଣ୍ଡ ସହ ୧ଲକ୍ଷ ଟଙ୍କାର ଜୋରିମାନାର ଆଦେଶ ଦିଆଯାଇଥିବାବେଳେ ଅନ୍ୟ ତିନିଜଣ ତିଲକରାଜ୍, ଆନନ୍ଦ ଦତ୍ତ, ସୁରେନ୍ଦ୍ର ବର୍ମାଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୫୦,୦୦୦ଟଙ୍କା ଜୋରିମାନା ପାଇଁ ଆଦେଶ ଦିଆଯାଇଛି। କୋର୍ଟଙ୍କ ନିକଟରେ ଦାଖଲ କରାଯାଇଥିବା ୧୫ ପୃଷ୍ଠାର ଚାର୍ଜସିଟ୍ରେ ଗତ ବର୍ଷ ଜାନୁୟାରୀ ୧୦ ତାରିଖରେ କଠୁଆରେ ୮ବର୍ଷୀୟ ବାଳିକାକୁ ମନ୍ଦିର ମଧ୍ୟରେ ବଳାତ୍କାର ପରେ ହତ୍ୟା କରାଯାଇଥିଲା । ଚାରି ଦିନ ଧରି ବାଳିକାଟିକୁ ନିଶାସକ୍ତ ଅବସ୍ଥାରେ ରଖି ଦୁଷ୍କର୍ମ କରାଯାଇଥିଲା ।
ବହୁ ଚର୍ଚ୍ଚିତ କଠୁଆ ଗଣଦୁର୍ଷ୍କମ ମାମଲା : ତିନିଜଣଙ୍କୁ ଆଜୀବନ ଓ ଆଉ ତିନିଜଣଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡାଦେଶ
Published:
Jun 10, 2019, 5:04 pm IST
Tags: