ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲ୍ଲୀ ଜର୍ଦ୍ଦାରୀ ଗିରଫ

Published: Jun 10, 2019, 6:51 pm IST
Former Pakistani president Asif Ali Zardari arrested

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲ୍ଲୀ ଜର୍ଦ୍ଦାରୀ ଗିରଫ । ଜର୍ଦ୍ଦାରୀଙ୍କ ଗିରଫଦାରୀକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା ଦେଇଛି । ମିଥ୍ୟା ବ୍ୟାଙ୍କ୍ ଆକାଉଣ୍ଟ ମାମଲାରେ ଗିରଫ ହୋଇଛନ୍ତି ଜର୍ଦ୍ଦାରୀ । ଇସଲାମବାଦରୁ ନ୍ୟାସନାଲ୍‌ ଆକାଉଣ୍ଟବିଲିଟି ବ୍ୟୁରୋ ତାଙ୍କୁ ଗିରଫ କରିଛି । ଜର୍ଦ୍ଦାରୀଙ୍କ ନାମରେ ସାଢେ ଚାରି ବିଲିଅନ ପାକିସ୍ତାନୀ ଟଙ୍କାର ମାମଲା ରହିଥିଲା । ମଙ୍ଗଳବାର ଦିନ ଜର୍ଦ୍ଦାରୀଙ୍କୁ ଅଦାଲତରେ ପେଶ୍‌ କରାଯିବ । ଗିରଫଦାରୀରୁ ବର୍ତ୍ତିବା ପାଇଁ ଜର୍ଦ୍ଦାରି ଇସ୍‌ଲାମାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହି ଭ୍ରଷ୍ଟାଚାର ମାମଲାରେ ଜର୍ଦ୍ଦାରିଙ୍କ ସମେତ ତାଙ୍କ ଭଉଣୀ ଫରୟାଲ ତଲପୁର ମଧ୍ୟ ସାମିଲ ଅଛନ୍ତି। ତେବେ ସେ ଏଯାଏ ଗିରଫ ହୋଇନାହାନ୍ତି। ଜର୍ଦ୍ଦାରି ଓ ତାଙ୍କ ଭଉଣୀ ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରାୟ ୧୫୦ ମିଲିୟନ ଟଙ୍କା ପାକିସ୍ତାନରୁ ବିଦେଶକୁ ପଠାଇଥିବା ସାମ୍ନାକୁ ଆସିଛି।  ଜର୍ଦ୍ଦାରି ପାକିସ୍ତାନର ୧୧ତମ ରାଷ୍ଟ୍ରପତି। ସେ ୨୦୦୮ ମସିହା ସେପ୍ଟେମ୍ବର ୮ରୁ ୨୦୧୩ ମସିହା ସେପ୍ଟେମ୍ବର ୧୩ ଯାଏ କାର୍ଯ୍ୟ କରିଥିଲେ।

Related posts