ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ କଳିଙ୍ଗ ଜୀନ ବକ୍ତୃତାମାଳା ଅନୁଷ୍ଠିତ

Published: Dec 7, 2023, 5:41 pm IST

ଭୁବନେଶ୍ବର: ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଜୈନ ଚେୟାର ଆନୁକୂଲ୍ୟରେ କଳିଙ୍ଗ ଜୀନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଏହି ବକ୍ତୃତାମାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଏହି ଅବସରରେ ଜୈନ କୀର୍ତ୍ତିରାଜିକୁ ନେଇ ଆୟୋଜିତ ଏକ ସ୍ବତନ୍ତ୍ର ଚିତ୍ର ପ୍ରର୍ଦଶନୀର ଲୋକାର୍ପଣ କରିଥିଲେ।

ଓଡ଼ିଶାର ଜୈନ କଳା ଓ ସ୍ଥାପତ୍ୟ ଶୀର୍ଷକ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ପ୍ରଫେସର ଖାରବେଳ ମହାନ୍ତି, ଓଡ଼ିଶାର ଜୈନ କିର୍ତ୍ତୀରାଜିର ପ୍ରାଚୀନତା ଓ ଓଡ଼ିଶାକୁ ଏହାର ସାଂସ୍କୃତିକ ଅବଦାନ ସଂପର୍କରେ ବହୁ ଐତିହାସିକ ତଥ୍ୟ ସହ ସୁବିସ୍ତୃତ ଆଲୋଚନା କରିଥିଲେ। କୁଳପତି ପ୍ରଫେସର ସ୍ବାଇଁ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ଜୈନ କଳା ଓ ସ୍ଥାପତ୍ୟର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ବ ସଂପର୍କରେ ଆଲୋକପାତ କରିଥିଲେ।

ଜୈନ ଚେୟାରର ସଂଯୋଜିକା ଡ଼ଃ ସୁଚିତ୍ରା ଦାସ ବକ୍ତୃତା ମାଳାର ଆବିମୁଖ୍ୟ ସଂପର୍କରେ ସୂଚନା ଦେଇଥିବାବେଳେ ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀଧର ରଣା ଆନୁଷ୍ଠାନିକ ଭାବେ ସ୍ବାଗତ ଭାଷଣ ଦେଇଥିଲେ। ଗୁରୁ ଡ଼ଃ ଧୀରଜ କୁମାର ମହାପାତ୍ରଙ୍କ ସଂଯୋଜନାରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗ ଛାତ୍ରଛାତ୍ରୀମାନେ ଜୈନ ମନୁ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଶ୍ରୀ ପ୍ରବୀର କୁମାର ଦଳେଇ କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଭାଗୀୟ ମୁଖ୍ୟ ଡ଼ଃ ଚକ୍ରଧର ବେହେରା, ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ଃ ସମ୍ବୁରୁ ଶୋଭରା, ଡ଼ଃ ଆଶିଷ ମହାପାତ୍ର, ଡ଼ଃ ନୀଳାଦ୍ରୀ କଲ୍ୟାଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ବିତ୍ତନିୟନ୍ତ୍ରକ ସୁନନ୍ଦା ଷଡ଼ଙ୍ଗୀ ଏବଂ ଅଣଶିକ୍ଷକ କର୍ମଚାରୀ ଏବଂ ଅନେକ ଗବେଷକ ଉପସ୍ଥିତ ଥିଲେ। ଏହି ବକ୍ତୃତାମାଳାରେ ସମସ୍ତ ବିଭାଗର ଅଧ୍ୟାପନା ମଣ୍ଡଳୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Related posts