Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜୁରାଟରେ ବିଶ୍ୱର ସର୍ବବୃହତ ସବୁଜ ଶକ୍ତି ପାର୍କ ନିର୍ମାଣ କରୁଛି ଆଦାନୀ ଗ୍ରୁପ୍, ଗୌତମ ଆଦାନୀ ସେୟାର କଲେ ଚିତ୍ର
ଆଜିର ଖବର

ଗୁଜୁରାଟରେ ବିଶ୍ୱର ସର୍ବବୃହତ ସବୁଜ ଶକ୍ତି ପାର୍କ ନିର୍ମାଣ କରୁଛି ଆଦାନୀ ଗ୍ରୁପ୍, ଗୌତମ ଆଦାନୀ ସେୟାର କଲେ ଚିତ୍ର

December 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମ୍ମଦାବାଦ: ଗୁଜୁରାଟର ମରୁଭୂମି ଅଞ୍ଚଳରେ କଚ୍ଛର ରଣରେ ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ ସବୁଜ ଶକ୍ତି ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ୭୨୬ ବର୍ଗ କିଲୋମିଟର ଉପରେ ବିସ୍ତାର ହେବ। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ X (ଟ୍ୱିଟର) ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଏହା ୨ କୋଟିରୁ ଅଧିକ ଘରକୁ ବିଦ୍ୟୁତ୍ ଶକ୍ତି ଯୋଗାଇବା ପାଇଁ ୩୦ ଗିଗାୱାଟ ଉତ୍ପାଦନ କରିବ।

ଗୌତମ ଆଦାନୀ ଲେଖିଛନ୍ତି ଯେ, “ଆମେ ବିଶ୍ଵର ସବୁଠୁ ବଡ ସବୁଜ ଶକ୍ତି ପାର୍କ ନିର୍ମାଣ କରିବାକୁ ଯାଉଛୁ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ପ୍ରଗତିରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଗର୍ବିତ। ରଣ ମରୁଭୂମିରେ ୭୨୬ ବର୍ଗ କିଲୋମିଟର ବ୍ୟାପିଥିବା ଏହି ପ୍ରକଳ୍ପ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ। ୨ କୋଟିରୁ ଅଧିକ ଘରକୁ ଶକ୍ତି ଯୋଗାଇବା ପାଇଁ ଆମେ ୩୦ ଗିଗାୱାଟ ଉତ୍ପାଦନ କରିବୁ ବୋଲି ସେ କହିଛନ୍ତି।

ସେ ଏହା ମଧ୍ୟ ଲେଖିଛନ୍ତି ଯେ, “ଏହା ବ୍ୟତୀତ, ଆମର କାର୍ଯ୍ୟକ୍ଷେତ୍ର ମୁନ୍ଦ୍ରା ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ, ଆମେ ସୌର ଏବଂ ପବନ ଶକ୍ତି ପାଇଁ ବିଶ୍ଵର ସବୁଠାରୁ ତୀବ୍ର ତଥା ସମନ୍ୱିତ ଅକ୍ଷୟ ଶକ୍ତି ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରୁଛୁ। ଏହା ଭାରତର ଏକ ମାଇଲଖୁଣ୍ଟ ହେବ। ସୋଲାର ଆଲାଇନ୍ସ ଏବଂ ଆତ୍ମନିର୍ଭରଶୀଳ ଭାରତ ପଦକ୍ଷେପ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଇବ।”

ଗୌତମ ଆଦାନୀ ଏହି ପୋଷ୍ଟ ସହିତ କିଛି ଚିତ୍ର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ପ୍ରକଳ୍ପର କାର୍ଯ୍ୟ ବହୁ ପରିମାଣରେ ଦେଖିବାକୁ ମିଳେ।

Proud to play a crucial role in India's impressive strides in renewable energy as we build the world's largest green energy park. This monumental project, covering 726 sq km in the challenging Rann desert, is visible even from space. We will generate 30GW to power over 20 million… pic.twitter.com/FMIe8ln7Gn

— Gautam Adani (@gautam_adani) December 7, 2023

ଆଦାନୀ ଗ୍ରୁପର ଏହି ପ୍ରକଳ୍ପ ଭାରତର ସବୁଜ ଶକ୍ତି କ୍ଷମତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଏହା ବ୍ୟତୀତ ଏହା COP ରେ ଦିଆଯାଇଥିବା ଜଳବାୟୁ ପ୍ରତିଶ୍ରୁତି ପୂରଣ କରିବାରେ ମଧ୍ୟ ସହାୟକ ହେବ।

ଆଦାନୀ ଗ୍ରୁପ୍ କଚ୍ଛ ଗୁଜୁରାଟ ବିଶ୍ୱର ସର୍ବବୃହତ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.