Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ ୧୧ଟି ବିଧାନସଭା ନିର୍ବାଚନରେ ୩.୩୦ ଲକ୍ଷ ବୟସ୍କ, ଭିନ୍ନକ୍ଷମ ବ୍ୟବହାର କରିଛନ୍ତି ଗୃହ ମତଦାନ ସୁବିଧା
ଆଜିର ଖବର

ଗତ ୧୧ଟି ବିଧାନସଭା ନିର୍ବାଚନରେ ୩.୩୦ ଲକ୍ଷ ବୟସ୍କ, ଭିନ୍ନକ୍ଷମ ବ୍ୟବହାର କରିଛନ୍ତି ଗୃହ ମତଦାନ ସୁବିଧା

December 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ୧୧ଟି ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସର ୩.୩୦ ଲକ୍ଷ ଭିନ୍ନକ୍ଷମ ଓ ଭୋଟର ନିଜ ଗୃହରୁ ମତଦାନ ସୁବିଧା ପାଇଥିବା ସୂଚନା ମିଳିଛି। ଭିନ୍ନକ୍ଷମ ବ୍ୟକ୍ତି (ପିଡବ୍ଲ୍ୟୁଡି), ୮୦ ବର୍ଷରୁ ଅଧିକ ବୟସର ଭୋଟର ଏବଂ କୋଭିଡରେ ପୀଡ଼ିତ ବ୍ୟକ୍ତିମାନେ ନିଜ ଗୃହରୁ ମତଦାନ ସୁବିଧା ପାଇପାରିବେ।

ରାଜନୈତିକ ଦଳର ପ୍ରତିନିଧି ଏବଂ ପୋଲିଂ କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ସମୟରେ ଗୃହରୁ ମତଦାନ କରିବାକୁ ପସନ୍ଦ କରୁଥିବା ଭୋଟରଙ୍କ ବାସଭବନକୁ ଯାଆନ୍ତି।

ନିର୍ଦ୍ଧାରିତ ଗୋପନୀୟତା ନିୟମ ଅନୁଯାୟୀ ବାଲଟ ପେପର ବ୍ୟବହାର କରି ଗୃହ ମତଦାନ ବିକଳ୍ପ ବ୍ୟବହାର କରାଯାଏ ଏବଂ ଏହି ପ୍ରକ୍ରିୟାକୁ ଭିଡିଓ ଗ୍ରାଫ୍ କରାଯାଏ।

ଗତ ୧୧ଟି ରାଜ୍ୟ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ୨.୬ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୭୦,୦୦୦ରୁ ଅଧିକ ଭିନ୍ନକ୍ଷମ ନିଜ ଗୃହରୁ ମତଦାନ ସୁବିଧା ପାଇଛନ୍ତି।

ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହୋଇଥିବାବେଳେ ପୂର୍ବରୁ ଗୁଜରାଟ, ହିମାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ଓ କର୍ଣ୍ଣାଟକରେ ନିର୍ବାଚନ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନକୁ ସାମଗ୍ରିକ ଓ ସୁଲଭ କରିବା ଦିଗରେ ନିର୍ବାଚନ କମିଶନଙ୍କ ଅନେକ ହସ୍ତକ୍ଷେପ ମଧ୍ୟରୁ ନିଜ ଗୃହରୁ ମତଦାନ ବ୍ୟବସ୍ଥା ଅନ୍ୟତମ। ବରିଷ୍ଠ ନାଗରିକ ଭୋଟରଙ୍କ ମତାଧିକାର ସାବ୍ୟସ୍ତ କରିଥିବାରୁ କମିଶନ କୃତଜ୍ଞତା ଜ୍ଞାପନ କରି ଆସୁଛନ୍ତି।

ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବ୍ୟକ୍ତିଗତଭାବେ ଅଢ଼େଇ ଲକ୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି।

ବୟସ୍କ ବିଧାନସଭା ନିର୍ବାଚନ ଭିନ୍ନକ୍ଷମ ରାଜନୈତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.