ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧିକୁ ଭୁଲ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି : ଅରବିନ୍ଦ ସୁବ୍ରମଣ୍ୟନ୍‌

Published: Jun 11, 2019, 12:15 pm IST

ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏକ ବିବାଦୀୟ ବୟାନ ଦେଇଛନ୍ତି। ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ରହିଥିବା ସୁବ୍ରମଣ୍ୟନ୍‌ ମଙ୍ଗଳବାର ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ଲେଖିଥିବା ଏକ ନିବନ୍ଧ ନୂତନ ବିବାଦ ସୃଷ୍ଟି କରିଛି। ଉଭୟ ବିଜେପି ଏବଂ କଂଗ୍ରେସ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଘରୋଇ ଅଭିବୃଦ୍ଧି ହାରକୁ ବଢାଇ ଚଢାଇ ଦେଖାଉଥିଲେ ବୋଲି କହିଛନ୍ତି ସୁବ୍ରମଣ୍ୟମ। ଘରୋଇ ଅଭିବୃଦ୍ଧି ହାର ଏହି ସମୟରେ ୪.୫ ପ୍ରତିଶତ ରହିଥିଲେ ମଧ୍ୟ ଉଭୟ ସରକାର ଏହାକୁ ୭ ପ୍ରତିଶତ ଉପରେ ଦେଖାଇଥିଲେ। ୟୁପିଏ-୨ ସରକାର ସମୟରେ ଯୋଗଦାନ କରିଥିବା ସୁବ୍ରମଣ୍ୟନ କହିଛନ୍ତି ଉଭୟ ସରକାର ଉତ୍ପାଦନକୁ ନେଇ ସର୍ବଦା ଅନ୍ଧାରରେ ରହୁଛନ୍ତି। ସରକାରଙ୍କୁ ମିଳୁଥିବା ସୂଚନା ଏବଂ ବାସ୍ତବତା ମଧ୍ୟରେ ଆକାଶ ପାତାଳର ଫରକ ରହିଛି। ତେଣୁ ଘରୋଇ ଅଭିବୃଦ୍ଧି ହାରର ଏପରି ଅବସ୍ଥାରେ ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ ବୋଲି କହିଛନ୍ତି ସୁବ୍ରମଣ୍ୟନ୍‌।

Related posts