Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»IPL: ପ୍ରତ୍ୟେକ ଦଳ ପାଖରେ କେତେ ଟଙ୍କା ଅଛି ଏବଂ କେତେ ଖର୍ଚ୍ଚ ହୋଇଛି?, ଜାଣନ୍ତୁ ସମସ୍ତ ୧୦ ଟିମର ସମ୍ପୂର୍ଣ୍ଣ ସ୍ଥିତି
ଆଜିର ଖବର

IPL: ପ୍ରତ୍ୟେକ ଦଳ ପାଖରେ କେତେ ଟଙ୍କା ଅଛି ଏବଂ କେତେ ଖର୍ଚ୍ଚ ହୋଇଛି?, ଜାଣନ୍ତୁ ସମସ୍ତ ୧୦ ଟିମର ସମ୍ପୂର୍ଣ୍ଣ ସ୍ଥିତି

December 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଇପିଏଲ
IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ୍-୨୦୨୪ ପାଇଁ ନିଲାମ ଆୟୋଜିତ ହେବ। ଏହି ନିଲାମରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିଙ୍କ ତାଲିକା ଏବଂ ବିବରଣୀ ବିଷୟରେ ସୂଚନା ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୩୩୩ ଖେଳାଳି ଆଇପିଏଲ ନିଲାମରେ ଭାଗ ନେବାକୁ ଯାଉଛନ୍ତି। ଏଥିମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ ହେବେ। ଏଥର ଆସୋସିଏଟ୍ ନେସନସ ର ଦୁଇ ଖେଳାଳି ମଧ୍ୟ ନିଲାମରେ ଭାଗ ନେବାକୁ ଯାଉଛନ୍ତି। ଏହି ସମସ୍ତ ୩୩୩ ଖେଳାଳିଙ୍କ ମଧ୍ୟରୁ ୧୧୬ ଖେଳାଳି କ୍ୟାପ୍ଡ ହୋଇଥିବାବେଳେ ୨୧୫ ଖେଳାଳି ଅନକ୍ୟାପ୍ଡ ହେବେ।

ନିଲାମ ପୂର୍ବରୁ ପ୍ରତ୍ୟେକ ଦଳର ସ୍ଥିତି:

ଆଇପିଏଲର ସମସ୍ତ ୧୦ ଟି ଦଳ ମଧ୍ୟ ଏଥର ମିନି ନିଲାମ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଗତ ମାସର ଶେଷ ସପ୍ତାହ ସୁଦ୍ଧା, ସମସ୍ତ ଦଳ ଟ୍ରେଡ ୱିଣ୍ଡୋ ବ୍ୟବହାର କରି ଖେଳାଳିଙ୍କୁ ଅଦଳ-ବଦଳ କରିବା, ୱାଲେଟରେ ଟଙ୍କା ଯୋଡିବା ଏବଂ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍ ଜମା କରିବା ପ୍ରକ୍ରିୟା ସମାପ୍ତ କରିଥିଲେ। ଆଇପିଏଲ୍-୨୦୨୪ ନିଲାମକୁ ଯିବା ପୂର୍ବରୁ ଆସନ୍ତୁ ଆପଣଙ୍କୁ କହିବା, କେଉଁ ଦଳର ପର୍ସରେ କେତେ ଟଙ୍କା ବାକି ଅଛି, କେଉଁ ଦଳ ଦ୍ୱାରା କେତେ ଟଙ୍କା ଖର୍ଚ୍ଚ ହୋଇଛି, କେଉଁ ଦଳର କେତେ ସ୍ଲଟ୍ ବାକି ଅଛି ଏବଂ କେତେ ବିଦେଶୀ ଅଛନ୍ତି? ଆସନ୍ତୁ ଏହି ସମସ୍ତ ଜିନିଷ ବିଷୟରେ ଜାଣିବା…..

ଚେନ୍ନାଇ ସୁପର କିଙ୍ଗ୍ସ:

ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏହି ନିଲାମ ପୂର୍ବରୁ ମୋଟ ୬୮.୬ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୩୧.୪ କୋଟି ଟଙ୍କା ବାକି ଅଛି। ଏହି ଦଳର ମୋଟ ୬ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ବିଦେଶୀ ଖେଳାଳିଙ୍କ ପାଇଁ ୩ ଟି ସ୍ଲଟ୍ ଅଛି।

ଦିଲ୍ଲୀ କ୍ୟାପିଟାଲ୍ସ:

ଏହି ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମୋଟ ୭୧.୦୫ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୨୮.୯୫ କୋଟି ଟଙ୍କା ବାକି ଅଛି। ଏହି ଦଳର ସମୁଦାୟ ୯ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ୪ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ।

ଗୁଜୁରାଟ ଟାଇଟାନ୍ସ:

ଏହି ନିଲାମ ପୂର୍ବରୁ ଗୁଜୁରାଟ ଦଳ ମୋଟ ୬୧.୮୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୩୮.୧୫ (ସର୍ବାଧିକ) କୋଟି ଟଙ୍କା ବାକି ଅଛି। ଏହି ଦଳର ମୋଟ ୮ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ କେବଳ ୨ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ବାକି ଅଛି।

ମୁମ୍ବାଇ ଇଣ୍ଡିଆନ୍ସ:

ଏହି ନିଲାମ ପୂର୍ବରୁ ମୁମ୍ବାଇ ଦଳ ମୋଟ ୮୨.୨୫ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୧୭.୭୫ କୋଟି ଟଙ୍କା ବାକି ଅଛି। ଏହି ଦଳରେ ମୋଟ ୮ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ୫ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି।

ପଞ୍ଜାବ କିଙ୍ଗସ୍:

ଏହି ନିଲାମ ପୂର୍ବରୁ ପଞ୍ଜାବ ଦଳ ମୋଟ ୭୦.୯୦ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୨୯.୧୦ କୋଟି ଟଙ୍କା ବାକି ଅଛି। ଏହି ଦଳରେ ମୋଟ ୮ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ୨ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:

ଏହି ନିଲାମ ପୂର୍ବରୁ ଆରସିବି ଦଳ ମୋଟ ୭୬.୭୫ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୨୩.୨୫ କୋଟି ଟଙ୍କା ବାକି ଅଛି। ଏହି ଦଳରେ ମୋଟ ୬ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ୩ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ।

ରାଜସ୍ଥାନ ରୟାଲ୍ସ:

ଏହି ନିଲାମ ପୂର୍ବରୁ ରାଜସ୍ଥାନ ଦଳ ମୋଟ ୮୫.୫୦ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୧୪.୫୦ କୋଟି ଟଙ୍କା ବାକି ଅଛି। ଏହି ଦଳରେ ମୋଟ ୮ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ୩ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ।

ସନରାଇଜର୍ସ ହାଇଦ୍ରାବାଦ:

ଏହି ନିଲାମ ପୂର୍ବରୁ ହାଇଦ୍ରାବାଦ ଦଳ ମୋଟ ୬୬ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୩୪ କୋଟି ଟଙ୍କା ବାକି ଅଛି। ଏହି ଦଳରେ ମୋଟ ୬ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ୩ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ।

କୋଲକାତା ନାଇଟ୍ ରାଇଡର୍ସ:

ଏହି ନିଲାମ ପୂର୍ବରୁ କୋଲକାତା ଦଳ ମୋଟ ୬୭.୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ ମୋଟ ୩୨.୭୦ କୋଟି ଟଙ୍କା ବାକି ଅଛି। ଏହି ଦଳରେ ସମୁଦାୟ ୧୨ ଟି ସ୍ଲଟ୍ (ସର୍ବାଧିକ) ଉପଲବ୍ଧ, ସେଥିମଧ୍ୟରୁ ୪ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ।

ଲକ୍ଷ୍ନୌ ସୁପର ଜଏଣ୍ଟସ୍:

ଏହି ନିଲାମ ପୂର୍ବରୁ ଲକ୍ଷ୍ନୌ ଦଳ ମୋଟ ୮୬.୮୫ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ବର୍ତ୍ତମାନ ସେମାନଙ୍କ ପର୍ସରେ କେବଳ ୧୩.୧୫ (ସର୍ବନିମ୍ନ) କୋଟି ଟଙ୍କା ବାକି ଅଛି। ଏହି ଦଳରେ ସମୁଦାୟ ୬ ଟି ସ୍ଲଟ୍ ଉପଲବ୍ଧ, ସେଥିମଧ୍ୟରୁ ୨ ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ବାକି ଅଛି।

auction ipl
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.