ସାମ୍ବାଦିକ ଗିରଫ ମାମଲା : ମୌଳିକ ଅଧିକାର କ୍ଷୁର୍ଣ୍ଣ ପାଇଁ ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Published: Jun 11, 2019, 1:16 pm IST

ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ମାମଲାରେ ଗିରଫ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ଉତ୍ତରପ୍ରଦେଶ ସରକାର ଏବଂ ପୁଲିସ ବିଭାଗକୁ କଡ଼ା ଭର୍ତ୍ସନା କରିଛନ୍ତି। ଏହା ସହ କୋର୍ଟ କହିଛନ୍ତି, ଏହି ଘଟଣା ବାକ୍‌ ସ୍ବାଧୀନତା ଏବଂ ସ୍ବତନ୍ତ୍ରତା ନେଇ ରହିଥିବା ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛି। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି।

Related posts