Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ
ଆଜିର ଖବର

ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ , ଭୁବନେଶ୍ୱର ଠାରେ ମାଧ୍ୟମିକ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଶାରୀରିକ ଶିକ୍ଷକ ମାନଙ୍କର ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଓସେପା ଦ୍ୱାରା ଆୟୋଜିତ ଏହି ଷଷ୍ଠ ବ୍ୟାଚ ତାଲିମ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ଦଶଗୋଟି ଜିଲ୍ଲାରୁ ମୋଟ 96 ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।

ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଛାତ୍ରଛାତ୍ରୀମାନଙ୍କର ତଥା ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଶାରୀରିକ ଶିକ୍ଷକ ମାନଙ୍କର ଗୁରୁତ୍ୱ ପୂର୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଏ ଦିଗରେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ବହୁବିଧ ପଦକ୍ଷେପ ଗୁଡିକର ସଫଳ ରୂପାୟନ ପାଇଁ ଶାରୀରିକ ଶିକ୍ଷକ ମାନେ ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଅଂଶ ଗ୍ରହଣକାରୀ ଶାରୀରିକ ଶିକ୍ଷକମାନେ ଦୁଇଦିନ ତାଲିମର ଉପାଦେୟ ଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିବା ସହ ଏହି ତାଲିମର ଅବଧିକୁ ବଢାଇବା ପାଇଁ ଅନୁରୋଧ କରିଥିଲେ। ଅନ୍ୟତମ ଅତିଥିଭାବେ ଯୋଗଦେଇ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଭଗବାନ ବେହେରା ଶାରୀରିକ ଶିକ୍ଷକମାନେ ଯେଉଁ ଶିକ୍ଷଣ ଅନୁଭୂତି ନେଲେ ତାହା ନିଜନିଜର କର୍ମ କ୍ଷେତ୍ରରେ ପ୍ରୟୋଗ କରି ଛାତ୍ରଛାତ୍ରୀ ମାନଙ୍କୁ ତା’ର ସୁଫଳ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ଜୀବନ ଶୈଳୀ, ମାନବୀୟ ମୂଲ୍ୟବୋଧ ଆଦି ଶିକ୍ଷାଦାନ ପାଇଁ ଏହି ତାଲିମ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ଏହି ଦୁଇଦିନିଆ ପ୍ରଶିକ୍ଷଣ ସମୟରେ କ୍ରୀଡ଼ା ତଥା ଯୁବସେବା ବିଭାଗର ବରିଷ୍ଠ , ଅଭିଜ୍ଞ ତଥା ଆନ୍ତର୍ଜାତୀୟ କ୍ଷାତି ସମ୍ପର୍ଣ୍ଣ ସାଧନ କର୍ମୀ ଯଥା ଗୃପ କ୍ୟାପଟେନ ଦିନେଶ ସୁରି, ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ. ରାଜେଶ, କ୍ରୀଡ଼ା ଯୁବସେବା ବିଭାଗର ବରିଷ୍ଠ ଖେଳ ବିଜ୍ଞାନ ନିର୍ଦ୍ଦେଶକ ଡ. ସୌମିତ୍ର ମଣ୍ଡଳ , ପି. ଧର୍ମାରାଓ , ଡ. ଦିନେଶ ଆଦି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହ ଓସେପାର ଉପନିର୍ଦ୍ଦେଶକ ମହେଶ୍ଵର ସାହୁ ଓ ନିରୁପା ବେହେରା , ‘ମୋ ସ୍କୁଲ’ର ଓ.ଏସ.ଡି. କାବେରୀ ପାଢୀ, ସାଧନକର୍ମୀ ଯୁଧିଷ୍ଠିର ପାଣିଗ୍ରାହୀ ଓ ଯୋଗ ପ୍ରଶିକ୍ଷକ ଦୀପକ ଗିରି ଓ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ତାଲିମ ଦେଇଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ , ଶିକ୍ଷକ-ଶିକ୍ଷା ଡ. ସନାତନ ପଣ୍ଡା ପରଚାଳନା କରିଥିବା ବେଳେ ପ୍ରଶିକ୍ଷଣ ସହାୟିକା ମିତାଲି ପାତ୍ର ଓ ଅନ୍ୟ ସହଯୋଗୀ ମାନେ ସହୟତା ପ୍ରଦାନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.