Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଳିଗୋଳା ଉତ୍ପାଦନରେ ଆତ୍ମନିର୍ଭରଶୀଳତା: ‘ବେଲ୍‌’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୩୩୬.୨୫ କୋଟିର ଚୁକ୍ତି
ଆଜିର ଖବର

ଗୁଳିଗୋଳା ଉତ୍ପାଦନରେ ଆତ୍ମନିର୍ଭରଶୀଳତା: ‘ବେଲ୍‌’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୩୩୬.୨୫ କୋଟିର ଚୁକ୍ତି

December 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
army kills terrorist
army kills terrorist

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୨୩ ଡିସେମ୍ବର ୧୫ରେ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍ ଲିମିଟେଡ (ବେଲ୍‌)  ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟ ସେନା ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ଉତ୍ପାନ କରି ଯୋଗାଇବ । ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାକୁ ଯେଉଁ ଅଭିଯାନ ଚଳାଇଛି ଏହି ଚୁକ୍ତିନାମା ତାହାର ଏକ ଅଂଶବିଶେଷ । ଆତ୍ମ ନିର୍ଭର ଭାରତ ଅଭିଯାନରେ ଭାରତୀୟ ଉଦ୍ୟୋଗଗୁଡିକ ଦେଶର ସୈନ୍ୟବାହିନୀ ପାଇଁ ଗୋଳାବାରୁଦ ଓ ଗୁଳିଗୋଳା ଉତ୍ପାଦନ କରିବେ । ଏହା କେନ୍ଦ୍ର ସରକାରଙ୍କର ଏକ ପ୍ରୟାସ ଏବଂ ଏହି ଯୋଜନାରେ ‘ବେଲ୍‌’ ୧୦ବର୍ଷ ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ସେନାକୁ ଯୋଗାଇ ଦେବ । ଏହି ପ୍ରୟାସ ଲକ୍ଷ୍ୟ ହେଲା ସ୍ୱଦେଶୀ ଉତ୍ପାଦନ ଦ୍ୱାରା ଦେଶର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମହଜୁଦ ପରିମାଣ ବଢାଇ ଏ କ୍ଷେତ୍ରରେ  ଆତ୍ମନିର୍ଭରଶୀଳ ହେବା ଓ ଏସବୁ ସାମଗ୍ରୀର ଆମଦାନୀ ଉଲ୍ଲେଖନୀୟ ଭାବେ ହ୍ରାସ କରିବା । ଆହୁରି ମଧ୍ୟ କୌଣସି କାରଣରୁ ବାହ୍ୟ ଯୋଗାଣ ଶୃଙ୍ଖଳା ବ୍ୟାହତ ହେଲେ ତାହାର ପ୍ରଭାବ ଯେପରି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନ’ ପଡେ ସେଥିପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରି ବିଭିନ୍ନ ସାମରିକ ଉପକରଣ ଯୋଗାଣ, ଗୁଳିଗୋଳା ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ଦେଶରେ ଉତ୍ପାଦନ କରି ତାହାର ମହଜୁଦ ବଢାଇବାକୁ ସରକାର ପ୍ରୟାସ କରୁଛନ୍ତି ।

ଇଲେକ୍‌ଟ୍ରୋନିକ ଫ୍ୟୁଜ ଅତି ଓଜନିଆ ଓ ମଧ୍ୟମ ଧରଣର ତୋପ କମାଣରେ ବ୍ୟବହାର ହେଉଥିବା ଏକ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ସାମରିକ ଅଭିଯାନବେଳେ ଓଜନଦାର ତୋପ ଓ କମାଣର ଗୁଳିଗୋଳା ବର୍ଷଣ ଦକ୍ଷତା ବଢାଇବା ପାଇଁ ଏହି ଇଲେକ୍‌ଟ୍ରୋନିକ୍ ଫ୍ୟୁଜ୍ ମୁଖ୍ୟତଃ  ବ୍ୟବହୃତ ହୋଇଥାଏ । ଆର୍ଟିଲାରୀ ଗନ୍ ବା ତୋପଗୁଡିକୁ ସେନା ପାହାଡ ପର୍ବତ ଘୋରା ଅଞ୍ଚଳ, ବିଶେଷକରି ଦେଶର ଉତ୍ତର ସୀମାନ୍ତରେ ଅଧିକ ବ୍ୟବହାର କରିଥାଏ । ଏହା ଫଳରେ ପାହାଡର ଅଧିକ ଉଚ୍ଚରେ ଏବଂ ଗିରିଶଙ୍କଟର ଅପରପାଶ୍ୱର୍ରେ ଥିବା ଶତ୍ରୁପକ୍ଷର ସୈନ୍ୟ ଓ ଶିବିର   ଉପରେ ନିର୍ଭୁଲଭାବେ ପ୍ରଭାବଶାଳୀ ଢଙ୍ଗରେ ଗୁଳିଗୋଳା ମାଡ କରାଯାଇଥାଏ । ଏହି ଗୁଳିଗୋଳା ପ୍ରୟୋଗ କାମକୁ ଅଧିକ ନିର୍ଭୁଲ ଓ ପ୍ରଭାବଶାଳୀ କରିବାକୁ ଆର୍ଟିଲାରୀ ଗନ୍‌ରେ ଇଲେକ୍‌ଟ୍ରୋନିକ୍ସ ଫ୍ୟୁଜ ବ୍ୟବହୃତ ହୋଇଥାଏ ।

‘ବେଲ୍‌’ ଏହି ଇଲେକଟ୍ରୋନିକ ଫ୍ୟୁଜ୍ ତାହାର ପୁଣେ କାରଖାନା ଏବଂ ନୂଆକରି ତିଆରି ହେଉଥିବା ନାଗପୁର କାରଖାନାରୁ ଉତ୍ପାଦନ କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ହୋଇଥିବା ଚୁକ୍ତି ଅନୁସାରେ ବେଲ୍ ଯେଉଁ ଫ୍ୟୁଜ୍ ଉତ୍ପାଦନ କରିବ ସେଥିରେ ଏକ ଲକ୍ଷ ୫୦ହଜାର ଶ୍ରମ ଦିବସ ସୃଷ୍ଟି ହେବ ଏବଂ ଉଭୟ ବୈଷୟିକ ଓ ଅଣବୈଷୟିକ ଲୋକଶକ୍ତି ଏଥିରେ ରୋଜଗାର ସୁଯୋଗ ପାଇବେ । ଆହୁରି ମଧ୍ୟ  ଭାରତୀୟ ଘରୋଇ ଉଦ୍ୟୋଗ, ବିଶେଷକରି ଏମ୍‌ଏସ୍‌ଏମଇ, ଯେଉଁମାନଙ୍କର ସାମରିକ ସାମଗ୍ରୀ ଉତ୍ପାଦନର ଅଭିଜ୍ଞତା ଓ ସୁବିଧା ରହିଛି ସେମାନେ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହୋଇ ଲାଭାନ୍ୱିତ ହୋଇପାରିବେ । ଏହା ମଧ୍ୟ ଦେଶର ଗୁଳିଗୋଳା ଓ ଆୟୁଧ (ଆମୁନେସନ୍ସ) ଉତ୍ପାଦନ ପରିବେଶକୁ ପ୍ରୋତ୍ସାହନ ଯୋଗାଇବ ।

ଆତ୍ମନିର୍ଭରଶୀଳତା ପ୍ରତିରକ୍ଷା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.