Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ସମସ୍ତ ଅଦାଲତରେ ୫ କୋଟି ମାମଲା ବିଚାରାଧୀନ: ଆଇନ ମନ୍ତ୍ରୀ
ଆଜିର ଖବର

ଦେଶର ସମସ୍ତ ଅଦାଲତରେ ୫ କୋଟି ମାମଲା ବିଚାରାଧୀନ: ଆଇନ ମନ୍ତ୍ରୀ

December 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ
ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ୨୫ଟି ହାଇକୋର୍ଟ, ଜିଲ୍ଲା ଓ ଅଧୀନ ଅଦାଲତରେ ସମୁଦାୟ ୫ କୋଟି ମାମଲା ବିଚାରାଧୀନ ରହିଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ସୂଚନା ଦେଇଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର ୧ ସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ୫ କୋଟି ୮ ଲକ୍ଷ ୮୫ ହଜାର ୮୫୬ଟି ମାମଲାର ଶୁଣାଣି ବାକି ରହିଛି। ସେଥିମଧ୍ୟରୁ ୨୫ଟି ହାଇକୋର୍ଟରେ ୬୧ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି।
ଅର୍ଜୁନ ରାମ କହିଛନ୍ତି ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ୮୦ ହଜାର ମାମଲା ବିଚାରାଧୀନ ରହିଛି । ୬ ମାସ ତଳେ ଜୁଲାଇ ପହିଲାରେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୬୯ ହଜାର ୭୬୬ ଥିଲା । ଯାହା ଡିସେମ୍ବର ୧ରେ ୮୦ ହଜାରରୁ ଅଧିକ ହୋଇଥିଲା। ତିନି ବର୍ଷ ତଳେ ୨୦୨୦ ମାର୍ଚ୍ଚରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦ ହଜାର ବିଚାରାଧୀନ ମାମଲା ବୃଦ୍ଧି ପାଇଁ ସମୟ ଲାଗିଥିଲା।

ନ୍ୟାୟପାଳିକାରେ ସମୁଦାୟ ୨୬ ହଜାର ୫୬୮ ବିଚାରପତି

ଅର୍ଜୁନ ରାମ ମେଘୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ନ୍ୟାୟପାଳିକାରେ ବିଚାରପତିଙ୍କ ସମୁଦାୟ ମଞ୍ଜୁରୀପ୍ରାପ୍ତ ସଦସ୍ୟ ସଂଖ୍ୟା ହେଉଛି ୨୬,୫୬୮। ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ ରହିଛି। ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୧୧୪ ରହିଛି। ଜିଲ୍ଲା ଓ ଅଧୀନ ଅଦାଲତରେ ମଞ୍ଜୁରୀପ୍ରାପ୍ତ ବିଚାରପତି ଙ୍କ ସଂଖ୍ୟା ୨୫,୪୨୦ ରହିଛି।

ଜୁନ୍ ୧୫ ସୁଦ୍ଧା ଭିଡିଓ କନଫରେନ୍ସିଂ ଜରିଆରେ ୧.୮୦ ଲକ୍ଷ ମାମଲାର ଶୁଣାଣି ହୋଇଛି
ଲୋକସଭାରେ ବକ୍ତବ୍ୟ ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୨୩ରେ ସୁପ୍ରିମକୋର୍ଟ ମଧ୍ୟ ଜୁନ୍ ୧୫ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରିଥିଲେ।  ଯେଉଁଥିରେ ସମୁଦାୟ ୧ ଲକ୍ଷ ୮୨ ହଜାରରୁ ଅଧିକ ମାମଲାର ଶୁଣାଣୀ ହୋଇଛି କରିଥିଲେ।

ଏହାବ୍ୟତୀତ ଗୁଜରାଟ, ଗୁଆହାଟୀ, ଓଡ଼ିଶା, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପାଟନା ଓ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠର କାର୍ଯ୍ୟର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି।

ଅର୍ଜୁନ ରାମ ମେଘୱାଲ ସୁପ୍ରିମକୋର୍ଟ ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ

October 2, 2026

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

October 2, 2026
Latest News

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.