ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଖ ନୱଫ୍ ଅଲ୍-ଅହମଦ୍ ଅଲ୍-ଜାବେର ଅଲ୍-ସବାହଙ୍କ ପରଲୋକରେ ରାଜପରିବାର, ନେତୃବୃନ୍ଦ ଏବଂ କୁଏତର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଶେଖ ନୱଫ୍ ଅଲ୍-ଅହମଦ୍ ଅଲ୍-ଜାବେର ଅଲ୍-ସବାହଙ୍କ ପରଲୋକ ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ରାଜ ପରିବାର, ନେତୃତ୍ୱ ଏବଂ କୁଏତର ଲୋକଙ୍କୁ ଗଭୀର ସମବେଦନା।’