୫୦୦ କୋଟି କ୍ଲବରେ ‘ଆନିମଲ’!, ୧୭ ଦିନର ରୋଜଗାରରେ ରେକର୍ଡ

Published: Dec 17, 2023, 5:39 pm IST

ନୂଆଦିଲ୍ଲୀ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି। ରଣବୀର କପୁରଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ଏହି ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ କୌଣସି ଚଳଚ୍ଚିତ୍ର ଏହି ସଫଳତା ହାସଲ କରିନଥିଲା। ଏହା ସହିତ ଘରୋଇ ବକ୍ସ ଅଫିସରେ ୫୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଥିବା ‘ଆନିମଲ’ ଚଳିତ ବର୍ଷର ଚତୁର୍ଥ ଚଳଚ୍ଚିତ୍ର ହୋଇପାରିଛି।

‘ଆନିମଲ’ ହେଉଛି ଚଳିତ ବର୍ଷର ଚତୁର୍ଥ ଚଳଚ୍ଚିତ୍ର ଯାହା ୫୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହାପୂର୍ବରୁ ‘ଜବାନ’ (୬୪୦.୨୫ କୋଟି), ‘ଗଦର ୨’ (୫୨୫.୭ କୋଟି) ଏବଂ ‘ପଠାନ’ (୫୪୩.୦୯ କୋଟି) ଏହି ରେକର୍ଡ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ରଣବୀର କପୁରଙ୍କ ଫିଲ୍ମ ଘରୋଇ ବକ୍ସ ଅଫିସରେ ୫୦୦ କୋଟି ଟଙ୍କାର କ୍ଲବରେ ସ୍ଥାନ ହାସଲ କରିଥିବାବେଳେ ଏହା ବିଶ୍ଵରେ ୮୦୦ କୋଟିରୁ ଅଧିକ ଆୟ କରିଛି।

Related posts