Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓ ର ନୂଆ ଓଟିଟି ପ୍ୟକ୍ ରେ କଞ୍ଚାଲଙ୍କା
ଆଜିର ଖବର

ରିଲାଏନ୍ସ ଜିଓ ର ନୂଆ ଓଟିଟି ପ୍ୟକ୍ ରେ କଞ୍ଚାଲଙ୍କା

December 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ମନୋରଞ୍ଜନ ଅଧ୍ୟାୟରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଇଛି। ଓଡିଆ ଓଟିଟି କଞ୍ଚାଲଙ୍କା ବର୍ତ୍ତମାନ ଜିଓଟିଭି ପ୍ରିମିୟମରେ ଉପଲବ୍ଧ ହେବ।

ଜିଓଟିଭି ପ୍ରିମିୟମ୍ ସବସ୍କ୍ରିପସନ୍ ଅଫର୍ ରେ ଥିବା ସର୍ବମୋଟ ୧୪ଟି ଓଟିଟି ପ୍ଲାଟଫର୍ମ ମଧ୍ୟରୁ କଞ୍ଚା ଲଙ୍କା ଅନ୍ୟତମ। ଜିଓ ଏହି ନୂତନ ଅଫର୍ ଗ୍ରାହକଙ୍କୁ ଯଥାକ୍ରମେ ୨୮, ୮୪ ଏବଂ ୩୬୫ ଦିନ ପାଇଁ ୩୯୮, ୧୧୯୮, ୪୪୯୮ ଟଙ୍କାରେ ଯୋଗାଉଛି। କଲିଂ, ଏସଏମଏସ, ଡାଟା ଏବଂ ଆକର୍ଷଣୀୟ ଟେଲକମ୍ ପ୍ୟାକ୍ ସହ ଏହି ଅଫର ଟି ଉପଲବ୍ଧ।

ଏହାର ଲଞ୍ଚ ପ୍ୟାକ୍ ରେ, ଜିଓ କେବଳ ୧୪ଟି ଓଟିଟି ଆପ୍ ଯୋଡିଛି ଯେଉଁଥିରେ ୬ଟି ଆଞ୍ଚଳିକ ଓଟିଟି ପ୍ଲାଟଫର୍ମ ଅନ୍ତର୍ଭୁକ୍ତ। ମନୋନୀତ ହୋଇଥିବା ୬ଟି ଆଞ୍ଚଳିକ ଓଟିଟି ମଧ୍ୟରୁ କଞ୍ଚା ଲଙ୍କା ଅନ୍ୟତମ। ଜିଓ ଦ୍ୱାରା ମନୋନୀତ ହୋଇଥିବା ପ୍ରଥମ ୬ଟି ଓଟିଟି ମଧ୍ୟରୁ ଗୋଟିଏ ହେବା ବଜାରରେ କଞ୍ଚା ଲଙ୍କାର ଲୋକପ୍ରିୟତାକୁ ପ୍ରମାଣ କରୁଛି।

ଉପଭୋକ୍ତାମାନେ ରିଚାର୍ଜ କରିଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ସାଇନ୍ ଇନ୍ କରିପାରିବେ ଏବଂ ଜିଓଟିଭି ପ୍ରିମିୟମ୍ ଟ୍ୟାବ୍ ରେ କଞ୍ଚା ଲଙ୍କାର ୱେବ ସିରିଜ ତଥା ସିନେମା ଦେଖିପାରିବେ।

ସହଭାଗିତାକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରି କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅକ୍ଷୟ ପରିଜା କହିଛନ୍ତି, “ବୃହତ୍ତମ ଜାତୀୟ ପ୍ଲାଟଫର୍ମ ଜିଓରେ ଆମର ଉପସ୍ଥିତି ନିଶ୍ଚିତ ଭାବରେ ଗୁଣାତ୍ମକ ଓଡିଆ ମନୋରଞ୍ଜନ ବିଷୟବସ୍ତୁକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ଆମେ ସବୁବେଳେ କ୍ୟୁରେଟେଡ୍ ୱେବ୍ ସିରିଜ୍, ବଛା-ବଛା ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ତାଜା ବିଷୟବସ୍ତୁର ମିଶ୍ରଣ ଯୋଗାଇବାକୁ ଚେଷ୍ଟା କରିଛୁ ଏବଂ ବର୍ତ୍ତମାନ ଏହା ଅଧିକ ଓଡ଼ିଆ ସିନେ-ପ୍ରେମୀଙ୍କ ପାଖରେ ପହଞ୍ଚିବା ସହିତ ମୁଁ ନିଶ୍ଚିତ ଯେ ଅଧିକରୁ ଅଧିକ ଲୋକ ଏକ ଅସାଧାରଣ ଦର୍ଶନ ଅଭିଜ୍ଞତାକୁ ପସନ୍ଦ କରିବେ।

ଏହା ପୂର୍ବରୁ କଞ୍ଚା ଲଙ୍କା ୱେବସାଇଟ୍, ଗୁଗୁଲ୍ ପ୍ଲେ ଷ୍ଟୋର୍, ଆପଲ୍ ଆପ୍ ଷ୍ଟୋର୍, ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି, ଏୟାରଟେଲ୍ ଏକ୍ସଷ୍ଟ୍ରିମ୍, ଓଟିଟି ପ୍ଲେ, ପ୍ଲେ ବକ୍ସ, ଫ୍ଲିକ ଏବଂ ଅନ୍ୟାନ୍ୟ ବିତରଣ ପ୍ଲାଟଫର୍ମରେ ଉପଲବ୍ଧ ଥିଲା।

ଶ୍ରୀ ପରିଜା ଆହୁରି କହିଛନ୍ତି ଯେ, “ଜିଓ ଦ୍ୱାରା ମନୋନୀତ ଓଟିଟି ପ୍ଲାଟଫର୍ମ ହୋଇ ଆମେ ଗର୍ବିତ। ଆମେ ବିଶ୍ୱାସ କରୁ ଯେ, ବଣ୍ଟନ ଗ୍ରାହକଙ୍କ ପାଖରେ ଯେକୌଣସି ଉତ୍ପାଦ ଏବଂ ସେବା ପହଞ୍ଚାଇବାର ଶ୍ରେଷ୍ଠ ଚାବିକାଠି। ଜିଓ ଟିଭି ସହିତ, ଆମେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛୁ ଏବଂ ବର୍ତ୍ତମାନ ଦର୍ଶକଙ୍କ ପାଇଁ ଅନେକ ତାଜା ଏବଂ ଲୋକପ୍ରିୟ ବିଷୟବସ୍ତୁ ଆଣିବୁ”।

କଞ୍ଚାଲଙ୍କା ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026
Latest News

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.