Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରିଲାଏନ୍ସ ଜିଓ ର ନୂଆ ଓଟିଟି ପ୍ୟକ୍ ରେ କଞ୍ଚାଲଙ୍କା

ଭୁବନେଶ୍ୱର: ଓଡ଼ିଶାର ମନୋରଞ୍ଜନ ଅଧ୍ୟାୟରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଇଛି। ଓଡିଆ ଓଟିଟି କଞ୍ଚାଲଙ୍କା ବର୍ତ୍ତମାନ ଜିଓଟିଭି ପ୍ରିମିୟମରେ ଉପଲବ୍ଧ ହେବ।

ଜିଓଟିଭି ପ୍ରିମିୟମ୍ ସବସ୍କ୍ରିପସନ୍ ଅଫର୍ ରେ ଥିବା ସର୍ବମୋଟ ୧୪ଟି ଓଟିଟି ପ୍ଲାଟଫର୍ମ ମଧ୍ୟରୁ କଞ୍ଚା ଲଙ୍କା ଅନ୍ୟତମ। ଜିଓ ଏହି ନୂତନ ଅଫର୍ ଗ୍ରାହକଙ୍କୁ ଯଥାକ୍ରମେ ୨୮, ୮୪ ଏବଂ ୩୬୫ ଦିନ ପାଇଁ ୩୯୮, ୧୧୯୮, ୪୪୯୮ ଟଙ୍କାରେ ଯୋଗାଉଛି। କଲିଂ, ଏସଏମଏସ, ଡାଟା ଏବଂ ଆକର୍ଷଣୀୟ ଟେଲକମ୍ ପ୍ୟାକ୍ ସହ ଏହି ଅଫର ଟି ଉପଲବ୍ଧ।

ଏହାର ଲଞ୍ଚ ପ୍ୟାକ୍ ରେ, ଜିଓ କେବଳ ୧୪ଟି ଓଟିଟି ଆପ୍ ଯୋଡିଛି ଯେଉଁଥିରେ ୬ଟି ଆଞ୍ଚଳିକ ଓଟିଟି ପ୍ଲାଟଫର୍ମ ଅନ୍ତର୍ଭୁକ୍ତ। ମନୋନୀତ ହୋଇଥିବା ୬ଟି ଆଞ୍ଚଳିକ ଓଟିଟି ମଧ୍ୟରୁ କଞ୍ଚା ଲଙ୍କା ଅନ୍ୟତମ। ଜିଓ ଦ୍ୱାରା ମନୋନୀତ ହୋଇଥିବା ପ୍ରଥମ ୬ଟି ଓଟିଟି ମଧ୍ୟରୁ ଗୋଟିଏ ହେବା ବଜାରରେ କଞ୍ଚା ଲଙ୍କାର ଲୋକପ୍ରିୟତାକୁ ପ୍ରମାଣ କରୁଛି।

ଉପଭୋକ୍ତାମାନେ ରିଚାର୍ଜ କରିଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ସାଇନ୍ ଇନ୍ କରିପାରିବେ ଏବଂ ଜିଓଟିଭି ପ୍ରିମିୟମ୍ ଟ୍ୟାବ୍ ରେ କଞ୍ଚା ଲଙ୍କାର ୱେବ ସିରିଜ ତଥା ସିନେମା ଦେଖିପାରିବେ।

ସହଭାଗିତାକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରି କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅକ୍ଷୟ ପରିଜା କହିଛନ୍ତି, “ବୃହତ୍ତମ ଜାତୀୟ ପ୍ଲାଟଫର୍ମ ଜିଓରେ ଆମର ଉପସ୍ଥିତି ନିଶ୍ଚିତ ଭାବରେ ଗୁଣାତ୍ମକ ଓଡିଆ ମନୋରଞ୍ଜନ ବିଷୟବସ୍ତୁକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ଆମେ ସବୁବେଳେ କ୍ୟୁରେଟେଡ୍ ୱେବ୍ ସିରିଜ୍, ବଛା-ବଛା ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ତାଜା ବିଷୟବସ୍ତୁର ମିଶ୍ରଣ ଯୋଗାଇବାକୁ ଚେଷ୍ଟା କରିଛୁ ଏବଂ ବର୍ତ୍ତମାନ ଏହା ଅଧିକ ଓଡ଼ିଆ ସିନେ-ପ୍ରେମୀଙ୍କ ପାଖରେ ପହଞ୍ଚିବା ସହିତ ମୁଁ ନିଶ୍ଚିତ ଯେ ଅଧିକରୁ ଅଧିକ ଲୋକ ଏକ ଅସାଧାରଣ ଦର୍ଶନ ଅଭିଜ୍ଞତାକୁ ପସନ୍ଦ କରିବେ।

ଏହା ପୂର୍ବରୁ କଞ୍ଚା ଲଙ୍କା ୱେବସାଇଟ୍, ଗୁଗୁଲ୍ ପ୍ଲେ ଷ୍ଟୋର୍, ଆପଲ୍ ଆପ୍ ଷ୍ଟୋର୍, ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି, ଏୟାରଟେଲ୍ ଏକ୍ସଷ୍ଟ୍ରିମ୍, ଓଟିଟି ପ୍ଲେ, ପ୍ଲେ ବକ୍ସ, ଫ୍ଲିକ ଏବଂ ଅନ୍ୟାନ୍ୟ ବିତରଣ ପ୍ଲାଟଫର୍ମରେ ଉପଲବ୍ଧ ଥିଲା।

ଶ୍ରୀ ପରିଜା ଆହୁରି କହିଛନ୍ତି ଯେ, “ଜିଓ ଦ୍ୱାରା ମନୋନୀତ ଓଟିଟି ପ୍ଲାଟଫର୍ମ ହୋଇ ଆମେ ଗର୍ବିତ। ଆମେ ବିଶ୍ୱାସ କରୁ ଯେ, ବଣ୍ଟନ ଗ୍ରାହକଙ୍କ ପାଖରେ ଯେକୌଣସି ଉତ୍ପାଦ ଏବଂ ସେବା ପହଞ୍ଚାଇବାର ଶ୍ରେଷ୍ଠ ଚାବିକାଠି। ଜିଓ ଟିଭି ସହିତ, ଆମେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛୁ ଏବଂ ବର୍ତ୍ତମାନ ଦର୍ଶକଙ୍କ ପାଇଁ ଅନେକ ତାଜା ଏବଂ ଲୋକପ୍ରିୟ ବିଷୟବସ୍ତୁ ଆଣିବୁ”।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ‘ଏ ଦିଲ୍ ତତେ ଦେଲି’

ଭୁବନେଶ୍ଵର: ମାର୍ଚ୍ଚ ୧୭ ତାରିଖରେ ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ଫିଲ୍ମ “ଏ ଦିଲ୍ ତତେ ଦେଲି”। ଭିନ୍ନ ଧରଣର ପ୍ରେମ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଏ ଦିଲ୍ ତତେ ଦେଲି’। ପ୍ରେମର ଗଣିତ ଯେତେ ଜଟିଳ, ତା’ ର ଭାଗଫଳକୁ ବୁଝିବା ସେତେ କଷ୍ଟ। ଭବିଷ୍ୟତ ଗଢିବାର ସୁନେଲୀ ସ୍ବପ୍ନ ନେଇ ଦିନେ ନୂଆ ସହରରେ ପାଦ ଥାପିଥିଲେ ଯୁବ ସଙ୍ଗୀତନିର୍ଦ୍ଦେଶକ ସୁରଜ। ଯେଉଁଦିନ ସୁରଜକୁ ଦେଖୁଛି ରୂପା, ସେହି ମୂହୂର୍ତ୍ତରେ ହିଁ ପଡ଼ି ଯାଇଛି ପ୍ରେମରେ। କିନ୍ତୁ ଏ ପ୍ରେମର ଗଣିତକୁ ବୁଝିପାରିନି ରୂପା। ଅନ୍ୟପଟେ, ପ୍ରେମ ଓ କ୍ୟାରିୟର ରୂପୀ ଦୁଇଟି ନାଆରେ ପାଦ ଦେବାକୁ ଅସମଞ୍ଜସ ହେଉଛି ସୁରଜ। ସମୟର ଚକ ବୁଲିଛି ଓ ସେ ଦୁହିଁଙ୍କ ଜୀବନରେ ଘଟିଯାଇଛି କିଛି ଅଘଟଣ … ଯାହାକୁ ନେଇ କାହାଣୀ।

ନିଆରା କାହାଣୀ। ନିଚ୍ଛକ ପ୍ରେମ। ପ୍ରତିଟି ହୃଦୟର କଥାକୁ ନେଇ, ପ୍ରେମ- ବିଛେଦର ଅପ୍ରିୟ ସତ୍ୟକୁ ନେଇ ପରଦାକୁ ଆସୁଛି “ଏ ଦିଲ ତତେ ଦେଲି”। ବଲିଉଡ଼ରେ ଅନେକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥବା ଅଭିନେତ୍ରୀ ରିୟାନା ଏଥ୍‌ରେ ନାୟିକା ଭୂମିକାରେ ଅବତୀର୍ଣ୍ଣ। ନାୟକ ଭାବେ ଏଣ୍ଟ୍ରି ମାରିଛନ୍ତି ପ୍ରତିଭାବାନ୍ ଅଭିନେତା ବିଭାସ। ଷ୍ଟେପ ବାଏ ଷ୍ଟେପ ପିଲ୍ମସ୍ ଓ ରଙ୍ଗ କ୍ରିଏସନ୍ ର ମିଳିତ ସହଯୋଗରେ ନିର୍ମାଣ ହୋଇଛି ଏହି କାହାଣୀ। ପ୍ରଯୋଜନା ଭାର ଅଖିଳେଶ ବର୍ମା ତୁଲାଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିଲୁ ବକ୍ସ। ସେହିପରି ସଙ୍ଗୀତରେ ସ୍ବର ସଂଯୋଜନା କରିଛନ୍ତି ମହମ୍ମଦ ମୁସୀର। ମାନସ ସାହୁ ଗୀତ ରଚନା କରିଛନ୍ତି। ଚଳଚ୍ଚିତ୍ରର କ୍ରିଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ।

କାହାଣୀରେ ଅନ୍ୟମାନଙ୍କ ଭିତରେ ମନୀଷା ମିଶ୍ର, ନୀଲୁ ବକ୍ସ ରହିଛନ୍ତି। ମାର୍ଚ୍ଚ ୧୭ରେ କଞ୍ଚାଲଙ୍କାରେ ଫିଲ୍ମ ଟି ଷ୍ଟ୍ରିମିଙ୍ଗ ହେବାକୁ ରହିଥିବାବେଳେ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ପ୍ରକାଶ ପାଇଛି। ସେପଟେ ଚଳଚ୍ଚିତ୍ରଟି ନିଶ୍ଚିତ ଦର୍ଶକାଦୃତ ହେବ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଷ୍ଟ୍ରିମିଙ୍ଗ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା”

ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଗତକାଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହୋଇଯାଇଛି। ୧୯୩୦ ଦଶକର ରାଜାରାଜୁଡ଼ା ଶାସନ ସମୟର ଏକ ଗରୀବ ଗାଁ ମୁଖିଆଙ୍କ କାହାଣୀ।  କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ। ସାଧାରଣତଃ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା। ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ।

ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି କପିଳେଶ୍ଵର ମହାପାତ୍ର, ସଙ୍ଗୀତରେ ସଜେଇଛନ୍ତି ପଙ୍କଜ ଜାଲ୍ ଓ ଘାସିରାମ ମିଶ୍ର, ଏହାର କ୍ୟାମେରାମ୍ୟାନ୍‌ ଓମ୍ ପ୍ରକାଶ ମହାପାତ୍ର ଥିବାବେଳେ ସଂପାଦନାରେ ରାଜେନ୍ଦ୍ର ମହାପାତ୍ର, ସଂଳାପ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା, ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟର ଦାୟିତ୍ୱରେ ଅଛନ୍ତି ସବ୍ୟସାଚୀ ମହାପାତ୍ର।

ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ରତନ୍ ମେହେର୍, ପୃଥ୍ଵୀରାଜ ନାଏକ, ରୋଜି ଷଡ଼ଙ୍ଗୀ, ତପସ୍ୱିନୀ ଗୁରୁ ଓ ଅନ୍ୟମାନେ।

ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ୍ ହୋଇଥିବା ପ୍ରତ୍ୟେକ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ଲୋକାଦୃତ ହେବା ପରେ ନୂଆ ଚଳଚ୍ଚିତ୍ର “ଶଲା ବୁଢା” କୁ ଦର୍ଶକାଦୃତି ମିଳିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା”

ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଏହି ଫ୍ରେବୁୟାରୀ ୨୭ ତାରିଖରେ ଓଟିଟିପ୍ଲାଟଫର୍ମ କଞ୍ଚା ଲଙ୍କାରେ ଷ୍ଟ୍ରିମିଙ୍ଗ ହବାକୁ ଯାଉଛି।

ଏହି କାହାଣୀ ଜଣେ ଗରିବ ଗାଁ ମୁଖିଆଙ୍କର। ୧୯୩୦ ଦଶକ, ରାଜାରାଜୁଡ଼ା ଶାସନ ସମୟର। କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ। ସାଧାରଣ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା। ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ।

ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି ଶ୍ରୀ କପିଳେଶ୍ଵର ମହାପାତ୍ର, ସଂଙ୍ଗୀତରେ ସଜେଇଛନ୍ତି ପଙ୍କଜ ଜାଲ୍ ଓ ଘାସିରାମ ମିଶ୍ର, ଏହାର କ୍ୟାମେରା ମ୍ୟାନ୍‌ ଓମ୍ ପ୍ରକାଶ ମହାପାତ୍ର ଥିବା ବେଳେ ସଂପାଦନାରେ ରାଜେନ୍ଦ୍ର ମହାପାତ୍ର, ସଂଳାପ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା, ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟର ଦାୟିତ୍ୱରେ ଅଛନ୍ତି ସବ୍ୟସାଚୀ ମହାପାତ୍ର।

ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ରତନ୍ ମେହେର୍,ପ୍ରିଥିବିରାଜ ନାଏକ,ରୋଜି ଶଡଙ୍ଗୀ, ତପସ୍ବୋନୀ ଗୁରୁ ଓ ଅନ୍ୟମାନେ।

ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ୍ ହୋଇଥିବା ପ୍ରତ୍ୟେକ୍ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ କୁ ଆପଣ ମାନେ ଯେତିକି ଭଲପାଇବା ଦେଇଛନ୍ତି ସେତିକି ଭଲ ପାଇବା ଆମର ଏହି ଶଲା ବୁଢା ଚଳଚ୍ଚିତ୍ରକୁ ଦେବେ ବୋଲି ଆମର ଆଶା ଓ ବିଶ୍ୱାସ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ନେଇ ଆସୁଛି ନୂଆ ୱେବ୍ ସିରିଜ୍‌ “SIX”

ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆଉ ଏକ ନୂଆ ନୂଆ ୱେବ୍ ସିରିଜ୍‌ “SIX” ଆସୁଅଛି। ଏହି ୱେବ୍‌ସିରିଜ୍‌ ର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନର ଧାରା ସୃଷ୍ଟି ହବ।

ଏହାକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର କ୍ରିଏଟିଭ୍ ଟିମ୍ କୁହନ୍ତି: ଏହି ୱେବ୍‌ସିରିଜ୍‌ରେ ଆପଣ ମାନେ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ୬ ସଦସ୍ୟଙ୍କର ଗୋଟିଏ ଦିନରେ ମୃତ୍ୟୁ। ଏବେ ସବୁ ଆଡେ ଚର୍ଚା, ଏହା ଆତ୍ମ୍ୟ ହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ଥରହର। ବର୍ତ୍ତମାନ ପୋଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନବାଚୀ? ତଦନ୍ତ ଭାରପ୍ରାପ୍ତ ଅଧିକାରୀ ଏବେ ଚକ୍ରବ୍ୟୁହରେ। ଏବେ ତଦନ୍ତ କରୁଥିବା ପୋଲିସ କଣ କରିବ?
ଏ ମୃତ୍ୟୁ କାଣ୍ଡ ଉପରୁ ପରଦା ଉଠେଇବ? ନା ଅନେକ ବଡ ବଡ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଘଟଣା ଉପରେ ପରଦା ଘୋଡେଇ ଦବ? ଏ ପର୍ଯ୍ୟନ୍ତ ଓଡିଶାର ସବୁଠାରୁ ବଡ ଅପରାଧିକ କାହାଣୀ ଓ ଟି ଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପଣମାନଙ୍କୁ ଭେଟି ଦବାକୁ ଯାଉଛି ୬ ନମ୍ବେମ୍ବର ୨୦୨୨ ରେ SIX।

ଏହି ୱେବସିରିଜ୍‌ ର ନିର୍ଦ୍ଦେଶକ ଧୃବାନନ୍ଦ ପଣ୍ଡା କୁହନ୍ତି: ଏ ସତ୍ୟ କାହାଣୀକୁ ଆମେ ଆମ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆମକୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଛି। ଆମର ଆଶା ଓ ଭରଷା ଓଡ଼ିଶାର ସବୁଠୁ ବଡ ଅପରାଧିକ କାହାଣୀ ଆମ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିବ।

ଏହି ୱେବସିରିଜ୍‌ର କାହାଣୀ ଓ ଚିତ୍ରନାଟ୍ୟ ଅଭିଜିତ୍‌ ସିଦ୍ଧେ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଦିଲିପ୍ ବଳବନ୍ତରାୟ। ବିରଞ୍ଚି ନାୟକ, ରାଗିନୀ, ବାଦଲ ମହାନ୍ତି, ଲତାଶା, ବିଦୁସ୍ମିତା, ଉଦିତ୍‌ ଗୁରୁ, କୈଳାସ୍ ପାଣିଗ୍ରାହୀ, ବରଦା, ଅଙ୍କିତ୍,ସାଇ, ସୂର୍ଯ୍ୟକାନ୍ତ, ରଶ୍ମିତା, ଦୂର୍ଯ୍ୟଧନ, ଜୟପ୍ରକାଶ ଦାଶ ଓ ଆହୁରି ଅନେକ୍ କଳାକାର ମାନେ ଅଭିନୟ କରିଛନ୍ତି ଏହାର ପ୍ରଯୋଜନା କରିଛନ୍ତି ବିରଞ୍ଚି ନାରାୟଣ ନାୟକ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚାଲଙ୍କାରେ ଧମାଲ କରୁଛି ‘ବଦମାସ ଟୋକା’

ଭୁବନେଶ୍ଵର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପରେ ଷ୍ଟ୍ରିମିଂ ହେଉଛି ନୂଆ ଓଡିଆ ସିନେମା ‘ବଦମାସ ଟୋକା’। ଅଗଷ୍ଟ ୧୯ରୁ ଏହାର ଷ୍ଟ୍ରିମିଂ ଆରମ୍ଭ ହୋଇଛି। ଏସ କେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ନାୟକ ସାଜିଛନ୍ତି ଉଦୟନ ଅପରଜିତ। ଉଦୟନଙ୍କ ବିପକ୍ଷରେ ନାୟିକା ରହିଛନ୍ତି ବେଙ୍ଗଲୀ ସୁନ୍ଦରୀ ମାଳବିକା ବାନାର୍ଜୀ। ଟିନଏଜକୁ ନେଇ ସିନେମାଟି ନିର୍ମାଣ ହୋଇଛି। ଯେଉଁଥିରେ ଉଦୟନଙ୍କ ନାଁ ରହିଛି ରୁଦ୍ର ଓ ସେ ଜଣେ କଲେଜ ଛାତ୍ର ଭାବେ ନଜର ଆସିଛନ୍ତି। କଲେଜ ଛାତ୍ରରୁ ବଦମାସ ଟୋକା ପର୍ଯ୍ୟନ୍ତ ଯାତ୍ରାକୁ ଚମତ୍କାର ଢ଼ଙ୍ଗରେ ପରିବେଷଣ କରାଯାଇଛି।

ଓଡିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି। ଏହାକୁ ଟକ୍କର ଦେବା ଭଳି ପ୍ଲାଟଫର୍ମ ଓଡିଶାରେ ନଥିବା ବେଳେ ଦମଦାର କଣ୍ଟେଣ୍ଟ ଦର୍ଶକଙ୍କ ମନ କିଣିଛି। ନିକଟରେ ରିଲିଜ ହୋଇଥିବା ଗ୍ୟାଙ୍ଗସ ଅଫ ପୁରୀକୁ ୫୦ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଥିବା ବେଳେ ସ୍ୱର୍ଗତ ମିହିର ଦାସଙ୍କ ଅଭିନୀତ ଭିଜାମାଟିର ସ୍ୱର୍ଗ ଆଜି ବି ଜୀବନ୍ତ ହୋଇ ରହିଛି। ବ୍ରେକଅପ୍ ରୁଲସ, ମେନ ଫର ସେଲ, ଏକ୍ସପୋଜ, ଏ ମନ ମାନେନା ଭଳି କଣ୍ଟେଣ୍ଟ ପାଇଁ କଞ୍ଚାଲଙ୍କା ଓଡିଆ ଓଟିଟି ଦୁନିଆରେ ବାଦଶାହ ହୋଇପାରିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୁନ୍‌ ୨୪ ରେ କଞ୍ଚାଲଙ୍କାରେ “ଗ୍ୟାଙ୍ଗସ୍ ଅଫ୍ ପୁରୀ”

ଭୁବନେଶ୍ବର: ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ “କଞ୍ଚାଲଙ୍କା” ରେ ଷ୍ଟ୍ରିମିଂ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ୱେବ୍‌ ସିରିଜ୍‌ “ଗ୍ୟାଙ୍ଗ୍ସ ଅଫ୍ ପୁରୀ”। ଆସନ୍ତା ଜୁନ୍‌ ୨୪ ତାରିଖରୁ ଏହି ବ୍ୟୟ ବହୁଳ ୱେବ୍‌ ସିରିଜ୍‌କୁ ଆପଣ ବିଶ୍ଵର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ୍ଯ ଦେଖିପାରିବେ।

”ଗ୍ୟାଙ୍ଗ୍ସ ଅଫ୍ ପୁରୀ”: ଏହି ଶୀର୍ଷକ ହିଁ କହିଦେଉଛି କାହାଣୀଟି ପୁରୀ ସହର ଉପରେ ଆଧାରିତ। ପୁରୀ, ଐତିହ୍ୟ ଓ ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ଵରେ ଏକ ପବିତ୍ର ସହର ଭାବେ ବେଶ୍ ପରିଚିତ। ଅନ୍ୟପକ୍ଷରେ କିଛି ଅପରାଧିକ ଗ୍ୟାଙ୍ଗ ପୁରୀକୁ ନିଜ କବ୍ଜାରେ ରଖିବା ପାଇଁ ରକ୍ତର ହୋଲି ଖେଳୁଥାନ୍ତି, ଯେଉଁଥି ପାଇଁ ଗଡିଚାଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ। ଏହି ସିରିଜ୍ ରେ ଉଭୟ ପାପ-ପୁଣ୍ୟ, ନ୍ୟାୟ-ଅନ୍ୟାୟ ଓ ଧର୍ମ ଅଧର୍ମ ପରି ପରସ୍ପର ପରିପୂରକ ସତ୍ୟକୁ ପ୍ରାଞ୍ଜଳ ଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି।

କ୍ରାଇମ୍ ଓ ଆକ୍ସନ୍‌ ଭରା ଏହି ୱେବ୍ ସିରିଜ୍‌ରେ ପୁରୀର ସାହି ଗଳିରେ ଜନ୍ମ ନେଉଥିବା ଗ୍ୟାଙ୍ଗଷ୍ଟାର ମାନଙ୍କ ଜୀବନଯାତ୍ରାକୁ ଖୁବ୍ ନିଖୁଣ ଭାବେ ଦୃଶ୍ୟାୟନ କରାଯାଇଛି,ଯେଉଁଠି ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ଭ୍ରଷ୍ଟ ରାଜନେତା ମାନେ ନୀରବ ହୋଇ ପଛପଟେ ଗୋଟି ଚଲଉଥିବା ଖଳନାୟକ ମାନଙ୍କ ପରି ଚରିତ୍ର, ଖୁବ୍‌ ସକ୍ରିୟ। ହେଲେ ସଂପୁର୍ଣ୍ଣ କାହାଣୀଟିରେ କେବଳ ରକ୍ତପାତ ନୁହେଁ, ପୁରୀ ସହରର ଆଧ୍ୟାତ୍ମିକତା, ସଂସ୍କୃତି, ପ୍ରଥା ପରଂପରା ଓ ବେଳାଭୂମି ର ନିସ୍ଥକ ଚିତ୍ର ସିରିଜ୍‌କୁ ଅଧିକ ଜୀବନ୍ତ କରି ଦେଇଛି।

କାହାଣୀ ଆରମ୍ଭ ହୁଏ ଜନୈକ ବଙ୍ଗାଳୀ ହୋଟେଲ୍ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡେ ପୁରୀ ବେଳାଭୂମିରେ ଥିବା ମତ୍ସ୍ୟଜିବୀ ମାନଙ୍କ ବସ୍ତି ଉପରେ। ମତ୍ସ୍ୟଜିବୀ ମାନଙ୍କୁ ବିସ୍ଥାପିତ କରି ସେଠାରେ ଏକ ହୋଟେଲ୍ ନିର୍ମାଣ କରିବା ପାଇଁ ସେ ଲୋଡନ୍ତି ସ୍ଥାନୀୟ ବିଧାୟକ ରାଜା ବାହିନୀପତିଙ୍କ ସହଯୋଗ। ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ହୁଏ ପୁରୀ ସହରର ଭଗବାନ ଭାବେ ପରିଚିତ ଗ୍ୟାଙ୍ଗଷ୍ଟାର ବାବୁ ଜେନା। ବସ୍ତି ବାସିନ୍ଦାଙ୍କ ସୁରକ୍ଷା ପାଇଁ ଛିଡା ହେଇଥିବା ବାବୁ ଜେନା ବିରୁଦ୍ଧରେ ଏକତ୍ର ହୁଅନ୍ତି ଅନ୍ୟ ଗ୍ୟାଙ୍ଗ୍ ଷ୍ଟାର ମାନେ।  ବାବୁ ଜେନା ସହ ଆରମ୍ଭ ହୁଏ ଲୋକା ନନା ଆଉ ନିଲୁ ଗ୍ୟାଙ୍ଗର ଗ୍ୟାଙ୍ଗୱାର। ପବିତ୍ର କ୍ଷେତ୍ର ପୁରୀ ପରିଣତ ହୁଏ ଏକ ରକ୍ତାକ୍ତ ଯୁଦ୍ଧକ୍ଷେତ୍ରରେ। ଏହି ଯୁଦ୍ଧରେ କିଏ ଜିତେ କିଏ ହାରେ ଜଣା ପଡିବ “କଞ୍ଚାଲଙ୍କା” ରେ “ଗ୍ୟାଙ୍ଗସ ଅଫ ପୁରୀ” ର ସବୁତକ ଅଧ୍ୟାୟ ଦେଖିଲା ପରେ।

କାହାଣୀକୁ ଆହୁରି ବାସ୍ତବବାଦୀ କରିବା ପାଇଁ ପୁରୀ ଓ ଭୁବନେଶ୍ୱର ରେ ସୁଟିଙ୍ଗ କରାଯାଇଛି ପୁରା ସିରିଜ୍। ଭୁମିକାରେ ଅଛନ୍ତି କ୍ରିଷ୍ଣା କର,ଅମନ୍,ଚୌଧୁରୀ ଜୟ ପ୍ରକାଶ ଦାସ୍‌,ହର ରଥ,ରବି ମିଶ୍ର,ଅଙ୍କିତା ମହାନ୍ତି,ଭକ୍ତି ପ୍ରଣବ ରଥ,ଉଦିତ୍‌ ଗୁରୁ ଏବଂ ଆହୁରି ଅନେକ୍ କଳାକାର ମାନେ। ଚିତ୍ରୋତ୍ତଳନ କରିଛନ୍ତି ଦୀପକ୍ କୁମାର, ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ ଓ ଜଗଦିଶ୍ ମିଶ୍ର! କାହାଣୀ ଲେଖିଛନ୍ତି ପ୍ରଣବ ରଥ, ଅମିତ୍ ଦାସ ଓ ଜଗଦିଶ୍ ମିଶ୍ର; ସାଉଣ୍ଡ ଡିଜାଇନ୍‌ କରିଛନ୍ତି ଶକ୍ତି ସ୍ୱରୁପ ଓ ସଂପାଦନା କରିଛନ୍ତି ରଶ୍ମିରଜନ ଦାସ୍‌। ଟେକ୍ନୋଆର୍ଟ ପ୍ରଯୋଜିତ ଏହି ୱେବ୍ ସିରିଜ୍‌ରେ ପ୍ରଯୋଜକ ଅଛନ୍ତି ଅନୁପମ୍ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ, କ୍ରିଏଟିଭ୍ ଦେଖିଛନ୍ତି ଭାଗ୍ୟଧର ପାଣି।

ଏହି ୱେବସିରିଜ୍‌ କୁ ନେଇ “କଞ୍ଚାଲଙ୍କା” ର ସହ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କୁହନ୍ତି: କ୍ରାଇମ ଓ ଆକ୍ସନ୍‌ ଉପରେ ଆଧାରିତ ଏହି ୱେବସିରିଜ୍‌ ଟି ଓଡ଼ିଆ ଦର୍ଶକ ମାନଙ୍କ ପାଇଁ କିଛି ନୁତନତ୍ୱ ଆଣିବ ବୋଲି ମୋର ଆଶା ଓ ଭରଷା। ସେ
ଆଉ ମଧ୍ୟ କହିଛନ୍ତି: “କଞ୍ଚାଲଙ୍କା” ଦର୍ଶକ ମାନଙ୍କୁ ଦେଇଥିବା ପ୍ରତିଶୃତି, ଯଥା ଓଡିଶାର ମୂଳ କାହାଣୀ କୁ ନେଇ ଆମେ ଭେଟିଦେବୁ ଆମ ଦର୍ଶକ ମାନଙ୍କ ପାଖରେ, ଯୋଉଟା ଏବେ ଠାରୁ ଆରମ୍ଭ ହେଲା “ଗ୍ୟାଙ୍ଗସ୍ ଅଫ ପୁରୀ”। ଆଗକୁ ଅଛି ଆହୁରି ଅନେକ କାହାଣୀ ଆମ ମାଟିର, ଆମେ ନେଇ ଆସିବୁ ଖୁବ୍ ଶୀଘ୍ର।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ କଞ୍ଚାଲଙ୍କାରେ ଆସୁଛି ‘ହାର୍ଟ ଲେସ୍‌’

ଭୁବନେଶ୍ୱର: ବିବାହ ଏକ ସାମାଜିକ ପରମ୍ପରା। ପତି ପତ୍ନୀ ଉଭୟ ଏହାକୁ ନିଭାଇବାକୁ ଶପଥ ନିଅନ୍ତି। କିନ୍ତୁ ସତରେ କଣ ସ୍ୱାମୀ ସ୍ତ୍ରୀ ଏହି ଶପଥ ପାଳନ କରନ୍ତି? ଗୋଟିଏ ପଟେ ଅୟସ ଆରାମ, ଆଉ ଗୋଟିଏ ପଟେ ସ୍ୱାମୀଙ୍କ ଇଚ୍ଛା ଅନିଚ୍ଛାର ଲକ୍ଷ୍ମଣରେଖା। ଏହାରି ଭିତରେ ସନ୍ତୁଳି ହେଉଥିବା ସ୍ତ୍ରୀ କଣ କରିପାରେ? ତେବେ ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ନୂଆ ସର୍ଟ ମୁଭି ‘ହାର୍ଟ ଲେସ୍‌’। ଯେଉଁଥିରେ ଡାକ୍ତରଖାନାରେ ମରଣ ସହ ଲଢ଼େଇ କରୁଥିବା ଝିଅକୁ ନେଇ ସ୍ୱାମୀ କିଭଳି ସ୍ତ୍ରୀ ସହ ସଉଦା କରୁଛି ତାହା ଚିତ୍ରଣ ହୋଇଛି। ଆସନ୍ତା ଜୁନ୍ ୩ରେ ଏହି ସର୍ଟ ଫିଲ୍ମର ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି।

ସିନେମାର କାହାଣୀ ଓ ଚିତ୍ରନାଟ୍ୟ ସୁଧାରାଗ ବାନାର୍ଜୀ ଲେଖିଥିବା ବେଳେ ନିଶାନ୍ତ ମାଜିଥିଆ ସଂଳାପ ଲେଖିଛନ୍ତି। ମମତା, ପ୍ରିତୀରାଜ ଓ ପ୍ରସନଜିତ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନେକ ସୁପରହିଟ୍ ମ୍ୟୁଜିକ ଭିଡିଓ ଓ ସର୍ଟ ମୁଭି ଭେଟି ଦେଇଥିବା ରାଜା ଡି ‘ହାର୍ଟ ଲେସ୍‌’ର ନିର୍ଦ୍ଦେଶନା ଦେଇଛନ୍ତି। ନିକଟରେ ଷ୍ଟ୍ରିମିଂ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ବ୍ରେକ ଅପ୍ ରୁଲ୍ସ ଓ ସୁପାରୀକୁ ଦର୍ଶକ ବଢ଼ିଆ ରେସପନ୍ସ ଦେଇଥିଲେ। ପ୍ରକାଶ ପ୍ରହରାଜ ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ସର୍ବେଶ୍ୱର ଦାସ ଡିଓପି, କେ ଡି ସିପୁନ ଏଡିଟିଂ ଓ ଭାଗ୍ୟଧର ପାଣି କ୍ରିଏଟିଭ୍ ଦେଖିଛନ୍ତି।

ପୂର୍ବରୁ ରଂଗୀଲା, ସୁପାରୀ, ଟ୍ରୁ ଲି ୟୋରର୍ସ ଭଳି ସର୍ଟ ଫିଲ୍ମ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଧମାଲ କରିଛି। ଏଥର ‘ହାର୍ଟ ଲେସ୍‌’କୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଦୃଢ଼ୋକ୍ତି ପ୍ରକାଶ କରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ନୂଆ ଓ୍ବେବ ସିରିଜ୍ “ସୁପାରୀ”

ଭୁବନେଶ୍ବର: ଲୋକପ୍ରିୟ ଫିଲ୍ମ ପ୍ରଯୋଜନା ସଂସ୍ଥା ‘କଞ୍ଚାଲଙ୍କା’ର ଆଗାମୀ ଆକର୍ଷଣ ସର୍ଟଫିଲ୍ମ ‘ସୁପାରୀ’।  ପ୍ରକାଶ ପ୍ରହରାଜ ଏହାର ପ୍ରଯୋଜକ ଥିବାବେଳେ ରାଜା ଡି ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଶୁଦ୍ଧାରାଗ ବାନାର୍ଜୀ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି।

ସେହିପରି ଏହାର ସଂଳାପ ନିଶାନ୍ତ ମାଜିଥିଆ ଲେଖିଛନ୍ତି ଏବଂ ବିଭିନ୍ନ ଭୂମିକାରେ ତୁଷାର, ଶୁଭାଙ୍ଗୀ ଓ ସୌରଭ ଅଛନ୍ତି। ଭାଗ୍ୟଧର ପାଣି ଏହାର କ୍ରିଏଟିଭ ହେଡ ଅଛନ୍ତି ଓ ପ୍ରଣୟ ଜେଠୀ ମିଡ଼ିଆ ପ୍ଲାନର ଅଛନ୍ତି। ‘କଞ୍ଚାଲଙ୍କା’ ସବୁବେଳେ ଦର୍ଶକଙ୍କ ଚାହିଦାକୁ ନେଇ ଫିଲ୍ମ ନିର୍ମାଣ କରି ଆସୁଛି। ଏଥିପାଇଁ ଏହା ସମସ୍ତଙ୍କର ପ୍ରିୟ ପାଲଟିଛି। “କଞ୍ଚାଲଙ୍କା” ପକ୍ଷରୁ ପୂର୍ବରୁ ରଙ୍ଗୀଲା, ବ୍ରେକ ଅପ୍ ଲଭ୍, ଟ୍ରୁଲି ୟୁଅର୍ସ, ସରକାରୀ ବର, ଟାଉଟର୍ ପ୍ରୋ ପ୍ରମୁଖ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହୋଇସାରିଛି।

ଏହି କ୍ରମରେ ଭିନ୍ନ ସ୍ବାଦର ସର୍ଟ ଫିଲ୍ମ ‘ସୁପାରୀ’ ଦର୍ଶକଙ୍କୁ ନିଶ୍ଚୟ ଆକର୍ଷିତ କରିବ ବୋଲି ନିର୍ମାଣକାରୀ ସଂସ୍ଥା ଓ ଫିଲ୍ମର କ୍ରିଉମେମ୍ବର ଆଶା
ରଖିଛନ୍ତି।

Categories
ଆଜିର ଖବର ମନୋରଂଜନ

କଞ୍ଚାଲଙ୍କାରେ ପପୁଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”

ଭୁବନେଶ୍ୱର: ଅପ୍ରେଲ ୧୫ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”। ପମ୍‌ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ। କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ପୂର୍ବରୁ ପପୁଙ୍କ ଅଭିନୀତ “ହ୍ୟାଲୋ ରାବଣ”କୁ କଞ୍ଚାଲଙ୍କା ପ୍ଲାଟଫର୍ମରେ ଜବରଦସ୍ତ ରେସପନ୍ସ ମିଳିଥିଲା। ତେବେ ପମ୍‌ପମ୍ ସିରିଜର ନୂଆ ନୂଆ ଏପିସୋଡ ମାସକୁ ଥରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡିଛି।

ସମାଜରେ ଘଟୁଥିବା କିଛି ନିଛକ ସତକଥାକୁ ନେଇ “ଟାଉଟର ପ୍ରୋ” ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଆବାସ ଚୋରିରୁ ଆରମ୍ଭ ହୋଇଛି କାହାଣୀ। ଅବନୀ ଷଢ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ଏନେଇ ଥାନାରେ ଏଫଆଇଆର ଦେଉଛନ୍ତି ଓ ପୁଲିସ ତଦନ୍ତ କରିବାକୁ ଅଭିଯୋଗକାରୀ ଗୁହାରୀ କରିଛନ୍ତି। ଆବାସ ଯୋଜନାରେ ମିଳିଥିବା ଘରଟି ତିଆରି ସରିଥିବା ଅଭିଯୋଗକାରୀ ପ୍ରମାଣିତ କରିବା ପରେ ସମ୍ପୃକ୍ତ ସ୍ଥାନରୁ ଘରଟି ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ପୁଲିସ ତଦନ୍ତ ବେଳେ କଣ ସବୁ ପ୍ରମାଣ ପାଉଛି ଓ ଏହି ମାମଲାର ବିଚାର କିଭଳି ହେଉଛି ତାକୁ ନେଇ କାହାଣୀ ଟି ଆଗକୁ ବଢ଼ିଛି।

ଏହି ୱେବ ସିରିଜ୍ ଅପ୍ରେଲ ୧୫ଠାରୁ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ବେଳେ ଏଥିରେ ପପୁ ପମପମଙ୍କ ସହ ଅରବିନ୍ଦ ଷଢ଼ଙ୍ଗୀ, ଜୀବନ ପଣ୍ଡା ଓ ଟୁକୁନା ଷ୍ଟାଇଲିସ୍ ପ୍ରମୁଖ ନଜର ଆସିଛନ୍ତି। ପପୁ ପମପମ କ୍ରିଏସନ୍ସ ବ୍ୟାନରରେ ନିର୍ମିିତ ଟାଉଟର ପ୍ରୋରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଂଗୀତା ଶତପଥୀ। କାହାଣୀ ନିଜେ ପପୁ ଲେଖିଥିବା ବେଳେ ଚିତ୍ରନାଟ୍ୟ ମଧ୍ୟ ଦେଖିଛନ୍ତି। ରୁପସାଗର ଏହାର ଡାଇଲଗ୍ ଦେବା ସହ ଭାଗ୍ୟଧର ପାଣି କଞ୍ଚାଲଙ୍କା କ୍ରିଏଟିଭ୍ ହେଡ ଅଛନ୍ତି। ଏହି ୱେବସିରିଜରେ ଦର୍ଶକେ ଭରପୁର କମେଡି ପାଇବେ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ଆଶା ପ୍ରକଟ କରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଓଡିଆ ସାହିତ୍ୟର ଶ୍ରେଷ୍ଠ ସାଧକମାନଙ୍କ ଜୀବନ କାହାଣୀ

ଭୁବନେଶ୍ବର: ଏପ୍ରିଲ ୧ ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ନୂଆ କ୍ଷୁଦ୍ର ଚଳଚ୍ଚିତ୍ର ବନ୍ଦେ ଉତ୍କଳ ଜନନୀ। ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ସାଧକମାନଙ୍କୁ ନେଇ ଏବେ ଗବେଶଣାତ୍ମକ ଜୀବନ କାହାଣୀକୁ ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରିବାପାଇଁ ଏକ ଅଭିନବ ପ୍ରୟାସ କରିଛି ଓଡିଶାର ସର୍ବାଧିକ ଆଦୃତ ଓ ଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା!

ପଞ୍ଚସଖା ଯୁଗରୁ ଆଜିର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏମିତି କିଛି ଲୋକପ୍ରିୟ ସାହିତ୍ୟକ, କବି,ଲେଖକଙ୍କ ଆତ୍ମଜୀବନୀକୁ ପରଦାରେ ଦେଖିବା ପାଇଁ ବେଶ୍ କଶ ସରତ୍ କରିବାକୁ ପଡିଛି! ବିଶ୍ଵର କୋଣ ଅନୁକୋଣ ରେ ଥିବା ଆମ ଦର୍ଶକ ମାନେ ଆମ ଓଡିଆ ସାହିତ୍ୟର ଏହି ମହାରଥୀ ଯଥା ଓଡିଆ ଭାଗବତର ରଚୟିତା ଅତିବଡି ଜଗନ୍ନାଥ ଦାଶ ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱାଭାବ କବି ଗଙ୍ଗାଧର ମେହେର ଏବଂ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆମଜୀବନୀ ଦେଖିପାରିବେ !ଯାହାର ପ୍ରଯୋଜନା କରିଛନ୍ତି ଅକ୍ଷୟ ପରିଜା ଓ ନିର୍ଦ୍ଦେଶନା ଦେଇଛନ୍ତି ଭିଶାଲ ମୋର୍ଯ୍ୟ ଦେବିପ୍ରସାଦ ଲେଙ୍କା ଆଉ ଚିତ୍ରନାଟ୍ୟ କରିଛନ୍ତି ହରପ୍ରସାଦ ଦାସ! ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଓଡ଼ିଆ ଦର୍ଶକ ଏହି ଅଭିନବ ପ୍ରୟାସକୁ ପସନ୍ଦ କରିବେ ବୋଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ର ଆଶା ଓ ଭରସା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚାଲଙ୍କାରେ ପ୍ରଥମଥର ପାଇଁ ଅଭିନେତ୍ରୀ ଲଭଲି ଓ ବବଲୀ

ଭୁବନେଶ୍ୱର: କଞ୍ଚାଲଙ୍କା କ୍ଷୁଦ୍ର ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଅଭିନେତ୍ରୀ ଲଭଲି ଓ ବବଲୀ। ଭଲେଣ୍ଟାଇନ ଡେ’ ରେ ସ୍କ୍ରିନିଂ ହେବ ଟ୍ରୁଲି ୟୁଅର୍ସ। ପ୍ରେମ ଭିତ୍ତିକ ଏହି ଚଳଚ୍ଚିତ୍ରଟି ଯୁବ ବର୍ଗଙ୍କୁ ବେଶ ଆକର୍ଷଣ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ ଲଭଲି, ବବଲୀ ସହ ଅଭିନେତା ଅଙ୍କିତ, ସନ୍ଦିପ୍ ଅଭିନୟ କରୁଛନ୍ତି।  ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ।

ଏହା ପରେ ପ୍ରତି ମାସରେ କଞ୍ଚାଲଙ୍କାରେ କ୍ଷୁଦ୍ର ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ ହେବ ବୋଲି ଏହାର ମୁଖ୍ୟ ବିଭୁ ରଥ ସୂଚନା ଦେଇଛନ୍ତି। କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଆଗରୁ ଅଭିନେତା ପପୁ ପମପମ ଓ ଅଭିନେତ୍ରୀ ଅଙ୍କିତାଙ୍କ “ହ୍ୟାଲୋ ରାବଣ”, ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟାଙ୍କ “ହଉ ହଉ‌ ହେଇଗଲାରେ”, ଅଭିନେତା ଲୋହିତାକ୍ଷ ଓ ଅଭିନେତ୍ରୀ ସୈମ୍ୟାଙ୍କ ଟୁ “ଚକଲେଟ୍”, ଅଭିନେତ୍ରୀ ଶ୍ରଦ୍ଧାଙ୍କ “ବ୍ରେକ ଅପ୍ ରୁଲସ୍” ଭଳି ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ ହୋଇ ଲୋକାଦୃତ ହୋଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚାଲଙ୍କା‌ ଓଟିଟି ପ୍ଲାଟଫର୍ମରେ‌ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ

ଭୁବନେଶ୍ୱର: ଅନେକ ଚଳଚ୍ଚିତ୍ର, ଧାରାବାହିକରେ ଅଭିନୟ ପରେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ନୂଆ ୱେବସିରିଜ ବ୍ରେକଅପ ରୁଲସରେ ଅଭିନୟ କରୁଛନ୍ତି।

ସବୁ ନିୟମ ତିଆରି ହୁଏ ଭଙ୍ଗା ବି ଯାଏ। ତେବେ ନିୟମ ହୁଏ କଣ ପାଇଁ? ପ୍ରେମରେ କିଛି ଅଲଗା କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ। କେତେବେଳେ ପ୍ରେମ ଆଉ କେତେବେଳେ ବ୍ରେକଅପ। ଏମିତି ପ୍ରେମ ଆଉ ବ୍ରେକ-ଅପର ନିୟମ କାନୁନ ଘଟଣା ଗୁଡିକୁ ସଜେଇଛନ୍ତି କାହାଣୀକାର ଚିତ୍ରା ପଟ୍ଟନାୟକ ଓ ଜନ୍ମେଞ୍ଜୟ ସିଂ। ଶ୍ରଦ୍ଧାଙ୍କ ସହ ଶୋଭନ ସାମଲ, ପ୍ରସନଜିତ ମହାପାତ୍ର, ଆରତୀ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି।

ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜା ଡି। ପ୍ରଯୋଜନା କରିଛନ୍ତି ସଂଜୀବ ଦ୍ବିବେଦୀ, ସଂଗୀତ ନିର୍ଦେଶନା ଦେଇଛନ୍ତି ସନ୍ଦୀପ ପଣ୍ଡା। ୱେବସିରିଜଟି ଆସନ୍ତା ୧୦ ରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ପପୁ ପମ ପମ ଓ ଅଙ୍କିତା ଅଭିନୀତ ହାଲୋ ରାବଣ ଓ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ୨ ଚକୋଲେଟରେ ଲୋହିତଙ୍ଗ, ସ୍ୱପ୍ନା, ନିତୁ ସିଂ ଓ ଚିତ୍ତ ରଞ୍ଜନ ତ୍ରିପାଠୀ ଅଭିନିତ ଚଳଚିତ୍ର ମୁକ୍ତିଲାଭ କରି ଲୋକପ୍ରିୟତା ଶୀର୍ଷରେ ପହଁଚିଛି।