ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ‘ଏ ଦିଲ୍ ତତେ ଦେଲି’

Published: Mar 15, 2023, 7:54 am IST

ଭୁବନେଶ୍ଵର: ମାର୍ଚ୍ଚ ୧୭ ତାରିଖରେ ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ଫିଲ୍ମ “ଏ ଦିଲ୍ ତତେ ଦେଲି”। ଭିନ୍ନ ଧରଣର ପ୍ରେମ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଏ ଦିଲ୍ ତତେ ଦେଲି’। ପ୍ରେମର ଗଣିତ ଯେତେ ଜଟିଳ, ତା’ ର ଭାଗଫଳକୁ ବୁଝିବା ସେତେ କଷ୍ଟ। ଭବିଷ୍ୟତ ଗଢିବାର ସୁନେଲୀ ସ୍ବପ୍ନ ନେଇ ଦିନେ ନୂଆ ସହରରେ ପାଦ ଥାପିଥିଲେ ଯୁବ ସଙ୍ଗୀତନିର୍ଦ୍ଦେଶକ ସୁରଜ। ଯେଉଁଦିନ ସୁରଜକୁ ଦେଖୁଛି ରୂପା, ସେହି ମୂହୂର୍ତ୍ତରେ ହିଁ ପଡ଼ି ଯାଇଛି ପ୍ରେମରେ। କିନ୍ତୁ ଏ ପ୍ରେମର ଗଣିତକୁ ବୁଝିପାରିନି ରୂପା। ଅନ୍ୟପଟେ, ପ୍ରେମ ଓ କ୍ୟାରିୟର ରୂପୀ ଦୁଇଟି ନାଆରେ ପାଦ ଦେବାକୁ ଅସମଞ୍ଜସ ହେଉଛି ସୁରଜ। ସମୟର ଚକ ବୁଲିଛି ଓ ସେ ଦୁହିଁଙ୍କ ଜୀବନରେ ଘଟିଯାଇଛି କିଛି ଅଘଟଣ … ଯାହାକୁ ନେଇ କାହାଣୀ।

ନିଆରା କାହାଣୀ। ନିଚ୍ଛକ ପ୍ରେମ। ପ୍ରତିଟି ହୃଦୟର କଥାକୁ ନେଇ, ପ୍ରେମ- ବିଛେଦର ଅପ୍ରିୟ ସତ୍ୟକୁ ନେଇ ପରଦାକୁ ଆସୁଛି “ଏ ଦିଲ ତତେ ଦେଲି”। ବଲିଉଡ଼ରେ ଅନେକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥବା ଅଭିନେତ୍ରୀ ରିୟାନା ଏଥ୍‌ରେ ନାୟିକା ଭୂମିକାରେ ଅବତୀର୍ଣ୍ଣ। ନାୟକ ଭାବେ ଏଣ୍ଟ୍ରି ମାରିଛନ୍ତି ପ୍ରତିଭାବାନ୍ ଅଭିନେତା ବିଭାସ। ଷ୍ଟେପ ବାଏ ଷ୍ଟେପ ପିଲ୍ମସ୍ ଓ ରଙ୍ଗ କ୍ରିଏସନ୍ ର ମିଳିତ ସହଯୋଗରେ ନିର୍ମାଣ ହୋଇଛି ଏହି କାହାଣୀ। ପ୍ରଯୋଜନା ଭାର ଅଖିଳେଶ ବର୍ମା ତୁଲାଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିଲୁ ବକ୍ସ। ସେହିପରି ସଙ୍ଗୀତରେ ସ୍ବର ସଂଯୋଜନା କରିଛନ୍ତି ମହମ୍ମଦ ମୁସୀର। ମାନସ ସାହୁ ଗୀତ ରଚନା କରିଛନ୍ତି। ଚଳଚ୍ଚିତ୍ରର କ୍ରିଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ।

କାହାଣୀରେ ଅନ୍ୟମାନଙ୍କ ଭିତରେ ମନୀଷା ମିଶ୍ର, ନୀଲୁ ବକ୍ସ ରହିଛନ୍ତି। ମାର୍ଚ୍ଚ ୧୭ରେ କଞ୍ଚାଲଙ୍କାରେ ଫିଲ୍ମ ଟି ଷ୍ଟ୍ରିମିଙ୍ଗ ହେବାକୁ ରହିଥିବାବେଳେ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ପ୍ରକାଶ ପାଇଛି। ସେପଟେ ଚଳଚ୍ଚିତ୍ରଟି ନିଶ୍ଚିତ ଦର୍ଶକାଦୃତ ହେବ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Related posts