
ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରାଚିରେ ତାଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି। ପାକିସ୍ତାନୀ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ଦାଉଦଙ୍କୁ ବିଷ ଦିଆଯାଇଥିବା ଖବର କୌଣସି ରିପୋର୍ଟରେ ପ୍ରମାଣିତ ହୋଇନାହିଁ। କୁହାଯାଉଛି ଯେ, ଯେଉଁ ଡାକ୍ତରଖାନାରେ ଦାଉଦଙ୍କୁ ଭର୍ତ୍ତି କରାଯାଇଛି, ସେଠାରେ କଡା ସୁରକ୍ଷା ରହିଛି। ଡାକ୍ତରଖାନାର ସେହି ମହଲାରେ ଦାଉଦ ଏକମାତ୍ର ରୋଗୀ। କେବଳ ଡାକ୍ତରଖାନାର ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କର ଘନିଷ୍ଠ ପରିବାର ସଦସ୍ୟ ସେହି ମହଲାରେ ପ୍ରବେଶ କରିପାରିବେ।