Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମଙ୍କୁ ଦିଆଯାଇଛି ବିଷ? ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରାଚିରେ ତାଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି। ପାକିସ୍ତାନୀ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଦାଉଦଙ୍କୁ ବିଷ ଦିଆଯାଇଥିବା ଖବର କୌଣସି ରିପୋର୍ଟରେ ପ୍ରମାଣିତ ହୋଇନାହିଁ। କୁହାଯାଉଛି ଯେ, ଯେଉଁ ଡାକ୍ତରଖାନାରେ ଦାଉଦଙ୍କୁ ଭର୍ତ୍ତି କରାଯାଇଛି, ସେଠାରେ କଡା ସୁରକ୍ଷା ରହିଛି। ଡାକ୍ତରଖାନାର ସେହି ମହଲାରେ ଦାଉଦ ଏକମାତ୍ର ରୋଗୀ। କେବଳ ଡାକ୍ତରଖାନାର ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କର ଘନିଷ୍ଠ ପରିବାର ସଦସ୍ୟ ସେହି ମହଲାରେ ପ୍ରବେଶ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ସୋନିଆ ଗାନ୍ଧୀଙ୍କ ବିଗିଡିଲା ସ୍ୱାସ୍ଥ୍ୟ: ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିକଟ ସୂତ୍ର ଅନୁଯାୟୀ, ତାଙ୍କର ସାମାନ୍ୟ ଜ୍ୱରର ଲକ୍ଷଣ ରହିଛି। ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ଵାବଧାନରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ ହୋଇଛି। ଆଜି ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ନବ ଦାସଙ୍କ ଛାତିରେ ଗୁଳି ବାଜିତିଥିବା ସୂଚନା ରହିଛି।
ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା ସ୍ବାସ୍ଥ୍ୟ

ବିଳମ୍ବିତ ରାତିରେ କମଲ ହାସନଙ୍କ ବିଗିଡିଲା ସ୍ୱାସ୍ଥ୍ୟ: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର କମଲ ହାସନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଏହା ପରେ ତାଙ୍କୁ ନଭେମ୍ବରରେ ଶ୍ରୀ ରାମଚନ୍ଦ୍ର ମେଡିକାଲ (SRMC) ରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତାଙ୍କ ଅବସ୍ଥା ସୁଧୁରୁଛି।

କୁହାଯାଉଛି ଯେ, ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିଥିବା କମଲ ହାସନ ରାତିରେ ଜ୍ୱରରେ ପୀଡିତ ହୋଇଥିଲେ। ଏହା ପରେ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଖବର ଅନୁଯାୟୀ, ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ଚିକିତ୍ସା ଯାଞ୍ଚ ଥିଲା ଏବଂ ଡାକ୍ତରମାନେ କମଲ ହାସନଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ଗୁରୁବାର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ଭଗତ ସିଂ କୋଶାରି

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଭଗତ ସିଂ କୋଶାରିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର-ବୁଧବାର ମଧ୍ୟରାତ୍ରିରେ ମହାରାଷ୍ଟ୍ରର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ତାଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଥିଲା। କୋଶାରିଙ୍କ ଅସୁସ୍ଥତା ହେତୁ ଅନ୍ୟ ରାଜ୍ୟପାଳଙ୍କୁ ଅତିରିକ୍ତ ଚାର୍ଜ ଦିଆଯାଇପାରେ ବୋଲି ସୂତ୍ରରୁ ପ୍ରକାଶ। ଦାବି କରାଯାଇଛି ଯେ, ଗୋଆ ରାଜ୍ୟପାଳ ଶ୍ରୀରାଧର ପିଲ୍ଲାଇଙ୍କୁ ମହାରାଷ୍ଟ୍ରରେ ରାଜ ଭବନଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇପାରେ। କିନ୍ତୁ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ, କୌଣସି ରାଜ୍ୟପାଳଙ୍କୁ ମହାରାଷ୍ଟ୍ର ଦାୟିତ୍ଵ ଦେବା ପରିବର୍ତ୍ତେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରାଯାଇପାରିବ।

ରାଜ୍ୟରେ ମହାରାଷ୍ଟ୍ର ସରକାର ଏକ ରାଜନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। ମହାବିକାଶ ଆଗାଡି- ଶିବସେନା, କଂଗ୍ରେସ ଏବଂ ଏନସିପିର ତିନୋଟି ଦଳର ମିଳିତ ସରକାରରେ ୩୫ ଜଣ ଶିବସେନା ବିଧାୟକ ବିଦ୍ରୋହୀ ହୋଇଛନ୍ତି। ଏକନାଥ ସିନ୍ଦେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଛନ୍ତି। ତାଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସିନ୍ଦେ ଦାବି କରିଛନ୍ତି। ଏକନାଥ ସିନ୍ଦେଙ୍କ ସମେତ ସମସ୍ତ ବିଦ୍ରୋହୀ ବିଧାୟକମାନେ ଶିବସେନାକୁ ବିଜେପି ସହାୟତାରେ ସରକାର ଗଠନ କରିବାକୁ ଦାବି କରିଛନ୍ତି।

ବିଧାନସଭା ସଂଖ୍ୟା ସଂଖ୍ୟା କ’ଣ?
ସୁରତରୁ ଗୁଆହାଟୀରେ ପହଞ୍ଚିବା ପରେ ଏକନାଥ ସିନ୍ଦେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଶିବସେନା ଛାଡି ନାହାଁନ୍ତି, କିନ୍ତୁ ବାଲାସାହେବ ଠାକରେଙ୍କ କହିବା ଅନୁଯାୟୀ ସେ ହିନ୍ଦୁତ୍ୱର ପଥ ଅନୁସରଣ କରୁଛନ୍ତି। ଅନ୍ୟପକ୍ଷରେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ବିଧାୟକ ନିତିନ ଦେଶମୁଖଙ୍କୁ ବିଜେପି ଅପହରଣ କରିଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଯେତେବେଳେ ସେ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଗୁଣ୍ଡା ଏବଂ ଗୁଜୁରାଟ ପୋଲିସ ତାଙ୍କୁ ମାଡ ମାରିଥିଲା।

ସୂଚନାଯୋଗ୍ୟ ଯେ, ୨୮୭ ଜଣ ବିଧାୟକଙ୍କ ଘରେ ବିଜେପିରେ ୧୦୬, ଶିବସେନା ୫୫, ଏନସିପି ୫୩, କଂଗ୍ରେସ ୪୪ ଏବଂ ଅନ୍ୟ ୨୯ ଜଣ ବିଧାୟକ ଅଛନ୍ତି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କୌଣସି ଏକ ଦଳ କିମ୍ବା ମିଳିତ ମଞ୍ଚର ୧୪୪ ଜଣ ବିଧାୟକ ଆବଶ୍ୟକ କରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗିରଫ ପରେ ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର: ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଆଜି ଦେବଗଡ ବିଧାୟକ ଗିରଫ ହୋଇଛନ୍ତି। ଦେବଗଡ ଆଦର୍ଶ ଥାନା ପୋଲିସ ଆଜି ସରକାରୀ ବାସଗୃହରୁ ବିଧାୟକଙ୍କୁ ଗିରଫ କରିଛି। ଗିରଫ ପରେ ବିଧାୟକଙ୍କୁ ପୋଲିସ ଦେବଗଡ ନେଉଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବିଧାୟକଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ରହିଛି।

ସେପଟେ ବିଧାୟକଙ୍କ ଗିରଫ ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ଘଟଣାକୁ ବିରୋଧ କରିବା ସହ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଛି। ବିଜେପି ନେତା ଏବଂ କର୍ମୀମାନେ ଦେବଗଡ ଥାନା ଘେରାଉ କରିଛନ୍ତି। ବିଧାୟକଙ୍କ ଗିରଫର ପ୍ରତିବାଦ କରିବା ସହ ତିଲେଇବଣି ବିଡିଓଙ୍କୁ ମଧ୍ୟ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।

ଏହି ପ୍ରତିବାଦରେ ୩ ଜଣ ବିଜେପି ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକ ସାମିଲ ଅଛନ୍ତି। ପ୍ରତିବାଦ କରୁଥିବା ୩ ବିଧାୟକଙ୍କ ମଧ୍ୟରୁ କୁସୁମୁ ଟେଟେ, ମୋହନ ମାଝୀ ଓ ଭବାନୀ ଭୋଇ ସାମିଲ ଅଛନ୍ତି। ଏମାନଙ୍କ ସହ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ମଧ୍ୟ ଏହି ପ୍ରତିବାଦରେ ସାମିଲ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇପଡିଛନ୍ତି। ବର୍ତ୍ତମାନ ଚିଲିକା ବିଧାୟକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଥିବାରୁ ବିଜେପିର କର୍ମୀମାନେ ଏକ ବଡ ଶୋଭାଯାତ୍ରା କରୁଥିଲେ। ବିଜେପିର ହଜାର ହଜାର କର୍ମୀ ସମ୍ମୁଖରେ ପହଞ୍ଚିଥିବା ବେଳେ ଅନୁରୂପ ଭାବେ ଚିଲିକା ବିଧାୟକ ସେହି ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏପରିକି କର୍ମୀ ରାସ୍ତା ନଛାଡିବାରୁ ବିଧାୟକଙ୍କ ନିଜ ଗାଡିକୁ ଜୋରରେ ଗଡେଇଦେଇଥିଲେ। ଫଳରେ ବାଣପୁର ଆଇଆଇସିଙ୍କ ସମେତ ବହୁ ବିଜେପି ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି।  ମହିଳାଙ୍କ ସହ ଧକ୍କା ହେବା ପରେ ୪ରୁ ୫ ଜଣ ମହିଳା ଆହତ ହୋଇଥିଲେ। ଏଥିରେ କିଛି ପୋଲିସ କର୍ମୀ ମଧ୍ୟ ଆହାତ ହୋଇଥିବା ସୂଚନା ରହିଛି।

ଏହା ପରେ ଶୋଭାଯାତ୍ରାରେ ସାମିଲ ଥିବା ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଉପରକୁ ମରାଣନ୍ତକ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ କଦର୍ଯ୍ୟ ଭାବରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ବିଧୟାକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇଥିବା ଜଣାପଡିଛି।

ବର୍ତ୍ତମାନ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଏଭଳି ଘଟଣା କାହିଁକି ଘଟିଲା, ତାହା ତଦନ୍ତ ପରେ ଜଣାପଡିବ। ଏପର୍ଯ୍ୟନ୍ତ କୌଣସି ପକ୍ଷରୁ ଥାନାରେ ଏତଲା ହୋଇନଥିବା ବେଳେ ଏହାର କାରଣ କିଛି ସ୍ପଷ୍ଟ ହୋଇନି। ଅପରପକ୍ଷେ ବାଣପୁର ଆଇଆଇସିଙ୍କ ସମେତ ବହୁ ବିଜେପି କର୍ମୀମାନେ ବାଣପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଥିରେ ଆମ ସାମ୍ବାଦିକଙ୍କ ଗାଡ଼ି ଭାଙ୍ଗିଯାଇଥିବା ବେଳେ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଛି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ରାଜ୍ୟ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅକ୍ଟୋବରରେ ପିକକୁ ଆସିବ ତୃତୀୟ ଲହର!: ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ୨୩ ପ୍ରତିଶତ ପିଲା

ଭୁବନେଶ୍ବର: ସମ୍ଭାବ୍ୟ କରୋନାର ତୃତୀୟ ଲହରୀକୁ ନେଇ ଡିଏମଇଟି ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି। ସେପ୍ଟେମ୍ବର-ଅକ୍ଟୋବର ମାସରେ କରୋନାର ତୃତୀୟ ଲହରୀ ପିକ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତୃତୀୟ ଲହରୀ ଆସିଲେ ଦେଶରେ ଦୈନିକ ୪ ଲକ୍ଷ ଲୋକ ସଂକ୍ରମିତ ହେବେ ବୋଲି ଅନୁମାନ କରାଯାଇଛି। ସେହି ହିସାବରେ ଓଡିଶାରେ ଦୈନିକ ସଂକ୍ରମଣ ମଧ୍ୟ ୧୪ ହଜାରକୁ ଛୁଇଁପାରେ। ଯେହେତୁ ଏଥିରେ ଶିଶୁମାନେ ଅଧିକ ସଂକ୍ରମଣ ହେବା ସମ୍ଭାବନା ଦେଖାଯାଇଛି। ସେଥିପାଇଁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

ତେବେ ବର୍ତ୍ତମାନ ୧୨ ରୁ ୧୩ ପ୍ରତିଶତ ପିଲା ସଂକ୍ରମଣ ହେଉଥିବା ବେଳେ ତୃତୀୟ ଲହରୀରେ ୨୩ ପ୍ରତିଶତ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି। ୬୪ ଦିନରେ ଦ୍ଵିତୀୟ ଲହରୀ ପିକକୁ ଆସିଥିଲା। ସେପ୍ଟେମ୍ବର ମାସରେ ତୃତୀୟ ଲହରୀ ଆସିବାକୁ ଥିବା ବେଳେ ଅକ୍ଟୋବର ମାସରେ ପିକରେ ପହଞ୍ଚିବ। ସେଥିପାଇଁ ସବୁ କୋଭିଡ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଶିଶୁ ଭବନରେ ସେଣ୍ଟର ଅଫ ଏକ୍ସିଲେନ୍ସି କରାଯାଉଛି। ସଂକ୍ରମିତ ହୋଇ ଶିଶୁ ଗୁରୁତର ନହେଲେ ମଧ୍ୟ ଚିକିତ୍ସାରେ କୋହଳ କରାଯିବ ନାହିଁ। ତେଣୁ ଦୈନିକ ସଂକ୍ରମଣ ସଂଖ୍ୟାର ଆନାଲିସିସ କରାଯିବ। ଗତ ୩ ଦିନ ହେଲା କୌଣସି ଆକ୍ରାନ୍ତ ଶିଶୁ ଭେଣ୍ଟିଲେଟରକୁ ଯାଇନାହାନ୍ତି। ସେହିଭଳି କମ ଶିଶୁଙ୍କୁ ଅକ୍ସିଜେନ ଆବଶ୍ୟକ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ଗାଁ ରେ ନିଜ ଜମିକୁ ଯାଇଥିବା ବେଳେ ଜଣେ ଚାଷୀକୁ ଭାଲୁ କାମୁଡିବାରୁ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବନଖଣ୍ଡ ଜାମୁଜୋରୀ ଗ୍ରାମର ଗୋବିନ୍ଦ ଓରାମ(୪୫) ନିଜ ଜମିକୁ ଚାଷକାମରେ ଯାଇଥିବା ବେଳେ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କର ବାମ ଗୋଡ ଜଙ୍ଘରେ କାମୁଡି ଦେଇଥିଲା। ଗ୍ରାମବାସୀ ଖବର ପାଇ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ ପଠାଇ ସେଠାରେ ଚିକିତ୍ସିତ କରାଇଥିଲେ। ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି।

ବର୍ତ୍ତମାନ ତାଙ୍କର ଅବସ୍ଥା ଠିକ୍ ଥିବା ଜଣା ପଡିଛି। ସରକାରଙ୍କ ବନବିଭାଗ ତରଫରୁ ଆବଶ୍ୟକୀୟ ଆର୍ଥିକ ସହଯୋଗ ଆହତ ଗୋବିନ୍ଦଙ୍କୁ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ କିସାନ୍ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ସ୍ବାସ୍ଥ୍ୟ

ମହାନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି: ମାର୍ଚ୍ଚ ୨୭ ରେ ହୋଇଥିଲେ ସଂକ୍ରମଣ

ମୁମ୍ବାଇ: ମହାନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ମାର୍ଚ୍ଚ ୨୭ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ସଚିନ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବଂ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିର୍ଭୟା ଭଳି ଆଉ ଏକ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୀଡ଼ିତା

ଭୋପାଳ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ  ସମାନ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମଧ୍ୟପ୍ରଦେଶର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୪୦ କିଲୋମିଟର ଦୂର ଅମଳିୟା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ, ୪ ବର୍ଷ ପୂର୍ବେ ଜଣେ ବିଧବା ମହିଳାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯାଥିଲା। ଦୁଇ ନାବାଳିକ ସନ୍ତାନ ଏବଂ ନିଜ ଭଉଣୀଙ୍କ ସହ ପୀଡ଼ିତା ମହିଳା ଜଣଙ୍କ ଏକ ଝୁପୁଡିରେ ରହୁଥିଲେ। ସେଠାରେ ସେ ଏକ ଛୋଟ ଦୋକାନ ଟିଏ କରି ନିଜ ପରିବାର ଚଳାଉଥିଲେ।

ତେବେ ଶନିବାର ଦିନ ବିଳମ୍ବିତ ରାତିରେ ଚାରିଜଣ ଯୁବକ ପୀଡ଼ିତାଙ୍କ ଝୁପୁଡିକୁ ଆସିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ପାଣି ମାଗିଥିଲେ। ହେଲେ ରାତି ଅନେକ ହେଇଥିବାରୁ ମହିଳାଜଣଙ୍କ ସନ୍ଦେହ କରି ସେମାନଙ୍କୁ ପାଣି ଦେବା ପାଇଁ ମନା କରିଦେଇଥିଲେ। କିନ୍ତୁ ଅଭିଯୁକ୍ତ ଯୁବକମାନେ ବଳପୂର୍ବକ ମହିଳାଙ୍କ ଝୁପୁଡିରେ ପଶି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାସହିତ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ସେଠାରୁ ପଳାଇଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଅମଲିୟା ଥାନାକୁ ନେଇଆସିଥିଲେ। ସେଠରୁ ତାଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବଂ ପରେ ସେଠାରୁ ସଞ୍ଜୟ ଗାନ୍ଧୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ଵାସ୍ଥ୍ୟରେ ସୁଧାର ଆସୁଥିବା ଜଣେ ବରିଷ୍ଠ ଡାକ୍ତର କହିଛନ୍ତି।

ରିବା ରେଞ୍ଜର ଆଇଜି ଉମେଶ ଯୋଗା କହିଛନ୍ତି ଯେ, ପୀଡ଼ିତା ପରିବାରଙ୍କ ଅଭିଯୋଗ ଆଧାରରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ଗ୍ରାମର ବୋଲି ଶ୍ରୀ ଯୋଗା ସୂଚନା ଦେଇଛନ୍ତି। ଧାରା ୩୭୬, ୩୨୪, ୫୪୨, ୩୪ ଆଧାରରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି କରୁଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ: କୋଲକୋତାର ଏକ ହସ୍ପିଟାଲରେ ଭର୍ତ୍ତି!

କୋଲକୋତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡିଥିବା ସୂଚନା ରହିଛି। ସେ କୋଲକୋତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଙ୍ଗୁଲି ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ନିକଟରେ ସେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚର୍ଚ୍ଚକୁ ଆସିଥିଲେ। ତେବେ ତାଙ୍କର ପ୍ରଶଂସକ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ଶିମଲା: ହିମାଚଳ ପ୍ରଦେଶ ଗସ୍ତରେ ଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ ହୋଇପଡିଛନ୍ତି। ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଇନ୍ଦିରା ଗାନ୍ଧୀ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ ଟିମ୍ ଲଗାତାର ତାଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର ଏହା ପୂର୍ବରୁ ଅଗଷ୍ଟ ମାସରେ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ୨ସପ୍ତାହ ଯାଏଁ କ୍ବାରେଣ୍ଟାଇନରେ ରହିବା ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା।