ଜୁନ୍ ୧୨, ୨୦୧୯ରେ ଭାରତୀୟ ବଜାରରେ ପ୍ରବେଶ କରିଛି ଡୁକାଟି ହାଇପରମୋଟାର୍ଡ ୯୫୦। ଭାରତୀୟ ବଜାରରେ ପୂର୍ବରୁ ଚାଲୁଥିବା ହାଇପରମୋଟାର୍ଡ ୯୩୯ର ଏହା ଉନ୍ନତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିରେ ୯୩୭ ସିସିକର ଇଞ୍ଜିନ୍ ରହିଥିବା ବେଳେ ପୂର୍ବ ମଡେଲ ଅପେକ୍ଷା ଏହା ଅପେକ୍ଷାକୃତ ହାଲୁକା। ଏହାର ଇଞ୍ଜିନ୍ ୧୧୪ ବିଏଚ୍ପି, ୯୦୦୦ ଆରପିଏମ୍ ଏବଂ ୯୬ ଏନ୍ଏମ୍ ଟର୍କର ଶକ୍ତି ପ୍ରଦାନ କରିଥାଏ। ଚାରିଟି ରଙ୍ଗରେ ଉପଲବ୍ଧ ହେଉଥିବା ଏହି ବାଇକ୍ଟି ୬ ଗିଅର୍ ବିଶିଷ୍ଟ। ଥାଇଲାଣ୍ଡରେ ଏହି ବାଇକ୍ ନିର୍ମିତ ହେଉଛି। ଭାରତୀୟ ବଜାରରେ ଏହି ବାଇକ୍ର ମୂଲ୍ୟ ୧୨ ଲକ୍ଷ ଟଙ୍କା ରହିଛି। ଏପ୍ରିଲିଆ ଡୋର୍ସୋଡୁରୋ ସହିତ ଏହା ଭାରତୀୟ ବଜାରରେ ପ୍ରତିଦ୍ବନ୍ଦିତା କରିବ।
Tags: