Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ପରିବେଷଣ ହେଲା ସୁଗମ ସଂଗୀତ
ଆଜିର ଖବର

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ପରିବେଷଣ ହେଲା ସୁଗମ ସଂଗୀତ

December 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ପରିବେଷଣ ହେଲା ସୁଗମ ସଂଗୀତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ଅତିଥି ଭାବେ ଭାରତ ସରକାରଙ୍କ କେନ୍ଦ୍ର ବୟନ ମନ୍ତ୍ରଣାଳୟ ଅଧିନସ୍ଥ ହସ୍ତଶିଳ୍ପ ବିକାଶ ଆୟୁକ୍ତ ଶ୍ରୀମତୀ ଅମ୍ରିତ୍ ରାଜ୍ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ କରି ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ।

ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା,ଶ୍ରୀମତୀ ପ୍ରଣତୀ ଛୋଟରାୟ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତଥିଲେ ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ, ସୁବାସ ଦାସ, ଅଞ୍ଜଳି ମିଶ୍ର, ଶୈଳଭାମା ମହାପାତ୍ର ଓ ସୌରଭ ନାୟକଙ୍କ ଦ୍ବାରା ପରିବେଷିତ ସୁଗମ ସଙ୍ଗୀତ ଦର୍ଶକ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କାରିଗରମାନଙ୍କ ମନରେ ଆନନ୍ଦ ଭରିଦେଇଥିଲା।

ଡିସେମ୍ବର, ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ମେଳାର ଅବଧି କ୍ରମେ କ୍ରମେ ସରିଆସୁଥିବାରୁ ଲୋକମାନଙ୍କ ମଧ୍ୟରେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବାପାଇଁ ପ୍ରବଳ ଉତ୍ସାହ ଏବଂ ମେଳାର ଖାଦ୍ୟ ପ୍ରାଙ୍ଗଣରେ ଅଧିକ ଭିଡ ପରିଲକ୍ଷିତ ହେଉଛି।

ଭୁବନେଶ୍ବରର ଜନତା ମଇଦାନ ଠାରେ ଅନୁଷ୍ଠିତ ଏହି ଜାତୀୟ ମେଳାରେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମମେଳା ମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର‌୍ୟ୍ୟନ୍ତ ପରିବେଷିତ ହେବା ସହିତପ୍ରତ୍ୟହ ଅପରାହ୍ନ ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଦର୍ଶକ, ଗ୍ରାହକ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଛି।

Toshali Mela ଜାତୀୟ ତୋଷାଳୀ ମେଳା ତୋଷାଳି ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025
Latest News

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ବିହାରରେ କେବେ ଏବଂ କେତେ ପର୍ଯ୍ୟାୟରେ ହେବ ନିର୍ବାଚନ?, ଆଜି ଅପରାହ୍ନ ୪ଟାରେ ଘୋଷଣା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.