ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲର(ଏଚଏସଟିଡ଼ି)ର ଉତକ୍ଷେପଣ ସଫଳ ହୋଇଛି। ଭଦ୍ରକ ଧାମରେ କଲାମ ଦ୍ୱୀପରୁ ଏଚଏସଟିଡ଼ିର ପରୀକ୍ଷଣ ହୋଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ବା ଡିଆରଡ଼ିଓର ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ ୧୧ଟା ୨୨ରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଯାହା ଦ୍ୱାରା ସୁପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ଓ ଉପଗ୍ରହ ପ୍ରେରଣ ହୋଇପାରିବ। ୨୦୧୭ ମସିହାରେ ଦୁଇଥର ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲରସଫଳ ପରୀକ୍ଷଣ କରାଯାଇଥିଲା। ଏହା ୨୦ସେକେଣ୍ଡ ମଧ୍ୟରେ ୩୨.୫ କିମି ଉଚ୍ଚ ଯାଏ ଯାଇପାରିବ।
Tags: