ବୁଧବାର କଂଗ୍ରେସର ଏକ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅଧ୍ୟକ୍ଷତା କରିବାକୁ ରାଜି ନଥିବାରୁ ବରିଷ୍ଠ ନେତା ଏ କେ ଆଣ୍ଟୋନୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅହମଦ୍ ପଟେଲ, ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ, ରାଜ୍ୟସଭାରେ ବିପକ୍ଷ ଦଳର ନେତା ଘୁଲାମ ନବୀ ଆଜାଦ, ରାଜ୍ୟସଭା ଉପ ସଭାପତି ଆନନ୍ଦ ଶର୍ମା, ମହାରାଷ୍ଟ୍ର ଦାୟିତ୍ବରେ ରହିଥିବା ମଲ୍ଲିକାର୍ଜୁନ ଖଡ୍ଗେ, ଜୟରାମ ରମେଶ, କେସି ଭେନୁଗୋପାଳ ଏବଂ ରଣଦୀପ ସୁର୍ଜେଓ୍ବାଲା ଯୋଗ ଦେଇଥିଲେ। ଆସନ୍ତା ଦିନରେ ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣା ଏବଂ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବାକୁ ଥିବାରୁ ଏହି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି। ସେହିପରି ରାହୁଲ ଅବ୍ୟାହତି ନେଉଛନ୍ତି କି ନା ବୋଲି ପ୍ରଶ୍ନକୁ ଖଣ୍ଡନ କରିଥିଲେ ସୁର୍ଜେଓ୍ବାଲା। ରାହୁଲ ଦଳର ସଭାପତି ରହିଥିଲେ ଏବଂ ସିର୍ବଦା ରହିବେ ବୋଲି କହିଛନ୍ତି ସୁର୍ଜେଓ୍ବାଲା।
Tags: