ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ତଥା ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲୀ ଗସ୍ତ କରିଛନ୍ତି। ନିର୍ବାଚନ ପରେ ଏହା ସୋନିଆ ଏବଂ ପ୍ରିୟଙ୍କାଙ୍କ ପ୍ରଥମ ରାଏବରେଲୀ ଗସ୍ତ। ଜନ ସାଧାରଣଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି କଂଗ୍ରେସ ମହାସଚିବ ପ୍ରକାଶ କରିଛନ୍ତି। ରାଏବରେଲୀ ଜିଲ୍ଳା କଂଗ୍ରେସ ମୁଖପାତ୍ର ଲାଲ ଆଶ କିରଣ ପ୍ରତାପ ସିଂ ଉଭୟଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି। ଉଭୟ ନେତ୍ରୀ ଫୁରସତଗଞ୍ଜ ବିମାନବନ୍ଦରରୁ ଓହ୍ଲାଇ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଭୁଏମାଉ ଗେଷ୍ଟ ହାଉସ୍ରେ ପହଞ୍ଚିଥିଲେ। ଗେଷ୍ଟ ହାଉସ୍ରେ ସ୍ଥାନୀୟ ଜିଲ୍ଲା ପ୍ରତିନିଧିଙ୍କ ସହିତ ଏକ ବୈଠକରେ ଯୋଗ ଦେବେ ପ୍ରିୟଙ୍କା ଗାନ୍ଧୀ। ସନ୍ଧ୍ୟାରେ ଏକ ଧନ୍ୟବାଦ ପ୍ରଦାନ ଉତ୍ସବରେ ୨୫୦୦ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବେ ଉଭୟ ନେତ୍ରୀ।
Tags: