ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ନିରବ ମୋଦିଙ୍କୁ ଆଜି ଲଣ୍ଡନ ହାଇକୋର୍ଟରୁ ଝଟ୍କା ଲାଗିଛି। ଅଦାଲତ ନିରବ ମୋଦିଙ୍କ ଜାମିନ୍କୁ ଅଗ୍ରାହ୍ୟ କରିଛନ୍ତି। ଏତଦ୍ବ୍ୟତୀତ ବିଚାରପତି ନିରବ ମୋଦିଙ୍କୁ ନେଇ କଡ୍ଡା ଟିପ୍ପଣୀ ମଧ୍ୟ କରିଛନ୍ତି। ପୂର୍ବରୁ ନିରବ ମୋଦିଙ୍କୁ ୨୬ ଜୁନ୍ ପର୍ଯ୍ୟନ୍ତ ଜେଲ୍ରେ ରହିବା ପାଇଁ ନିଷ୍ପତ୍ତି ଦିଆଯାଇଥିଲା। ଚତୁର୍ଥ ଥର ପାଇଁ ନିରବ ମୋଦିଙ୍କ ଜମାନତକୁ ଅଗ୍ରାହ୍ୟ କରାଯାଇଛି। ମାର୍ଚ୍ଚ ୧୯ରେ ନିରବ ମୋଦିଙ୍କୁ ହୋଲ୍ବର୍ଣ୍ଣରୁ ଗିରଫ କରାଯାଇଥିଲା ଲଣ୍ଡନରେ ଥିବା ରୟାଲ କୋର୍ଟ ଅଫ୍ ଜଷ୍ଟିସ୍ରେ ନିରବଙ୍କ ଜାମିନ୍ ଏବଂ ଭାରତ ସରକାର କରିଥିବା ପ୍ରତ୍ୟର୍ପଣ ଆବେଦନର ଶୁଣାଣି ହୋଇଥିଲା। ନିରବ ମୋଦି ଓ ତାଙ୍କ ମାମା ମେହଲୁ ଚୋକ୍ସୀଙ୍କୁ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩,୦୦୦ କୋଟି ଅର୍ଥର ହେରଫେର୍ କରିବା ଅଭିଯୋଗରେ ମାମଲା ରୁଜୁ କରିଛି।
Tags: