ବୁଧବାର ତାମିଲନାଡୁରେ ଶାସକ ଦଳ ଏଆଇଡିଏମ୍କେର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଅନୁଷ୍ଠିତ ହେବାର କିଛି ମିନିଟ୍ ପୂର୍ବରୁ ଡିଏମ୍କେ ଦଳରୁ ବିତାଡିତ ବିଧାୟକ ରାଧା ରବି ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ଉପସ୍ଥିତିରେ ଏଆଇଡିଏମ୍କରେ ପୁନଃ ଯୋଗଦାନ କରିଛନ୍ତି ପୂର୍ବତନ ଫିଲ୍ମ ଅଭିନେତା ତଥା ସଇଦାପେଟ ବିଧାୟକ ରାଧା ରବି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରେ ଫିଲ୍ମ ଅଭିନେତ୍ରୀ ନୟନତାରାଙ୍କ ସମ୍ବନ୍ଧରେ ଅଶ୍ଲୀଳ ମନ୍ତବ୍ୟ ପ୍ରଦାନ ପାଇଁ ରବିଙ୍କୁ ଡିଏମ୍କେରୁ ନିଲମ୍ବନ କରାଯାଇଥିଲା।