ଗୀତା ଶ୍ଳୋକର ଭୁଲ ଅନୁବାଦ ପାଇଁ କ୍ଷମା ପ୍ରାର୍ଥନା କଲେ ଆସାମ ସିଏମ ହିମନ୍ତ ବିଶ୍ୱ ସରମା

Published: Dec 29, 2023, 10:44 am IST

ନୂଆଦିଲ୍ଲୀ: ଭଗବଦ୍ ଗୀତାର ଏକ ‘ଶ୍ଳୋକ’ର ଭୁଲ ଅନୁବାଦ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କ୍ଷମା ମାଗିଛନ୍ତି। ଗୀତାର ଏହି ‘ଶ୍ଳୋକ’ର ଭୁଲ ଅନୁବାଦକୁ ନେଇ ଏକ ବିବାଦ ଉପୁଜିଥିଲା, ଯାହା ପରେ ଆସାମର ମୁଖ୍ୟମନ୍ତ୍ରୀ କ୍ଷମା ମାଗିଛନ୍ତି। ଗୀତା ଶ୍ଳୋକ ସହିତ ଜଡ଼ିତ ‘ଏକ୍ସ’ ଉପରେ ହିମନ୍ତ ବିଶ୍ୱ ସରମାଙ୍କ ପୋଷ୍ଟ ଯୋଗୁଁ ବିରୋଧୀ ସମାଲୋଚନା କରିଥିଲେ। ଅନେକ ନେତା ତାଙ୍କୁ ଜାତି ବିଭାଜନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଥିଲେ। ହିମନ୍ତ ବିଶ୍ବା ସରମା କହିଛନ୍ତି ଯେ, ଅନୁସରଣକାରୀଙ୍କ ସହ ପ୍ରତିଦିନ ଗୋଟିଏ ଗୀତା ‘ଶ୍ଲୋକ’ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ଶ୍ଳୋକ ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ମୁଁ ମୋର ଭୁଲ ବୁଝିବା ମାତ୍ରେ ପୋଷ୍ଟ ଡିଲିଟ୍ କରିଦେଇଛି।

ହିମନ୍ତ ବିଶ୍ବା ସରମା କହିଛନ୍ତି ଯେ, “ନିୟମିତ ଭାବେ, ପ୍ରତିଦିନ ସକାଳେ ମୁଁ ମୋର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭଗବଦ୍ ଗୀତାର ଏକ ଶ୍ଳୋକ ଅପଲୋଡ୍ କରେ। ବର୍ତ୍ତମାନ ପର୍ଯ୍ୟନ୍ତ, ମୁଁ ୬୬୮ ଶ୍ଳୋକ ପୋଷ୍ଟ କରିଛି।

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ଭୁଲ ବୁଝିବା ମାତ୍ରେ ତୁରନ୍ତ ଏହି ପୋଷ୍ଟକୁ ହଟାଇ ଦେଇଛି। ଅପସାରିତ ପୋଷ୍ଟ ଦ୍ୱାରା ଯଦି କେହି ଆହତ ହୋଇଛନ୍ତି, ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି।” ରାଜନୈତିକ ବିବାଦ ସୃଷ୍ଟି କରିଥିବା ହିମନ୍ତ ସରମାଙ୍କ ପୋଷ୍ଟରେ ସେ ଏକ ନିର୍ଦ୍ଦିଷ୍ଟ ଜାତି ବିଷୟରେ ଭୁଲ ଭାବରେ ଉଲ୍ଲେଖ କରିଥିଲେ। ଗୀତାର ଶ୍ଳୋକ ବିଷୟରେ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମ ନେତା ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସି ହିମନ୍ତ ବିଶ୍ୱ ସରମାଙ୍କ ଉପରେ ଘୋର ଆକ୍ରମଣ କରି କହିଛନ୍ତି ଯେ, ସେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସମାନ ବ୍ୟବହାର କରିବାର ଶପଥ ପୂରଣ କରୁନାହାଁନ୍ତି। ଓୱାଇସି କହିଛନ୍ତି ଯେ, “ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଥିବାବେଳେ ଆପଣଙ୍କର ଶପଥ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସମାନ ବ୍ୟବହାର କରିବା। ଗତ କିଛି ବର୍ଷ ମଧ୍ୟରେ ଆସାମ ମୁସଲମାନମାନେ ଯେଉଁ ଦୁର୍ଭାଗ୍ୟର ସମ୍ମୁଖୀନ ହୋଇଥିଲେ ତାହା ପ୍ରତିଫଳିତ ହୋଇଛି।”

Related posts