
ନୂଆଦିଲ୍ଲୀ: ଦିଲ୍ଲୀରେ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରୁ ବଡ ଖବର ବାହାରୁଛି। ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି ନୀତୀଶ କୁମାର ଦଳର ଦାୟିତ୍ୱ ନେବେ କି? ଏହି ଖବର ମଧ୍ୟ କିଛି ସମୟ ମଧ୍ୟରେ ସାମ୍ନାକୁ ଆସିବ। ତେବେ ଲଲନ ସିଂ ଇସ୍ତଫା ଦେବାର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି।