ଅନନ୍ତନାଗରେ ଆତଙ୍କୀ ହମ୍‌ଲା , ୫ ଯବାନ ଶହୀଦ୍

Published: Jun 12, 2019, 6:27 pm IST

ଜମ୍ମୁକାଶ୍ମୀରରେ ଅନନ୍ତନାଗରେ ଆତଙ୍କୀ ହମ୍‌ଲାରେ ସିଆରପିଏଫ୍‌ର ୫ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଅନନ୍ତ ନାଗରେ ସିଆରଏପଏଫ୍‌ ଓ ପୁଲିସ୍‌  ଟିମ୍‌ ଉପରେ ଆତଙ୍କୀ ଆକ୍ରମଣ ହୋଇଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହି ହମ୍‌ଲାରେ ଦୁଇ ଜଣ ଆତଙ୍କବାଦୀ ସାମିଲ ଥିଲେ।  ସିଆରପିଏଫ୍‌ ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ ଚାଲିଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ସେଠାରେ ବାଇକ୍‌ ଯୋଗେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆହତ ଅନ୍ୟ ୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

Related posts