Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ନଭେଲ ମ୍ୟାଟେରିଆଲ୍‌ସ ଫର୍ ଇଞ୍ଜିନିୟରିଂ ଆପ୍ଲିକେସନ୍ ସମ୍ପର୍କିତ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ
ଆଜିର ଖବର

ସୋଆରେ ନଭେଲ ମ୍ୟାଟେରିଆଲ୍‌ସ ଫର୍ ଇଞ୍ଜିନିୟରିଂ ଆପ୍ଲିକେସନ୍ ସମ୍ପର୍କିତ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ

December 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଡିସେମ୍ବର ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ୬ ଦିନି ଧରି ‘ନଭେଲ ମ୍ୟାଟେରିଆଲ୍‌ସ ଆଣ୍ଡ ଇଟ୍‌ସ ଇଞ୍ଜିନିୟରିଂ ଆପ୍ଲିକେସନ୍‌ସ’ ଶୀର୍ଷକ ଏକ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫଡିପି) ଆୟୋଜିତ ହୋଇଯାଇଛି।
ଏଆଇସିଟିଇ ଟ୍ରେନିଂ ଆଣ୍ଡ ଲର୍ଣ୍ଣିଂ ଏକାଡେମୀ (ଅଟଳ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟିତ କରିଥିଲେ। ଆଇଟିଇଆର୍‌ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଜାତୀୟ ସ୍ତରୀୟ ବୈଷୟିକ ଅନୁଷ୍ଠାନ, ଗବେଷଣା କେନ୍ଦ୍ର ଓ ଶିଳ୍ପର ବିଶେଷଜ୍ଞ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମତ ରଖିଥିଲେ।

ନଭେଲ ମ୍ୟାଟେରିଆଲ୍‌ସ କ୍ଷେତ୍ରରେ ଉତ୍ପନ ହେଉଥିବା ଆହ୍ୱାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଏହାର ବିଭିନ୍ନ ପ୍ରୟୋଗକୁ ନେଇ ଏହି କାର୍ଯ୍ୟକ୍ରମରେ ମତ ବିନିମୟ ହୋଇଥିଲା। ଏହାର ବିଭିନ୍ନ ଅଧିବେଶନରେ ଥ୍ରୀ ଡି ପ୍ରିଂଟିଙ୍ଗ୍ ଅଫ୍ ନଭେଲ ମ୍ୟାଟେରିଆଲ୍‌ସ, ଷ୍ଟ୍ରେସ୍ ମ୍ୟାନେଜମେଂଟ ଏବଂ ୱେଷ୍ଟ ଟୁ ୱର୍ଥ ଆପ୍ରୋଚ୍ ଇନ୍ ଇଣ୍ଡଷ୍ଟ୍ରି ଫର ସଷ୍ଟେନେବିଲିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ଆଚାର୍ଯ୍ୟ, କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଶଙ୍କର ନାରାୟଣ ଦାସ ଏବଂ ସହ ସଂଯୋଜକ ଡକ୍ଟର ତପସ୍ୱିନୀ ଦାସ ଉପସ୍ଥିତ ଥିଲେ।

ଆଇଟିଇଆର ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026
Latest News

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.