ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ୨୦୧୯ ବିଶ୍ୱକପ କ୍ରିକେଟର ୧୭ ତମ ମ୍ୟାଚ। ଏହି ମ୍ୟାଚରେ ପାକିସ୍ତାନ ଟସ ଜିଣି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୩୦୭ ରନ କରିଥିଲା। ୩୦୮ ରନର ବିଶାଳ ଲକ୍ଷ୍ୟର ପିଛା କରି ପାକିସ୍ତାନ ମାତ୍ର ୪୫.୪ ଓଭରରେ କେଵଳ ୨୬୬ ରନ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ପ୍ରାରମ୍ଭିକ ଯୋଡି ୱାର୍ଣ୍ଣର ଏବଂ ଅଧିନାୟକ ଫିଞ୍ଚ ପ୍ରଥମ ଉଇକେଟ ପାଇଁ ୧୪୬ ରନ ସଂଗ୍ରହ କରିଥିଲେ। ୧ ବର୍ଷର ବାସନ୍ଦାଦେଶ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଓ୍ବାର୍ଣ୍ଣର ୧୧୧ ବଲରେ ୧୦୭ରନ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧିନାୟକ ଆରୋନ ଫିଞ୍ଚ ୮୪ ବଲରେ ୮୨ ରନର ଏକ ଦମଦାର ପାଳି ଖେଳିଥିଲେ। ସେହିପରି ପାକିସ୍ତାନ ପକ୍ଷରୁ ଆମିର ମିତବ୍ୟୟୀ ବୋଲିଂ କରି ୧୦ ଓଭରରେ ୩୦ ରନ ବ୍ୟୟରେ ୫ ଓ୍ବିକେଟ ଅକ୍ତିଆର କରିଥିଲେ। ଓ୍ବାର୍ଣ୍ଣରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।