ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଆଜିଠାରୁ ଆୟୁଷମାନ ଆରୋଗ୍ୟ ମନ୍ଦିର ଭାବେ ରୂପାନ୍ତରିତ

Published: Dec 31, 2023, 5:29 pm IST

ନୂଆଦିଲ୍ଲୀ: ଆଜିଠାରୁ ଦେଶର ସମସ୍ତ ଆୟୁଷମାନ ଭାରତ ହେଲଥ ଆଣ୍ଡ ୱେଲନେସ କେନ୍ଦ୍ରର ନାମ ପରିବର୍ତ୍ତନ ହେଲା। ଏହା ‘ଆରୋଗ୍ୟମ ପରମ ଧନଂ ସ୍ଲୋଗାନ ନେଇ ଆୟୁଷମାନ ଆରୋଗ୍ୟ ମନ୍ଦିର ଭାବେ ନାମକରଣ ହେଲା।

ଏ ନେଇ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନଭେମ୍ବର ମାସରେ ନିଷ୍ପତି ଗ୍ରହଣ କରିଥିଲା। ଏଥିରେ କୁହାଯାଇଥିଲା ଯେ, 2023 ବର୍ଷ ଶେଷକୁ ଏହାର ନାମ ପରିବର୍ତ୍ତନ କରାଯିବ।ସେହି ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପ୍ରତ୍ୟେକ ପି ଏଚ ସି , ସିଏଚସି ଏବଂ ଜିଲ୍ଲା ସ୍ତରୀୟ ସମସ୍ତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗୁଡ଼ିକ ନାମ ପରିବର୍ତ୍ତନ କରାଯାଇଛି।

ଏଥିରେ ଆୟୁଷମାନ ଆରୋଗ୍ୟ ମନ୍ଦିର ଆପ ଡାଉନଲୋଡ଼ କରିବାକୁ କୁହାଯାଇଛି।ଏହା ଦ୍ୱାରା ଦେଶର ପ୍ରତି ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ। ଏହା ଦ୍ବାରା ଦେଶର ପ୍ରତ୍ୟେକ ନାଗରିକ ନିଜ ଘର ପାଖରେ ଥିବା ସରକାରଙ୍କ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ସମ୍ପର୍କରେ ସୂଚନା ପାଇବା ସହିତ ,ଉପଲବ୍ଧ ଚିକିତ୍ସା, ଔଷଧ ,ଚିକିତ୍ସକ, ସ୍ଵାସ୍ଥ୍ୟ ଦିବସ ସଂପର୍କରେ ସମସ୍ତ ପ୍ରକାର ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସହିତ ଆବଶ୍ୟକ ସହାୟତା ପାଇ ପାରିବେ।

Related posts