ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କର ବାହାର, ଧନ ପ୍ରାପ୍ତି ସହ ମିଳିବ ଉନ୍ନତି

Published: Jan 1, 2024, 7:14 am IST

ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍‌। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ।

ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍‌ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ ଦୋଷ ହୋଇଥାଏ। ଏହା ଦ୍ବାରା ଘରେ ଦରିଦ୍ରତା, କଳି ସୃଷ୍ଟି ହୁଏ।

ଚାଲୁନଥିବା ଘଣ୍ଟା: ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଚାଲୁନଥିବା ଘଣ୍ଟା ରହିଥାଏ, ତାହାକୁ ତୁରନ୍ତ ବାହାର କରିବା ଉଚିତ୍‌। ଘରେ କୌଣସି ଭଙ୍ଗା କିମ୍ବା ବନ୍ଦ ପଡିଥିବା ଘଣ୍ଟା ରଖିବା ଅନୁଚିତ୍‌। ଏହାଦ୍ବାରା ପଇସା ଅଯଥା ଖର୍ଚ୍ଚ ହେବା ସହ ଘରେ ସବୁବେଳେ ଅଭାବ ଲାଗି ରହେ।

ଭଙ୍ଗା ଆସବାବ ପତ୍ର: ଘରେ ଭଙ୍ଗା ଚେୟାର କିମ୍ବା ଖଟ ରଖିବା ଅନୁଚିତ। ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଥାଏ। ନୂତନ ବର୍ଷରେ ଏହି ସବୁ ଭଙ୍ଗା ଜିନିଷକୁ ଘରକୁ ବାହାର କରିଦେବା ଅତ୍ୟନ୍ତ ଶୁଭ। ଏହି ଭଙ୍ଗା ଜିନିଷ ଘରେ ରହିବା ଦ୍ବାରା ଦରିଦ୍ରତା ଆସିଥାଏ।

Related posts