ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

Published: Jan 1, 2024, 9:04 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୩୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୫ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୫ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏକ ଜଣଙ୍କୁ ‌ରେଡକ୍ରସ ଆର୍ଥିକ ସହାୟତା ରାଶି ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ /ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା /ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ /ସି ଡ଼ି ଏମ୍ ଓ , ଡଃ ଆର୍ତ୍ତଵନ୍ଧୁ ନାୟକ/ବିଡିଓ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts