Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିଟ୍ ଆଣ୍ଡ ରନ୍ ମାମଲା: ନୂଆ ଆଇନରେ କ’ଣ ଅଛି, ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି?
ଆଜିର ଖବର

ହିଟ୍ ଆଣ୍ଡ ରନ୍ ମାମଲା: ନୂଆ ଆଇନରେ କ’ଣ ଅଛି, ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି?

January 2, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
Motor Cab Fares Fixed for Govt Employee TA Claims
Motor Cab Fares Fixed for Govt Employee TA Claims

ନୂଆଦିଲ୍ଲୀ: ୟୁପି, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ସବୁ ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ଟ୍ରାନ୍ସପୋର୍ଟ ଅପରେଟରମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଏହାର କାରଣ ହେଉଛି ‘ହିଟ୍ ଆଣ୍ଡ ରନ୍’ ମାମଲାରେ ଅଣାଯାଇଥିବା ନୂଆ ଆଇନ। ଏଥିରେ ‘ହିଟ୍ ଆଣ୍ଡ ରନ୍’କୁ କଡ଼ାକଡ଼ିଭାବେ ମୁକାବିଲା କରିବାର ବ୍ୟବସ୍ଥା କରାଯାଇଛି। ଏହା ଭାରତୀୟ ନ୍ୟାୟ ବିଧିର ଏକ ଅଂଶ। ଏହା ଅଧୀନରେ ଏଭଳି ମାମଲାରେ ଡ୍ରାଇଭରଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ କୁହାଯାଇଛି। ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି। ଏହି ଆଇନକୁ ବିରୋଧ କରି ଦେଶର ଅନେକ ରାଜ୍ୟରେ ଡ୍ରାଇଭରମାନେ ଚକ୍କାଜାମ ଆରମ୍ଭ କରିଛନ୍ତି। କଠୋର ବ୍ୟବସ୍ଥା ମାଧ୍ୟମରେ ସଡ଼କ ଦୁର୍ଘଟଣା ରୋକିବା ସରକାରଙ୍କ ଉଦ୍ଦେଶ୍ୟ। ଅପରପକ୍ଷରେ ଚାଳକମାନେ ଅନୁଭବ କରୁଛନ୍ତି ଯେ ଏହା ସେମାନଙ୍କ ଉପରେ ଅତ୍ୟଧିକ କଟକଣା ହେବ। କ’ଣ ରହିଛି ଏହି ସମ୍ପୂର୍ଣ୍ଣ ଆଇନ? ହିଟ୍ ଆଣ୍ଡ ରନ୍ ଧାରା କ’ଣ ଯାହାକୁ ନେଇ ଡ୍ରାଇଭରମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି? ଏପର୍ଯ୍ୟନ୍ତ ବ୍ୟବସ୍ଥା କ’ଣ ଥିଲା ? ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନର ଉତ୍ତର।

ହିଟ୍ ଆଣ୍ଡ ରନ୍ ମାମଲାରେ ନୂଆ ଆଇନର କେଉଁ ବ୍ୟବସ୍ଥାକୁ ବିରୋଧ କରାଯାଉଛି?

ଟ୍ରକ୍ ଓ ବସ୍ ଚାଳକମାନେ ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ଏହି ବିଲରେ ବେପରୁଆ ଗାଡ଼ି ଚାଳନା, ଗୁରୁତର ସଡ଼କ ଦୁର୍ଘଟଣା ଘଟାଇ କୌଣସି ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ନ ଜଣାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୭ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି।

ହିଟ୍ ଆଣ୍ଡ ରନ୍‌କୁ ନେଇ ନୂଆ ଆଇନକୁ ବିରୋଧ କରିବାର କାରଣ କ’ଣ?

‘ହିଟ୍ ଆଣ୍ଡ ରନ୍’ ମାମଲାରେ ବିଦେଶ ଭଳି କଠୋର ବ୍ୟବସ୍ଥା କରାଯାଇଛି ବୋଲି ଡ୍ରାଇଭରମାନେ ଦାବି କରିଛନ୍ତି। ଏହାକୁ ଆଣିବା ପୂର୍ବରୁ ବିଦେଶ ଭଳି ଉନ୍ନତ ସଡ଼କ ଓ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ଧ୍ୟାନ ଦିଆଯିବା କଥା। ନୂଆ ନିୟମ ଯୋଗୁଁ ଡ୍ରାଇଭରମାନେ ଚାକିରି ଛାଡୁଛନ୍ତି ବୋଲି ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) କହିଛି। ସମଗ୍ର ଦେଶରେ ୨୫ରୁ ୩୦ ପ୍ରତିଶତ ଡ୍ରାଇଭରଙ୍କ ଅଭାବ ରହିଛି। ଏଭଳି ଆଇନ ଡ୍ରାଇଭରଙ୍କ ଅଭାବକୁ ଆହୁରି ବଢ଼ାଇବ। ଦେଶର ଅର୍ଥନୀତିରେ ସଡ଼କ ପରିବହନକାରୀ ଓ ଡ୍ରାଇଭରଙ୍କ ପ୍ରମୁଖ ଅବଦାନ ରହିଛି। ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି ଯେ ନୂଆ ଆଇନ ଅନୁଯାୟୀ’ହିଟ୍ ଆଣ୍ଡ ରନ୍’ ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହୋଇପାରେ। ଚାଳକମାନେ କେମିତି ଏତେ ପରିମାଣର ଟଙ୍କା ଦେବେ?

ଏପର୍ଯ୍ୟନ୍ତ ହିଟ୍ ଆଣ୍ଡ ରନ୍ ଉପରେ କ’ଣ ଆଇନ ରହିଛି?

ବର୍ତ୍ତମାନ ସୁଦ୍ଧା ହିଟ୍ ଆଣ୍ଡ ରନ୍ ମାମଲା ଆଇପିସି ଧାରା-୨୭୯ (ବେପରୁଆ ଗାଡି ଚଳାଇବା), ୩୦୪(ଏ) (ଅବହେଳା ଯୋଗୁଁ ମୃତ୍ୟୁ) ଏବଂ ୩୩୮ (ଜୀବନ ପ୍ରତି ବିପଦ ସୃଷ୍ଟି କରିବା) ଅନୁଯାୟୀ ମାମଲା ରୁଜୁ ହେଉଛି। ଏଥିରେ ୨ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ସ୍ୱତନ୍ତ୍ର ମାମଲାରେ ଆଇପିସିର ଧାରା-୩୦୨ ମଧ୍ୟ ଯୋଡାଯାଇଛି।

ଏବେ ହିଟ୍ ଆଣ୍ଡ ରନ୍ ଆଇନରେ କ’ଣ ପରିବର୍ତ୍ତନ ହୋଇଛି?

ଦଫା-୧୦୪(୨) ଅନୁଯାୟୀ, ଯଦି ଅଭିଯୁକ୍ତ ଡ୍ରାଇଭର ହିଟ୍ ଆଣ୍ଡ ରନ୍ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଏ କିମ୍ବା ପୁଲିସ କିମ୍ବା ମାଜିଷ୍ଟ୍ରେଟଙ୍କୁ ସୂଚନା ନ ଦିଏ ତେବେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ୭ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ।

କେଉଁ ରାଜ୍ୟରେ ଡ୍ରାଇଭରମାନେ ଆଇନକୁ ବିରୋଧ କରୁଛନ୍ତି?

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ଗୁଜରାଟ ସମେତ ଦେଶର ଅଧିକାଂଶ ରାଜ୍ୟରୁ ଟ୍ରକ୍ ଓ ବସ୍ ଚାଳକମାନେ ନୂଆ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ପରିବହନ ସେବା ସହିତ ଯୋଗାଣ ଶୃଙ୍ଖଳା ଉପରେ ଏହାର ପ୍ରଭାବ ପଡ଼ିପାରେ।

ଚାଳକଙ୍କ ଦାବି କ’ଣ?

ସରକାର ହିଟ୍ ଆଣ୍ଡ ରନ୍ ସମ୍ପର୍କିତ ନୂଆ ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ବସ୍ ଓ ଟ୍ରକ୍ ଚଳାଚଳ କରିବ ନାହିଁ ବୋଲି ଚାଳକମାନେ ଦାବି କରିଛନ୍ତି। ଅନେକ ରାଜ୍ୟରେ ଚାଳକମାନେ ବସ୍ ଓ ଟ୍ରକ୍ ଚଳାଇବାକୁ ମନା କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ପରିବହନ ନିୟମକୁ ମଧ୍ୟ ପରିବହନ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଅଲ୍ ଇଣ୍ଡିଆ ଟ୍ରକ୍ ଡ୍ରାଇଭର୍ସ ଆସୋସିଏସନ୍ ଜାନୁଆରି ୧ତାରିଖରେ ଧର୍ମଘଟ ଡାକରା ଦେଇଥିଲା।

ଦ୍ୱନ୍ଦ୍ୱ ସ୍ଥିତି

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ପରିବହନ କମିଟି ଅଧ୍ୟକ୍ଷ ସିଏଲ ମୁକାତିଙ୍କ କହିବାନୁଯାୟୀ, ହିଟ୍ ଆଣ୍ଡ ରନ୍ ମାମଲାରେ ହଠାତ୍ କଠୋର ବ୍ୟବସ୍ଥା ଲାଗୁ ହୋଇଥିବାରୁ ଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।

ଗୁଜରାଟ ନୂଆ ଆଇନ ବିହାର ମଧ୍ୟପ୍ରଦେଶ ୟୁପି ରାଜସ୍ଥାନ ହିଟ୍ ଆଣ୍ଡ ରନ୍
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.